ଦେଶ ବିଦେଶ

ଆପଣଙ୍କ କେଶ ଧଳା ହୋଇଯାଉଛି କି ? ଆମ୍ବ କରିବ ଏହାର ସମାଧାନ

ଆଜିକାଲିର ଖାଦ୍ୟପେୟ ଏବଂ ଜୀବନଶୈଳୀ ଯୋଗୁଁ ପ୍ରାୟ ସମସ୍ତଙ୍କ କେଶ ଧଳା ପଡିଯାଉଛି। ଅଳ୍ପ ବୟସରୁ ମଧ୍ୟ ଚୁଟି ପାଚିଯାଉଛି। କିନ୍ତୁ ବର୍ତ୍ତମାନର ଚିନ୍ତାଗ୍ରସ୍ତ ଜୀବନ, ଷ୍ଟ୍ରେସ ଆଦି ଯୋଗୁଁ ଏପରି ହେଉଛି। ଏଥିପାଇଁ କେମିକାଲଯୁକ୍ତ କଲର ମଧ୍ୟ ବ୍ୟବହାର କରୁଛନ୍ତି ଯୁବପିଢି। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଫଳ ରାଜା ଆମ୍ବ ଖାଇବାକୁ ଯେତିକି ସ୍ୱାଦିଷ୍ଟ, ସେତିକି କେଶ ପାଇଁ ଲାଭକାରୀ। ଏଥିରେ ଥିବା ମେଲେନିନ ନାମକ ପିଗମେଣ୍ଟ ନାମକ ତତ୍ତ୍ୱ କେଶକୁ ଅଧିକ ସମୟ ପର୍ଯ୍ୟନ୍ତ କଳା ରଖିଥାଏ। ତାହା ଆମ୍ବରେ ରହିଥାଏ। ଏହା ସହିତ ଆମ୍ବରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ମଧ୍ୟ ରହିଥାଏ। ତେବେ ଆସନ୍ତୁ ଜାଣିବା କିପରି ଆମ୍ବ ଧଳା କେଶ ସମସ୍ୟାରୁ ମୁକ୍ତି ଦେବ।

mango

ପ୍ରଥମ ଉପାୟ :

ଆମ୍ବ କୋଇଲିରେକୁ ଅଳାଁ ରସ ସହିତ ପେଷ୍ଟ କରିଦିଅନ୍ତୁ। ଏହାକୁ କେଶରେ ୧୫ ମିନିଟ୍‌ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ। ତା’ ପରେ ଶାମ୍ପୁ ଲଗାଇ ନର୍ମାଲ ପାଣିରେ ଧୋଇଦିଅନ୍ତୁ।

hair

ଦ୍ୱିତୀୟ ଉପାୟ :

୫ଟି ଆମ୍ବ କୋଇଲି, ୩ଟି ଅଳାଁ, ଗୋଟିଏ ବାହାଡା ଓ ପାଣି ମିଶାଇ ପେଷ୍ଟ କରିଦିଅନ୍ତୁ। ଏହାକୁ ଲୌହ ପାତ୍ରରେ ରାତିସାରା ରଖନ୍ତୁ। ସକାଳୁ ଏହାକୁ ମୁଣ୍ଡରେ ଲଗାଇ ୩୦ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ସପ୍ତାହକୁ ୨ରୁ ୩ ଥର ପ୍ୟାକ ଲଗାଇବା ପରେ ଧଳା କେଶ ସମସ୍ୟାରୁ ମୁକ୍ତି ମିଳିବ।

leaf

ତୃତୀୟ ଉପାୟ :

ଆମ ପତ୍ରକୁ ଭଲଭାବେ ପେଷ୍ଟ କରି ଏହାକୁ ୧୫ରୁ ୨୦ ମିନିଟ୍‌ ମୁଣ୍ଡରେ ଲଗାଇବା ପରେ ଧୋଇଦିଅନ୍ତୁ। ଏହାକୁ ନିୟମିତ କରିବା ପରେ ଧଳା କେଶ କଳା ହେବା ସହିତ ମଜବୁତ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button