ଦେଶ ବିଦେଶ

ଘରେ ଏମିତି ସହଜ ଉପାୟରେ ହଟାନ୍ତୁ ଫେସିଆଲ ହେୟାର, ଏମିତି କରନ୍ତୁ ବ୍ୟବହାର

ମହିଳାମାନେ ନିଜକୁ ସୁନ୍ଦର ଦେଖାଯିବା ପାଇଁ ବହୁତ ପ୍ରକାର ଜିନିଷ ଆପଣେଇଥାନ୍ତି। ଅନେକ ମହିଳାମାନେ ତ ନିଜ ମୁହଁରେ ଥିବା କେଶକୁ ହଟାଇବା ପାଇଁ ବହୁତ ଯନ୍ତ୍ରଣା ସହିଥାନ୍ତି। ତେବେ ଏହି କରୋନା ସମୟରେ ଆପଣ ପାର୍ଲର ତ ଯାଇପାରିବେନି ତେଣୁ ଆଜି ଆମେ ଆପଣଙ୍କୁ କିଛି ଘରୋଇ ଉପାୟ ବିଷୟରେ ଜଣାଇବୁ। ଆପଣ ଘରେ ଥିବା ଜିନିଷରୁ ନିଜ ମୁହଁରେ ଥିବା କେଶକୁ ହଟାଇ ପାରିବେ।

ବେସନ ପ୍ୟାକ

besan packବେସନ ଏବଂ ହଳଦିର ମିଶ୍ରଣ ଚେହେରାରୁ କେଶ ହଟାଇବାରେ ବହୁତ ସାହାଯ୍ୟ କରିବ। ବେସନରେ ଅଳ୍ପ ଗୋଲାପ ଜଳ ଏବଂ ଚିମୁଟାଏ ହଳଦି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ଚେହେରାରେ ଲଗାଇ ସୁଖିବା ଯାଏ ଛାଡନ୍ତୁ। ଏହାପରେ ପାଣିରେ ହଲକା ଭାବରେ ଧୋଇ ଦିଅନ୍ତୁ। ସପ୍ତାହରେ ଦୁଇ ଥର ଏପରି କଲେ ଆପଣଙ୍କ ଚେହେରାରୁ କେଶ ହଟିଯିବ।

ମେଥି ମାସ୍କ

methiମେଥି ତ୍ୱଚା ଏବଂ କେଶ ପାଇଁ ବହୁତ ଲାଭଦାୟକ ହୋଇଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି ଫେସିଆଲ ହେୟାର ସମସ୍ୟାରୁ ମଧ୍ୟ ଏହା ମୁକ୍ତି ଦେଇଥାଏ। ୨ ଚାମଚ ମେଥି ଦାନା ଏବଂ ଦୁଇ ଚାମଚ ସବୁଜ ଚଣାକୁ ମିଶାଇ ପାଉଡର ପ୍ରସ୍ତୁତ କରନ୍ତୁ। ଏବେ ଏହାକୁ ପାତ୍ରକୁ ବାହାର କରି ଏଥିରେ ଗୋଟେ ଅଣ୍ଡାର ଧଳା ଭାଗ ଏବଂ ଅଳ୍ପ ମହୁ ମିଶାନ୍ତୁ। ଏବେ ଏହି ମିଶ୍ରଣକୁ ଚେହେରାରେ ଲଗାଇ ୧୦ ମିନିଟ୍‌ ଛାଡି ଦିଅନ୍ତୁ। ଏହାପରେ ଏକ ମୁଲାୟମ କପଡାରେ ସଫା କରିଦିଅନ୍ତୁ। ଦେଖିବେ ଏହି ମାସ୍କ ଦ୍ୱାରା ଆପଣଙ୍କ ଫେସିଆଲ ହେୟାର ଗାୟବ ହୋଇଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button