ବିଚାର

ଯଦି ଆପଣ ମଧ୍ୟ ପୂଜାରେ ଉପଯୋଗ କରୁଛନ୍ତି ଷ୍ଟିଲ ବାସନ, ତାହେଲେ ଜାଣିନିଅନ୍ତୁ ଏହି କଥା

ସାଧାରଣତଃ ଲୋକମାନେ ଭଗବାନଙ୍କୁ ପୂଜା କରିବାବେଳେ ଅନେକ ପ୍ରକାର ବାସନର ବ୍ୟବହାର କରନ୍ତି, ଯାହାକୁ କେହି କେହି ଠାକୁର ବାସନ ବୋଲି କୁହନ୍ତି। ହିନ୍ଦୁ ଧର୍ମ ଶାସ୍ତ୍ର ଅନୁଯାୟୀ ପୂଜା-ପାଠରେ ଧାତୁର ବ୍ୟବହାର ହେବା ଉଚିତ। ଏଥିପାଇଁ ମଧ୍ୟ ହିନ୍ଦୁ ଧର୍ମ ଶାସ୍ତ୍ରରେ କିଛି ନିୟମ ରହିଛି। ଅଧିକାଂଶ ଲୋକ ପୂଜା-ପାଠ କରିବା ସମୟରେ ଷ୍ଟିଲ ବାସନର ଉପଯୋଗ କରନ୍ତି, କିନ୍ତୁ ପୂଜା ପାଠରେ ଏହାର ବ୍ୟବହାର ଶୁଭ ବୋଲି ଧରାଯାଏ ନାହିଁ। ଆସନ୍ତୁ ଜାଣିବା ପୂଜା-ପାଠ କରିବା ସମୟରେ କେଉଁ ଧାତୁର ଉପଯୋଗ କରିବା ଆବଶ୍ୟକ।

ଶାସ୍ତ୍ର ଅନୁଯାୟୀ ପୂଜା-ପାଠରେ ଉପଯୋଗ ହେଉଥିବା ଅଲଗା ଅଲଗା ଧାତୁ, ଅଲଗା ଅଲଗା ଫଳ ଦେଇଥାଏ। ସୁନା, ରୂପା, ପିତ୍ତଳ ଏବଂ ତମ୍ବା ବାସନର ବ୍ୟବହାର ଶୁଭ ବୋଲି ଧରାଯାଏ। କିନ୍ତୁ ଷ୍ଟିଲ, ଲୁହା ଏବଂ ଆଲୁମିନିୟମ ବାସନକୁ ଅଶୁଭ ବୋଲି ଶାନ୍ତ୍ରରେ କୁହାଯାଇଛି। କେବଳ ବାସନ ନୁହେଁ ଏହି ଧାତୁର ମୂର୍ତ୍ତକୁ ମଧ୍ୟ ପୂଜା କରିବା ଶୁଭ ହୋଇନଥାଏ ବୋଲି ଧରାଯାଏ।

aratiଏହାପଛରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି ପୂଜା-ପାଠ ପାଇଁ ପ୍ରାକୃତିକ ଧାତୁକୁ ଶୁଭ ବୋଲି ଧରାଯାଏ। ଏହି କାରଣରୁ ଷ୍ଟିଲ ଧାତୁର ବାସନରେ ପୂଜା କରିବା ବାରଣ କରାଯାଇଛି। କାହିଁକିନା ଷ୍ଟିଲ ମାନବ ନିର୍ମିତ ଧାତୁ ଅଟେ। ସେହିପରି ଲୁହାରେ କଳଙ୍କି ଲାଗିଯାଏ। ଏହି କାରଣରୁ ଏହି ବାସନକୁ ଉପଯୋଗ କରିବାକୁ ମନା କରାଯାଇଛି। ଏହାଦ୍ୱାରା ଆମ ତ୍ୱଚା ଉପରେ ମଧ୍ୟ କ୍ଷତି ପହଁଚିଥାଏ ଏବଂ ମୂର୍ତ୍ତି ମଧ୍ୟ ଖରାପ ହୋଇଥାଏ।

ପୂଜା-ପାଠ ପାଇଁ ବାସନ ହୋଇଥାଏ ସର୍ବଶ୍ରେଷ୍ଠ

ପୂଜା-ପାଠରେ ସୁନା, ରୂପା, ପିତ୍ତଳ ଏବଂ ତମ୍ବା ବାସନର ଉପଯୋଗ କରିବା ଉଚିତ। କୁହାଯାଏ ଯେ ସବୁ ଧାତୁକୁ କେବଳ ଜଳାଭିଷେକ ଦ୍ୱାରା ହିଁ ଶୁଦ୍ଧ ହୋଇଥାନ୍ତି। କୁହାଯାଏ ଯେ ପୂଜା କରିବା ସମୟରେ ପୂଣ୍ଣ୍ୟ ପ୍ରାପ୍ତି ମଧ୍ୟ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button