ଦେଶ ବିଦେଶ

ଟ୍ରେଣ୍ଡିଂ ଲୁକ୍‌ ଦେଉଥିବା ଦାଢ଼ି କୁଣ୍ଡାଇ ହେଉଥିଲେ ଆଦୌ ଚିନ୍ତା କରନ୍ତୁନି, ଆପଣାନ୍ତୁ ଏହି ଟିପ୍‌ସ

ବର୍ତ୍ତମାନ ସମୟରେ କେବଳ ମହିଳା ନୁହେଁ ପୁରୁଷମାନେ ମଧ୍ୟ ନିଜ ସୁନ୍ଦରତା ଉପରେ ଗୁରୁତ୍ୱ ଦେଉଛନ୍ତି। କେବଳ ସେତିକି ନୁହେଁ ବଦଳୁଥିବା ଟ୍ରେଣ୍ଡକୁ ଦେଖି ନିଜ ଲୁକ୍‌ସ ବି ବଦଳାଇଥାନ୍ତି। ଗତ କିଛି ଦିନ ହେବ ଦାଢ଼ି ରଖିବା ଏକ ଫ୍ୟାଶନରେ ପରିଣତ ହୋଇଛି। ଏଣୁ ୟଙ୍ଗ୍‌ଷ୍ଟାରମାନେ ଏବେ ଦାଢ଼ି ରଖୁଛନ୍ତି। ଗୋଟେପଟେ ଦାଢ଼ି ଆପଣଙ୍କୁ ଏକ ଡ୍ୟାସିଂ ଲୁକ୍‌ ଦେଉଥିବା ବେଳେ ଅନ୍ୟପଟେ ଯଦି ଏହାର ଠିକ୍‌ ଯତ୍ନ ନ ନିଅନ୍ତି ତେବେ କୁଣ୍ଡାଇ ହେବା ଆରମ୍ଭ ହୋଇଯାଏ। ତେବେ ଆଜି ଆସନ୍ତୁ ଜାଣିବା ଦାଢ଼ିର କିଭଳି ଯତ୍ନ ନେଲେ ତାହା କୁଣ୍ଡାଇ ହେବ ନାହିଁ…

Beard Itch

  • ଏକ୍ସପର୍ଟଙ୍କ ମୁତାବକ ଦାଢ଼ି ଆମ ମୁହଁର ହିଁ ଏକ ଅଂଶ। ଏଣୁ ମୁହଁ ଧୋଇବା ବେଳେ ଦାଢ଼ିକୁ ବି ଫେସ୍‌ଓ୍ଵାସ୍‌ରେ ଠିକ୍‌ ଭାବେ ସଫା କରନ୍ତୁ। ଏହା ଦ୍ୱାରା ଇନ୍‌ଫେକସନ୍‌ ଦୂର ହୁଏ।
  • ବ୍ୟୁଟି ଏକ୍ସପଟଙ୍କ ମତରେ ଦାଢ଼ିକୁ କେବଳ ସଫା କରିବା ଯଥେଷ୍ଟ ନୁହେଁ। ଏହାକୁ ମଶ୍ଚରାଇଜଡ ଓ କଣ୍ଡିସନ୍‌ଡ ମଧ୍ୟ କରିବା ଜରୁରୀ। ମାର୍କେଟରେ ବିଭିନ୍ନ କମ୍ପାନୀର କଣ୍ଡିସନର ମିଳୁଥିଲେ ବି ଆପଣ ଚାହିଁଲେ ଆଲୋବେରା କିମ୍ବା ନଡ଼ିଆ ତେଲ ମଧ୍ୟ ବ୍ୟବହାର କରିପାରିବେ।
  • ଦାଢ଼ି ଆପଣଙ୍କୁ ଟ୍ରେଣ୍ଡିଂ ଲୁକ୍‌ ଦେଉଥିଲେ ବି ମଝିରେ ମଝିରେ ଏହାକୁ ଟ୍ରିମିଂ ବା କାଟିବାକୁ ଯେମିତି ନ ଭୁଲନ୍ତି। ଏହା ଦ୍ୱାରା ବ୍ୟାକ୍ଟେରିଆଲ ଇନ୍‌ଫେକସନ୍‌ର ଆଶଙ୍କା କମ୍‌ ହୋଇଥାଏ। ଏଥିସହ ଆପଣଙ୍କ ଲୁକ୍‌ ମଧ୍ୟ ବେଶ୍‌ ଆକର୍ଷକ ଲାଗିବ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button