ଦେଶ ବିଦେଶ

ବର୍ଷାଦିନେ ଏମିତି ନିଅନ୍ତୁ ପିଲାଙ୍କ ଆଖିର ଯତ୍ନ, ହେବନି ସଂକ୍ରମଣ

ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ବର୍ଷା ସମୟରେ ଆମେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଦରକାର। ନଚେତ୍‌ ଜ୍ୱର ଥଣ୍ଡା ହେବାର ଆଶଙ୍କା ରହିଛି। ତେବେ ବର୍ଷା ବେଳେ ଆମେ ବାହାରର ଖାଦ୍ୟପେୟ ଓ ନ ଭିଜିବା ଭଳି ସାବଧାନତା ତ ଆପଣାଇଥାଉ କିନ୍ତୁ ଆଖିକୁ ଭୁଲିଯାଉ। ମାତ୍ର ଖୁବ୍‌ ଲୋକ ଜାଣିଥିବେ ଯେ ବର୍ଷା ନିଜ ସହ ଆର୍ଦ୍ରତା ମଧ୍ୟ ନେଇ ଆସିଥାଏ ଯାହା ଚକ୍ଷୁ ସଂକ୍ରମଣର ମୁଖ୍ୟ କାରଣ। ଖାସ୍‌ କରି ପିଲାମାନଙ୍କ ଠାରେ ଏହି ସଂକ୍ରମଣ ଅଧିକ ଦେଖାଯାଏ, କାରଣ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍‌ ରହିଥାଏ। ତେବେ ଆସନ୍ତୁ ଜାଣିବା ବର୍ଷାଦିନେ ପିଲାଙ୍କ ଚକ୍ଷୁର ଯତ୍ନ ନେବେ କେମିତି…

baby

  • କୌଣସି ଜିନିଷ ଛୁଇଁବା ପରେ ପିଲାଙ୍କୁ ହାତ ଧୋଇବାକୁ କୁହନ୍ତୁ। ନଚେତ୍‌ ସେହି ହାତ ଆଖିରେ ବାଜି ଆଖି ଜଳାପୋଡ଼ା କରିବା ସମ୍ଭାବନା ରହିଛି। ଏହା ଦ୍ୱାରା ସଂକ୍ରମଣର ଆଶଙ୍କା କମ୍‌ ରହିଥାଏ।
  • ସଂକ୍ରମଣରୁ ରକ୍ଷା ପାଇବା ପାଇଁ ନିୟମିତ ଭାବେ ପିଲାଙ୍କ ଆଖି ପରୀକ୍ଷା କରାନ୍ତୁ।
  • ବାହାର ତ୍ୱଚା ଅପେକ୍ଷା ଆଖି ଅଧିକ ସେନ୍‌ସେଟିିଭ୍‌ ହୋଇଥାଏ। ଏଣୁ ଯଦି ପିଲାକୁ କୁଆଡ଼େ ବୁଲାଇବାକୁ ନେଉଛନ୍ତି ତେବେ ଚଷମା ପିନ୍ଧାନ୍ତୁ। ଏହା ଦ୍ୱାରା ଧୂଳି ମଳି ଆଖିରେ ଲାଗିବ ନାହିଁ।
  • ଯଦି ଆଖି କୁଣ୍ଡାଇ ହେଉଛି କିମ୍ବା ନାଲି ପଡ଼ୁଛି ତେବେ କୌଣସି ଘରୋଇ ଉପଚାର ନ କରି ଡାକ୍ତରଙ୍କୁ ଦେଖାନ୍ତୁ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button