ମନୋରଞ୍ଜନ

ଏବେ ପିଲାଙ୍କ ଇଛାକୁ କରନ୍ତୁ ପୁରା, ଘରେ ହିଁ ତିଆରି କରନ୍ତୁ ଟେଷ୍ଟି ବିସ୍କୁଟ୍ ମ୍ଯାଙ୍ଗୋ ଆଇସକ୍ରିମ୍

ଗରମ ଦିନେ ସମସ୍ତଙ୍କୁ ଥଣ୍ଡା ଆଇସକ୍ରିମ୍ ଖାଇବା ପାଇଁ ପସନ୍ଦ କରିଥାନ୍ତି। ଏଥିପାଇଁ ଆଜି ଆମେ ଆପଣଙ୍କୁ କହିବୁ ଘରେ କିପରି ତିଆରି କରିପାରିବେ ଟେଷ୍ଟି ମ୍ଯାଗୋ ଆଇସକ୍ରିମ୍। ସବୁଠାରୁ ଖାସ୍ କଥା ହେଉଛି ଏହାକୁ ତିଆରି କରିବାରେ ଆପଣଙ୍କୁ କ୍ରିମ ନୁହେଁ କେବଳ ବିସ୍କୁଟର ହିଁ ଆବଶ୍ଯକତା ରହିଛି। ତେବେ ଆସନ୍ତୁ ଜାଣିବା କିପରି କରିବେ ପ୍ରସ୍ତୁତ।

ଆବଶ୍ଯକୀୟ ସାମଗ୍ରୀ

mango-ice-creamକ୍ଷୀର- ଅଧା ଲିଟର

ବିସ୍କୁଟ- ୧ ପ୍ଯାକେଟ

ଚିନି- ୫ ଟେବଲସ୍ପୁନ୍

biscuitପାଚିଲା ଆମ୍ବ- ୧

ମଲାଇ- ଆପାଣଙ୍କ ଇଛାନୁସାରେ

ପ୍ରସ୍ତୁତି ପ୍ରଣାଳୀ

ice creamସର୍ବପ୍ରଥମେ ଏକ ପ୍ଯାନରେ ୬ ରୁ ୭ ମିନିଟ୍ ପର୍ଯ୍ଯନ୍ତ ଫୁଟାନ୍ତୁ। ଏହାପରେ ସେଥିରେ ବିସ୍କୁଟ ପକାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାପରେ ହାଲୁକା ଆଞ୍ଚ ରଖି ଏହାକୁ ଫୁଟାନ୍ତୁ। ଏହାପରେ କ୍ଷୀର ଗାଢ ହୋଇଯିବା ପରେ ଗ୍ଯାସ ଉପରୁ ବାହାର କରି ଥଣ୍ଡା କରନ୍ତୁ। ଏହାପରେ ସେହି ଗାଢା କ୍ଷୀର, ଆମ୍ବ, ମଲାଇ, କଂଣ୍ଡେସ ମିଲ୍କ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାପରେ ସେହି ପେଷ୍ଟକୁ ଏୟାର ଟାଇଟ୍ ଡବାରେ ବନ୍ଦ କରି ରଖନ୍ତୁ। ବର୍ତ୍ତମାନ ଆପଣ ଏହାକୁ ପୁଣି ଥରେ କଣ୍ଟେନରରେ ପକାଇ ୭ ରୁ ୮ ଘଣ୍ଟା ପର୍ଯ୍ଯନ୍ତ ରଖନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଟେଷ୍ଟି ଆଇସକ୍ରିମ୍। ଆପଣ ଚାହିଁଲେ ଏହା ଉପରେ କିଛି ଡ୍ରାଇ ଫ୍ରୁଟ୍ସ କିମ୍ବା ଚେରି ଗ୍ରାନିସ୍ କରି ପକାନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button