ଦେଶ ବିଦେଶ

ମୁହଁରୁ ଦାଗ ଦୂର କରି ଗୋଟେ ଦିନରେ ଉଜ୍ୱଳ ଆଣିଦିଏ ମଇଦା ଫେସପ୍ୟାକ୍‌, ଏମିତି କରନ୍ତୁ ବ୍ୟବହାର

ଆପଣ ନିଜ ତ୍ୱଚା ବା ମୁହଁକୁ ସୁନ୍ଦର କରିବା ପାଇଁ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ପ୍ରସାଧାନ ସାମଗ୍ରୀ ବ୍ୟବହାର କରୁଛନ୍ତି । କେବଳ ଏତିକି ନୁହେଁ, ଘରୋଇ ଟିପ୍ସ ଦ୍ୱାରା ମଧ୍ୟ ମୁହଁକୁ ଗୋରା କରିବାକୁ ଚାହୁଁଛନ୍ତି। ଘରେ ଆପଣ ବେସନ କିମ୍ବା ଅଟାକୁ ଫେସପ୍ୟାକ ଭାବେ ବ୍ୟବହାର କରିଥିବେ ନିଶ୍ଚିତ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ମଇଦା ମଧ୍ୟ ଆପଣଙ୍କ ସ୍କିନକୁ ଉଜ୍ୱଳ କରିପାରିବ। ଏହାଛଡା ମୁହଁରେ ଥିବା କଳାଦାଗ, ବ୍ରଣ ମଧ୍ୟ ଦୂର କରିବ।

କିନ୍ତୁ ଆପଣ ଭାବୁଥିବେ, ମଇଦାରେ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ଦେଖାଦେଇଥାଏ। କିନ୍ତୁ ଏହା ଆପଣଙ୍କ ତ୍ୱଚା ଉପରେ କୌଣସି ପ୍ରଭାବ ପକାଏନାହିଁ। ମଇଦା ଆପଣଙ୍କ ତ୍ୱଚାରୁ ଭାଙ୍ଗ, ଦାଗ ଏବଂ ସନବର୍ନ ଦୂର କରିବାରେ ସହାୟକ ହୋଇଥାଏ। ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ଫେସପ୍ୟାକ୍‌…

maida 1

ସାମଗ୍ରୀ :

ମଇଦା
ଟମାଟର ଜୁସ
ଦହି
କ୍ଷୀର କିମ୍ବା ଅମୁଲ
ମହୁ (ତେଲିଆ ତ୍ୱଚା ପାଇଁ)

pack

କିପରି କରିବେ ବ୍ୟବହାର :

ଗୋଟେ ପାତ୍ରରେ ଏକ ଚାମଚ ଦହି, ୧ ଚାମଚ ଅମୁଲ, ୧ ଚାମଚ ଟମାଟର ରସ ମିଶାଇ ସେଥିରେ ଏକ ଚାମଚ ମଇଦା ମିଶାନ୍ତୁ। ଯଦି ଆପଣଙ୍କ ତ୍ୱଚା ତୈଳାକ୍ତ ହୋଇଥାଏ, ତେବେ ଅଧା ଚାମଚ ମହୁ ମିଶାଇ ପାରିବେ। ଏବେ ଏହାକୁ ଭଲ ଭାବେ ମିଶାଇ ପ୍ୟାକ ତିଆରି କରନ୍ତୁ। ଏହି ମାସ୍କକୁ ମୁହଁରେ ଲଗାଇ ଏହାକୁ ଭଲଭାବେ ଶୁଖିବାକୁ ଦିଅନ୍ତୁ। ତା’ ପରେ ମୁହଁରେ ସାଧା ପାଣିରେ ଭଲଭାବେ ଧୋଇଦିଅନ୍ତୁ। ଦେଖିବେ, କିଭଳି ଆପଣଙ୍କ ତ୍ୱଚା ଉଜ୍ୱଳ ଦେଖାଯିବା ଗ୍ଲୋ ମଧ୍ୟ କରିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button