ଦେଶ ବିଦେଶ

ଆପଣଙ୍କ ଚେହେରାର ଚମକ ବଢାଇବ କ୍ଷୀର-ବ୍ରେଡ ଫେସପ୍ୟାକ୍‌, ଏମିତି କରନ୍ତୁ ବ୍ୟବହାର

ମହିଳାମାନେ ନିଜର ତ୍ୱଚାର ସ୍ୱତନ୍ତ୍ର ଦେଖାଶୁଣା କରିବା ପାଇଁ ଅନେକ ପ୍ରକାର ପ୍ରସାଧନ ସାମଗ୍ରୀ ଉପରେ ନିର୍ଭର କରନ୍ତି। ଯୁବତୀମାନେ ବର୍ଷାଦିନରେ ତ୍ୱଚା ସହିତ ଜଡିକ ଅନେକ ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଏମିତିରେ ଏହି ଦିନମାନଙ୍କରେ ବ୍ରଣ ଏବଂ ଦାଗ ସହିତ ଜଡିତ ସମସ୍ୟା ବଢିବାରେ ଲାଗିଥାଏ। ଏମିତିରେ ଆଜି ଆମେ ଆପଣଙ୍କୁ ଏମିତି ଏକ ଫେସପ୍ୟାକ୍‌ ବିଷୟରେ ଜଣାଇବୁ, ଯାହା ଆପଣଙ୍କ ତ୍ୱଚାରେ ଚମକ ବଢାଇବାରେ ସାହାଯ୍ୟ କରିଥାଏ। ତେବେ ଆସନ୍ତୁ ଜାଣିବା କେମିତି ଏବଂ କିପରି କରିବେ ଏହି ଫେସପ୍ୟାକର ବ୍ୟବହାର…

ପ୍ରଥମେ ଖଣ୍ଡେ ବ୍ରେଡକୁ ନେଇ ଛୋଟ ଛୋଟ ଖଣ୍ଡରେ ଭାଙ୍ଗି ଦିଅନ୍ତୁ। ଏକ ପାତ୍ରରେ ୩ ଚାମଚ କଞ୍ଚା କ୍ଷୀର ନେଇ ସେଥିରେ ବ୍ରେଡ ଖଣ୍ଡକୁ ପକାନ୍ତୁ। ବ୍ରେଡ ଯେତେବେଳେ ସବୁ କ୍ଷୀର ଶୋଷି ନେବ ତା’ପରେ ଏଥିରେ ପେଷ୍ଟ ବନାଇଦିଅନ୍ତୁ।

braed

ଏମିତି କରନ୍ତୁ ବ୍ୟବହାର :

ପ୍ରଥମେ ମୁହଁକୁ ଭଲ ଭାବେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ। ଏହି ପେଷ୍ଟକୁ ମୁହଁରେ ଭଲ ଭାବେ ଲଗାଇଦିଅନ୍ତୁ। ଏହାକୁ ମୁହଁରେ ଲଗାଇ ୧୦ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ। ପ୍ୟାକ୍‌ ଶୁଖିଗଲା ପରେ ଚେହେରାକୁ ଭଲ ଭାବେ ମାଲିସ କରି ଗରମ ପାଣିରେ ଧୋଇଦିଅନ୍ତୁ। ଦେଖିବେ କିପରି ତ୍ୱଚାରେ ଚମକ ଆସିଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button