ଦେଶ ବିଦେଶ

ଗରମ ଦିନ ପାଇଁ ବ୍ୟବହାର କରନ୍ତୁ କରୀନାଙ୍କ ଏହି ଫେସପ୍ୟାକ୍‌, ମାତ୍ର ୨ ମିନିଟ୍‌ରେ ପାଆନ୍ତୁ ଉଜ୍ୱଳ ଏବଂ ସତେଜ ତ୍ୱଚା

ଲକଡାଉନରେ ସବୁ ସେଲିବ୍ରିଟି ଘରେ ରହି ନିଜ ତ୍ୱଚାର ଯତ୍ନ ନେଉଛନ୍ତି। ଏହାର ସବୁ ଭିଡିଓ ମଧ୍ୟ ଇନଷ୍ଟାଗ୍ରାମରେ ସେୟାର କରୁଛନ୍ତି। ନିକଟରେ ବଲିଉଡ ଅଭିନେତ୍ରୀ କରୀନା କପୁର ଏକ ପୋଷ୍ଟ ସେୟାର କରି ନିଜର ଗ୍ଲୋଇଂ ସ୍କିନର ରହସ୍ୟ ଜଣାଇଛନ୍ତି। ଓ୍ଵାର୍କଆଉଟ୍‌ ସହିତ ସୁସ୍ଥ ଖାଦ୍ୟପାନୀୟ ମଧ୍ୟ କରୀନା କପୁର କିଭଳି ଘରୋଇ ପ୍ୟାକର ବ୍ୟବହାର କରି ନିଜ ତ୍ୱଚାକୁ ଉଜ୍ୱଳ କରୁଛନ୍ତି। ଆସନ୍ତୁ, ଆମେ ଜାଣିବା କିଭଳି ତିଆରି କରିବା ଏହି ଫେସପ୍ୟାକ୍‌…

chandan

ସାମଗ୍ରୀ :

୨ ଚାମଚ ଚନ୍ଦନ ପାଉଡର

ଭିଟାମିନ ଇ

ଅଳ୍ପ ହଳଦୀ

କ୍ଷୀର

e

ପ୍ରସ୍ତୁତି ପ୍ରଣାଳୀ :

ଏହିସବୁ ଜିନିଷକୁ ଏକା ସାଙ୍ଗରେ ମିଶାଇ ମୁହଁରେ ଲଗାନ୍ତୁ। ଏହାକୁ ଲଗାଇବା ପରେ ଅତିକମ୍‌ରେ ୨୦ ମିନିଟ୍‌ ଛାଡିଦିଅନ୍ତୁ। ପରେ ଏହାକୁ ସାଧା ପାଣିରେ ମୁହଁକୁ ଧୋଇଦିଅନ୍ତୁ। ଏହାପରେ ଏହି ପ୍ୟାକର କମାଲ ଦେଖିପାରିବେ।

chandan 1

ତ୍ୱଚା ପାଇଁ ଚନ୍ଦନ ପାଉଡର ବେଶ ଫାଇଦାଯୁକ୍ତ ହୋଇଥାଏ। ଚନ୍ଦନରେ ଥିବା ପ୍ରାକୃତିକ ତେଲ ସନ ଟ୍ୟାନ ଦୂର କରିଥାଏ। ଏହାକୁ ଲଗାଇବା ପରେ ସ୍କିନରେ ଏକ ଶୀତଳତା ମିଳିଥାଏ। ବ୍ରଣ ପାଇଁ ମଧ୍ୟ ଚନ୍ଦନ ପାଉଡର ବେଶ୍‌ ଗୁଣକାରୀ। ଭିଟାମିନ ଇ କ୍ୟାପସୁଲ, ହଳଦୀ ଏବଂ କ୍ଷୀର ମଧ୍ୟ ତ୍ୱଚା ପାଇଁ ବେଶ୍‌ ଉପକାରୀ। ଏଥିରେ ଥିବା ଭିଟାମିନ ଏବଂ ପୋଷକ ତତ୍ତ୍ୱ ସ୍କିନକୁ ମଶ୍ଚରାଇଜ କରିବା ସହିତ ରୁକ୍ଷପଣ ଦୂର କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button