ବିଚାର

ପିଲାଙ୍କ ପାଇଁ ଆଜି ହିଁ ବନାନ୍ତୁ ଚଟପଟା କର୍ନ ରୋଲ୍‌, ଏମିତି କରନ୍ତୁ ପ୍ରସ୍ତୁତ

ବର୍ଷାଦିନରେ ପିଲାମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ନିତାତ ଆବଶ୍ୟକ ହୋଇଥାଏ। ଏହା ସହିତ ଚଟପଟା ସ୍ନାକ୍ସ ଖାଇବା ପାଇଁ ମଧ୍ୟ ଇଚ୍ଛା କରିଥାନ୍ତି। ବାହାରର ଖାଦ୍ୟ ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ। ତେବେ ପିଲାଙ୍କୁ ଘରେ କିପରି ଚଟପଟା ଖାଦ୍ୟ ପ୍ରସ୍ତୁତ କରିଦେବେ। ଆଜି ଆମେ ଆପଣଙ୍କୁ ଏକ ଚଟପଟା ଖାଦ୍ୟ ‘ କର୍ନ ରୋଲ୍ସ’ ବିଷୟରେ କହିବୁ। ଯାହା ପିଲାଙ୍କୁ ସ୍ୱାଦିଷ୍ଟ ଲାଗିବା ସହିତ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ।

ଆବଶ୍ୟକ ସାମଗ୍ରୀ :

ମକା :୨
ବ୍ରେଡ ଖଣ୍ଡ : ୧୦ଟା
ନଡିଆ : ୨ କପ୍‌ ( କୋରା ହୋଇଥିବା)
କଞ୍ଚାଲଙ୍କା : ୨ଟା
ପିଆଜ : ୧ (ଛୋଟ କଟାହୋଇଥିବା)

corn
ଟମାଟର : ୧ ( ଛୋଟ କଟା ହୋଇଥିବା)
ଗରମ ମସଲା : ୧ ଟେବୁଲସ୍ପୁନ
ଧନିଆପତ୍ର : ୨ ଟେବୁଲସ୍ପୁନ ( ଛୋଟ କଟା ହୋଇଥିବା)
ଲୁଣ : ସ୍ୱାଦୁନୁସାରେ
ତେଲ : ଛାଣିବା ପାଇଁ

55

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ମକାଦାନାକୁ ବାଛି ତାକୁ ସିଝାଇ ପେଷ୍ଟ କରିଦିଅନ୍ତୁ। ଏବେ ଏହି ପେଷ୍ଟରେ ବାକି ସବୁ ସାମଗ୍ରୀ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏକ ଅଲଗା ଜାଗାରେ ପାଣି ରଖି ସେଥିରେ ବ୍ରେଡକୁ ହାଲକା ଭାବେ ବୁଡାଇ ଦିଅନ୍ତୁ। ଏବେ ଏହି ବ୍ରେଡରେ ଅଳ୍ପ ମସଲା ପସାଇ ରୋଲ ପରି ତିଆରି କରି ଗରମ ତେଲରେ ଛାଣନ୍ତୁ। ରୋଲ ଅଳ୍ପ ସୁନେଲୀ ରଙ୍ଗ ହେବା ପରେ କାଢିଦିଅନ୍ତି। ଏବେ ପ୍ରସ୍ତୁତ ହୋଇଗଲା ଚଟପଟା କର୍ନ ରୋଲ। ଏହାକୁ ହରୀ କିମ୍ବା ମିଠା ଚଟଣୀ ସହିତ ଗରମ ଗରମ ପରଷନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button