ଦେଶ ବିଦେଶ

ଆପଣଙ୍କ ଚେହେରାର ସବୁ ସମସ୍ୟା ଦୂର କରିବା ଏହି ଜିନିଷ, ଜାଣନ୍ତୁ କେମିତି କରିବେ ବ୍ୟବହାର

ଗରମ ଦିନରେ ତ୍ୱଚାକୁ ଥଣ୍ଡା ରଖିବା ନିତାନ୍ତ ଜରୁରୀ। ଏମିତିରେ ଗରମ ଦିନରେ ଅନେକ ପ୍ରକାର ସ୍କିନ ସମସ୍ୟା ଦେଖାଦେଇଥାଏ। ଏସବୁ ସମସ୍ୟାରୁ ମୁକ୍ତି ଦେବ ଘରେ ଥିବା ଏହି ଗୋଟିଏ ଜିନିଷ। ତ୍ୱଚାର ସବୁ ସମସ୍ୟାର ରାମବାଣ ହେଉଛି ଚନ୍ଦନ। ଗରମ ଦିନରେ ଚନ୍ଦନର ଫେସପ୍ୟାକ୍‌ ତ୍ୱଚାର ଉଜ୍ୱଳତା ବଢାଇବାର କାମ କରିଥାଏ। ତେବେ ଆସନ୍ତୁ ଜାଣିବା, ଚନ୍ଦନକୁ କେମିତି କରିବେ ବ୍ୟବହାର…

ତ୍ୱଚା ସଂକ୍ରମଣରୁ ରକ୍ଷା କରେ :

ଚନ୍ଦନ ତ୍ୱଚା ସଂକ୍ରମଣରୁ ରକ୍ଷା କରେ। ଏହାଛଡା ବ୍ରଣ ମଧ୍ୟ ଦୂର କରିଥାଏ। ଏକ ଚାମଚ ଧନିଆ ପାଉଡରରେ ଏକ ଚାମଚ ଚନ୍ଦନ ଏବଂ ଦୁଇ ଚାମଚ ଦହି ମିଶାଇ ପେଷ୍ଟ ତିଆରି କରନ୍ତୁ। ଏହାକୁ ଚେହେରାରେ ଲଗାଇବା ପରେ ଶୁଖିବା ପାଇଁ ଥଣ୍ଡା ପାଣିରେ ଧୋଇଦିଅନ୍ତୁ। ତ୍ୱଚା ସଂକ୍ରମଣ ସହିତ ବ୍ରଣ ସମସ୍ୟାରୁ ମୁକ୍ତି ଦେବ।

456

କଳାଦାଗ ଦୂର କରିବ :

ଅତ୍ୟଧିକ ଖରାରେ ଆସିବା ଯୋଗୁଁ ତ୍ୱଚା ଡ୍ୟାମେଜ ହୋଇଯାଏ। ଯେଉଁଥିପାଇଁ ତ୍ୱଚାରେ ଦାଗ, ଭାଙ୍ଗ ଇତ୍ୟାଦି ଦେଖାଦିଏ। ଏକ ଚାମଚ ଚନ୍ଦନ ପାଉଡରରେ ଏକ ଚାମଚ କ୍ଷୀର ଏବଂ ଅଳ୍ପ ହଳଦୀ ମିଶାଇ ଏକ ଫେସପ୍ୟାକ୍‌ ତିଆରି କରନ୍ତୁ। ଏହାକୁ ନିଜ ତ୍ୱଚାରେ ଭଲଭାବେ ଲଗାଇବା ପରେ ୨୦ ମିନିଟ ରଖି ଥଣ୍ଡା ପାଣିରେ ଧୋଇଦିଅନ୍ତୁ। ଆପଣଙ୍କ ଏହି ସମସ୍ୟା ଦୂର ହେବ।

cc

ସ୍କିନକୁ ହାଇଡ୍ରେଟ୍‌ କରେ :

ତ୍ୱଚାକୁ ହାଇଡ୍ରେଟ କରିବା ପାଇଁ ଚନ୍ଦନ ଲାଭକାରୀ ହୋଇଥାଏ। ଚନ୍ଦନ ଲଗାଇବା ଯୋଗୁଁ ଅନେକ ସମସ୍ୟା ଦୂର ହୋଇଥାଏ। ଚନ୍ଦନରେ ଥିବା ତୈଳ ତ୍ୱଚାର ରୁକ୍ଷପଣ ଦୂର କରିଥାଏ। ଏକ ଚାମଚ ଚନ୍ଦନ ପାଉଡର ସହିତ ଦୁଇ ଚାମଚ ଗୋଲାପ ଜଳ ମିଶାଇ ପତଳା ପେଷ୍ଟ କରିଦିଅନ୍ତୁ। ଏହାକୁ ତୁଳା ସାହାଯ୍ୟରେ ମୁହଁରେ ଲଗାଇ ଶୁଖିବା ପରେ ଥଣ୍ଡା ପାଣଈିରେ ଧୋଇଦିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button