ନୀତି

ଶନିଦଶାରୁ ମିଳିବ ମୁକ୍ତି, କଳା କୁକୁରକୁ ଖାଇବାକୁ ଦିଅନ୍ତି ରୁଟି

କୁକୁର ପାଳିବାର ସଉକ ଅନେକ ଲୋକଙ୍କ ମଧ୍ୟରେ ରହିଥାଏ। କୁକୁର ହିଁ ଏକମାତ୍ର ବିଶ୍ୱସ୍ତ ପ୍ରାଣୀ। କୁକୁର ମଧ୍ୟରେ କଳା କୁକୁରକୁ ବହୁତ ଶୁଭ ବୋଲି ଧରାଯାଏ। ଆପଣ ଅନେକ ଲୋକ କଳା କୁକୁରକୁ ରୁଟି ଖାଇବାକୁ ଦେଉଥିବା ଦେଖିଥିବେ। କିନ୍ତୁ କ’ଣ ଆଣ ଜାଣନ୍ତି କି, ସେମାନେ ଏପରି କାହିଁକି କରନ୍ତି। କଳା ରଙ୍ଗର କୁକୁରକୁ ରୁଟି ଖାଇବାକୁ ଦେବାର କ’ଣ ଲାଭ ରହିଥାଏ। ଯଦି ଜାଣିନାହାନ୍ତି, ତେବେ ଆଜି ଆମେ ଆପଣଙ୍କୁ କଳା ରଙ୍ଗର କୁକୁରକୁ ଖାଇବାକୁ ଦେଲେ କ’ଣ ଲାଭ ମିଳିଥାଏ, ତାହା ବିଷୟରେ ଜଣାଇବୁ।

ss

କଳା ରଙ୍ଗର କୁକୁରଙ୍କ ରୁଟି ଖାଇବାକୁ ଦେବା ଦ୍ୱାରା ଶିନଦେବ ପ୍ରସନ୍ନ ହୋଇଥାନ୍ତି। ଶନିଦେବଙ୍କୁ ଜୀବନର ସମସ୍ତ ସୁଖର କାରକ ବୋଲି ଧରାଯାଏ। ଏମିତିରେ କଳା ରଙ୍ଗର କୁକୁରକୁ ରୁଟି ଖାଇବାକୁ ଦେବା ଦ୍ୱାରା ସମସ୍ତ କଷ୍ଟରୁ ଛୁଟକାରା ମିଳିଥାଏ। କୁହାଯାଏ, ଏମିତି କଲେ ବ୍ୟକ୍ତିଙ୍କ ଶତ୍ରୁ ପକ୍ଷ ଦୁର୍ବଳ ହୋଇଯାଆନ୍ତି।

କଳା ରଙ୍ଗର କୁକୁରକୁ ରୁଟି ଖାଇବାକୁ ଦେବା ବେଳେ ଅନେକ ଜିନିଷକୁ ଧ୍ୟାନରେ ରଖିବାକୁ ହୋଇଥାଏ। ଯେପରିକି ଏପରି କଳା କୁକୁରର ନଖ ସଂଖ୍ୟା ୨୨ କିମ୍ବା ତା’ଠାରୁ ଅଧିକ ହେବା ଆବଶ୍ୟକ। ଜ୍ୟୋତିଷ ଶାସ୍ତ୍ରରେ, କଳା ରଙ୍ଗର କୁକୁର ପାଳିବା କିମ୍ବା ରୁଟି ଖାଇବାକୁ ଦେବା ଦ୍ୱାରା କୁଣ୍ଡଳୀରେ ଶନିଦଶା ମଜବୁତ ହୋଇଥାଏ। ଶନିଙ୍କ ପ୍ରକୋପ କମ୍‌ କରିବାକୁ ଏପରି ଉପାୟ କରିବା ଉଚିତ।

black

କଳା ରଙ୍ଗର କୁକୁରଙ୍କ ସୋରିଷ ତେଲ ଲଗାଇ ରୁଟି ଖାଇବାକୁ ଦିଅନ୍ତୁ। କୁହାଯାଏ, ଏହା ଶନି ସହିତ ରାହୁ ଏବଂ କେତୁଙ୍କ ଦଶ ମଜବୁତ ହୋଇଥାଏ। କଳା ରଙ୍ଗର କୁକୁରକୁ ରୁଟି ଖାଇବାକୁ ଦେଲେ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଯଦି ଆପଣଙ୍କ ଅର୍ଥ କେଉଁଠୁ ଆସିପାରେ ନାହିଁ, ତେବେ କଳା ରଙ୍ଗର କୁକୁରକୁ ରୁଟି ଖାଇବାକୁ ନିହାତି ଦେବା ଦରକାର। ଏମିତି କଲେ ନ ଆସୁଥିବା ଅର୍ଥ ଆପଣଙ୍କୁ ଖୁବଶୀଘ୍ର ମିଳିଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button