ମନୋରଞ୍ଜନ

ବେସନ ନୁହେଁ ସୁଜିରେ ବନାଇ ଖାଆନ୍ତୁ ଗରମା ଗରମ ପକୋଡା, ଟେଷ୍ଟରେ ଏକଦମ୍ ଜବରଦସ୍ତ

କରୋନା ଭାଇରସ୍ କାରଣରୁ ସାରା ଦେଶ ଏବେ ଲକଡାଉନ। ଏମିତିରେ ସମସ୍ତେ ନିଜ ଘରେ ବନ୍ଦୀ ହୋଇ ରହିଛନ୍ତି। ଘରେ ରହିବା ସହିତ ପ୍ରତିଦିନ ନୂଆ ନୂଆ ରେସିପି ଟ୍ରାଏ କରୁଛନ୍ତି ଲୋକେ। ଏଥିପାଇଁ ଆଜି ଆପଣଙ୍କୁ ଜଣାଇବୁ ସନ୍ଧ୍ୟାରେ ଚା ସହିତ ଖାଇବା ପାଇଁ ଏକ ଖାସ୍ ଡିସ୍‌। ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ସୁଜି ପକୋଡା। ତାହାଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

-ସିମଲା ଲଙ୍କା
-ବନ୍ଧା କୋବି
-ଫୁଲ କୋବି
-ରିଫାଇନ ତେଲ
-ଦହି
-ବେକିଂ ସୋଡା
-ଲୁଣ
-ସୁଜି
-ଧନିଆ ପତ୍ର

ପ୍ରସ୍ତୁତି ପ୍ରଣାଳୀ

-ଏକ କଡାରେ ସୁଜି, ଦହି, ବନ୍ଧା କୋବି, ସିମଲ ଲଙ୍କା, ଫୁଲ କୋବି ଏବଂ ସ୍ୱାଦାନୁସାରେ ଲୁଣ ମିକ୍ସ କରନ୍ତୁ ଏବଂ ହାଲୁକା ପାଣି ମିଶାନ୍ତୁ।
-ଏବେ ଏହି ମିଶ୍ରଣକୁ ଗୋଲ ଗୋଲ କରି ବନାଇ ଗରମ ତେଲରେ ପକାନ୍ତୁ। ଛାଣି ହେଲା ପରେ ବାହାରକୁ ବାହାର କରିଦିଅନ୍ତୁ।
-ଏବେ ଆପଣଙ୍କର ସୁଜି ପକୋଡା ପ୍ରସ୍ତୁତ ହୋଇଯାଇଛି।
-ଆପଣ ଏହାକୁ ମନ ପସନ୍ଦର ଚଟଣୀ କିମ୍ବା ସସ୍ ସହିତ ଗରମା ଗରମ ସର୍ଭ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button