ଦେଶ ବିଦେଶ

ଲାଉରେ ରହିଛି ଅନେକ ଔଷଧୀୟ ଗୁଣ, ଦୂର କରିଥାଏ ଶରୀରର ଏଭଳି ସମସ୍ୟା

ଆପଣ ଲାଉରେ ଅନେକ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇଥିବେ। ଲାଉ ଆମ ଶରୀରରେ ଅନେକ ରୋଗ ଦୂର କରିବାରେ ସହାୟକ ହୋଇଥାଏ। ଲାଉକୁ ମଧ୍ୟ କଞ୍ଚା ଖାଇହୁଏ। ଏହା ପେଟ ସଫା କରିବା ପାଇଁ ଲାଭଦାୟକ ହୋଇଥାଏ। ଏହା ଶରୀରକୁ ସୁସ୍ଥ ଏବଂ ଶୁଦ୍ଧ ରଖିଥାଏ। ତେବେ ଆସନ୍ତୁ ଜାଣିବା, ଲାଉରେ କ’ଣ ଔଷଧୀୟ ଗୁଣ ରହିଥାଏ।

ଲାଉରେ ଥିବା ଔଷଧୀୟ ଗୁଣ :

– ଯଦି ଝାଡା ହେଉଥାଏ ତେବେ ୨୫ ଏମଏଲ ଲାଉ ରସରେ ଅଧା ଚାମଚ ଲେମ୍ବୁ ରସ ମିଶାଇ ଧୀରେ ଧୀରେ ପିଅନ୍ତୁ। ଏହା ପିଇବା ଦ୍ୱାରା ବହୁତ ପରିସ୍ରା ଆସିଥାଏ।

juice

– କାଶ, ଟିବି, ଛାତି ଜଳାପୋଡା ହେବା ଇତ୍ୟାଦିରୁ ମୁକ୍ତି ମିଳିଥାଏ।

– ହୃଦରୋଗୀ ବିଶେଷ କରି ଖାଇବା ପରେ ଏକ କପ୍‌ ଲାଉ ଜୁସରେ ଅଳ୍ପ ଗୋଲମରିଚ ଗୁଣ୍ଡ ଏବଂ ପୋଦିନା ପକାଇ ପିଅନ୍ତୁ। ହୃଦରୋଗ ସମସ୍ୟା ଦୂର ହେବ।

– ଲାଉରେ ପୋଟାସିୟମର ପ୍ରଚୁର ମାତ୍ରା ରହିଛି, ଯେଉଁଥିପାଇଁ ଷ୍ଟୋନ ରୋଗୀ ପାଇଁ ବହୁତ ଉପଯୋଗୀ।

1

– ଲାଉ ମଞ୍ଜି ତେଲ କୋଲେଷ୍ଟ୍ରଲ କମ୍‌ କରିବାର କାମ କରିଥାଏ। ଯାହା ହୃଦୟକୁ ଶକ୍ତି ଦେଇଥାଏ। ରକ୍ତ ପ୍ରଶିରାକୁ ସୁସ୍ଥ ବନାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button