ନୀତି

କୁଣ୍ଡଳୀରେ ଦୁର୍ବଳ ଗ୍ରହ ସ୍ଥିତି ଜଣାଇଥାଏ ଆପଣଙ୍କର ଏହିସବୁ ବଦଭ୍ୟାସ୍‌, ଜାଣନ୍ତୁ କ’ଣ ରହିଥାଏ ସଙ୍କେତ

ମନୁଷ୍ୟର କୁଣ୍ଡଳୀରେ ଗ୍ରହମାନଙ୍କର ସ୍ଥିତିର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଥାଏ। ଯାହ ଅନୁଯାୟୀ ବ୍ୟକ୍ତିଙ୍କ ଭଲ ଖରାପ ସମୟ ବିଷୟରେ ଜଣାପଡିଥାଏ। ଗ୍ରହମାନଙ୍କର ସ୍ଥିତି ଜାଣି ଆପଣ ନିଜ ଗ୍ରହକୁ ମଜବୁତ ମଧ୍ୟ କରିପାରିବେ। କିନ୍ତୁ ପ୍ରଶ୍ନ ଉଠୁଛି ଆପଣ କେମିତି ଜାଣିବେ, ଆପଣଙ୍କର କେଉଁ ଗ୍ରହ ଦୁର୍ବଳ ସ୍ଥିତିରେ ରହିଛି। ଆଜି ଆମେ ଆପଣଙ୍କୁ ଏମିତି କିଛି ସଙ୍କେତ ବିଷୟରେ ଜଣାଇବୁ, ଯାହା ଗ୍ରହଙ୍କ ସ୍ଥିତି ବିଷୟରେ ଦର୍ଶାଇଥାଏ। ଆସନ୍ତୁ ଜାଣିବା, କୁଣ୍ଡଳୀରେ ଯେତେବେଳେ ଗ୍ରହ ଦୁର୍ବଳ ହୁଅନ୍ତି କେତେ କ’ଣ ସଙ୍କେତ ମିଳିଥାଏ।

44

– ଚନ୍ଦ୍ରମା ଦୁର୍ବଳ ହୋଇଥିବା ବ୍ୟକ୍ତି ଯେକୌଣସି ଲୋକ କଥା ହେଉଥିବା ସମୟରେ ତାଙ୍କ କଥାରେ ହସ୍ତକ୍ଷେପ କରି କହିବାକୁ ଲାଗନ୍ତି। ଯାହା ପ୍ରକୃତରେ ଏକ ଉତ୍ତମ ଅଭ୍ୟାସ ନୁହେଁ। ଗ୍ରହ ଚନ୍ଦ୍ରମାଙ୍କ ଶାନ୍ତି ପାଇଁ ସୋମବାର ଦିନ ଶିବଙ୍କ ପୂଜାର୍ଚ୍ଚନା କରନ୍ତୁ।

– ଶୁକ୍ର ଗ୍ରହ ଅଶୁଭ କିମ୍ବା ଦୁର୍ବଳ ହୋଇଥିବା ବ୍ୟକ୍ତିଙ୍କ ଗ୍ରହ ଦୁର୍ବଳ ହୋଇଥିଲେ ସେମାନେ ବାରମ୍ବାର କଥା ଭୁଲିଯାନ୍ତି। ସେମାନଙ୍କର ସ୍ମରଣଶକ୍ତି ଦୁର୍ବଳ ହୋଇପଡେ। ଏଥିପାଇଁ ସେମାନେ ଶୁକ୍ରବାର ଦିନ ଗୋଲାପୀ ରଙ୍ଗର ପ୍ରୟୋଗ କରିବା ଉଚିତ। ଅରଣ୍ଡ ମୂଳ ବା ଛଅ ମୁଖି ରୁଦ୍ରାକ୍ଷ ଧାରଣ କରିବା ଉଚିତ। ହୀରା ପିନ୍ଧିବା ଦ୍ୱାରା ମଧ୍ୟ ଶୁକ୍ର ଗ୍ରହ ମଜବୁତ ହୋଇଥାଏ।

hair

– ଯଦି ଆପଣଙ୍କ ଗ୍ରହରେ କେତୁ ଦୁର୍ବଳ ହୋଇଥାଏ, ତେବେ ଆପଣଙ୍କ ମୁଣ୍ଡ କୁଣ୍ଡାଇଦେବା ଭଳି ବଦଭ୍ୟାସ ରହିଥାଏ। ତେଣୁ କେତୁ ଶାନ୍ତି କରିବା ପାଇଁ ଜ୍ୟୋତିଷଙ୍କ ଅନୁଯାୟୀ ନମୁଖୀ ରୁଦ୍ରାକ୍ଷ, ଅଶ୍ୱଗନ୍ଧା ଚେର ଏବଂ ଲହସୁନିଆ ରତ୍ନ ଧାରଣ କରିବା ଉଚିତ।

– ଶନି ଏବଂ ବୁଧ ଗ୍ରହ ଅଶୁଭ ଯୋଗ କାରଣରୁ ବ୍ୟକ୍ତିଙ୍କୁ ବାରମ୍ବାର ବାରମ୍ବାର ଖାଇବାକୁ ଇଚ୍ଛା ହୋଇଥାଏ। ପ୍ରଥମେ ଆପଣ ଏମିତି ବଦାଭ୍ୟାସ ବନ୍ଦ କରିବା ଉଚିତ ତା’ ପରେ ବୁଧ ଏବଂ ଶନି ଗ୍ରହକୁ ମଜବୁତ କରିବା ପାଇଁ ବୁଧବାର ଦିନ ନୀଳ ରଙ୍ଗର ବ୍ରତ ଧାରଣ କରିବା ଉଚିତ। ଶନିବାର ଦିନ କଳା ବସ୍ତ୍ର ପିନ୍ଧିବା ଉଚିତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button