ଦେଶ ବିଦେଶ

ଭୃସଙ୍ଗ ପତ୍ର ପେଷ୍ଟ କେଶକୁ କରିଥାଏ ଲମ୍ବା, ଜାଣନ୍ତୁ କେମିତି କରିବେ ବ୍ୟବହାର

ଲମ୍ବା କେଶ ସମସ୍ତ ଯୁବତୀ କିମ୍ବା ମହିଳାଙ୍କର ଇଚ୍ଛା ରହିଥାଏ। ଏଥିପାଇଁ ସେମାନେ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ମହଙ୍ଗା ପ୍ରସାଧନ ସାମଗ୍ରୀ ଉପରେ ନିର୍ଭର କରିଥାନ୍ତି। ମହଙ୍ଗା ବିୟୁଟି ପ୍ରଡକ୍ଟସ ଏବଂ କସମେଟିକ ଆଇଟମ ବ୍ୟବହାର କରି ଅନେକ ଯୁବତୀଙ୍କର ଲମ୍ବା କେଶ ପରିବର୍ତ୍ତେ କେଶ ଝଡିବା ଆରମ୍ଭ ହୋଇଥାଏ। ଏତେ ମହଙ୍ଗା ପ୍ରଡକ୍ଟ କୌଣସି କାମରେ ଆସିନଥାଏ। କିନ୍ତୁ ଏମିତି ପ୍ରାକୃତିକ ଉପାୟ ରହିଛି, ଯାହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ କେଶ ଲମ୍ବା ହେବା ସହିତ ଘନ ମଧ୍ୟ ହେବ। ଏମିତି ଏକ ପ୍ୟାକ୍‌ ହେଉଛି ଭୃସଙ୍ଗପତ୍ର ପେଷ୍ଟ। ଏହି ପେଷ୍ଟ ଆପଣଙ୍କ କେଶକୁ ପୋଷକ ଦେବା ସହିତ ଚକମକ୍‌ ମଧ୍ୟ କରିଥାଏ। ଆସନ୍ତୁ ଜାଣିବା, କେମିତି କରିବେ ଏହି ପ୍ୟାକ୍‌ର ବ୍ୟବହାର…

hair

କେମିତି ପ୍ରସ୍ତୁତ କରିବେ ହେୟାର ମାସ୍କ :

ଏହାକୁ ପ୍ରସ୍ତୁତ କରିବା ପାଇଁ ଏକ ଜାଗାରେ ୧୦ଟି ଭୃସଙ୍ଗ ପତ୍ରକୁ ନଡିଆ କିମ୍ବା ଅଲିଭ ତେଲରେ ମିଶାଇ ଦିଅନ୍ତୁ। ଏହାପରେ ଏହାକୁ ଗ୍ୟାସ୍‌ରେ ଅଳ୍ପ ଉଷୁମ କରିଦିଅନ୍ତୁ। ଏହାକୁ ନେଇ ଗ୍ରାଇଣ୍ଡିଂ କରି ପେଷ୍ଟ ପ୍ରସ୍ତୁତ କରିଦିଅନ୍ତୁ। ଏହି ପେଷ୍ଟକୁ ଏବେ କେଶ ମୂଳରେ ଲଗାଇବା ପରେ ହାଲକ୍‌ା ହାତରେ ମସାଜ କରନ୍ତୁ। ଏହାକୁ ୧ ଘଣ୍ଟା ପର୍ଯ୍ୟନ୍ତ କେଶରେ ଲଗାଇବା ପରେ କେଶକୁ ସାମ୍ପୁ କରନ୍ତୁ।

curry-leaves-hair

ଫାଇଦା :

– ଏହି ପ୍ୟାକ୍‌ କେଶକୁ ଲମ୍ବା କରିଥାଏ।
– କେଶ ଝଡିବା ବନ୍ଦ ହୁଏ।
– ଧଳା କେଶରୁ ମୁକ୍ତି ଦେଇଥାଏ।
– କେଶର ସାଇନିଂ ବଢାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button