ସ୍ୱାସ୍ଥ୍ୟ

ଅଣ୍ଟା ଯନ୍ତ୍ରଣା ସମସ୍ଯା ଦୂର କରିବା ପାଇଁ ଏହିସବୁ ଜିନିଷକୁ ଡାଏଟ୍ ରେ କରନ୍ତୁ ସାମିଲ, ତୁରନ୍ତ ମିଳିବ ଆରାମ

ଅଣ୍ଟା ଯନ୍ତ୍ରଣା ସମସ୍ଯା କୌଣସି ସମୟରେ କାହାକୁ ବି ହୋଇପାରେ। ଅଣ୍ଟାରେ ଯନ୍ତ୍ରଣା ହେବା କାରଣରୁ ଉଠିବା, ବସିବା ଏବଂ ଶୋଇବାରେ ମଧ୍ଯ ସମସ୍ଯାର ସାମ୍ନା କରିବାକୁ ପଡିଥାଏ। ଏହି କାରଣରୁ କେବେ କେବେ ଅସହ୍ଯ ଯନ୍ତ୍ରଣା ମଧ୍ଯ ହୋଇଥାଏ। ଅଣ୍ଟା ବିନ୍ଧା ସମସ୍ଯା ଅନେକ କାରଣରୁ ହୋଇପାରେ। ଯେପରି ଓଜନ ଜିନିଷ ଉଠାଇବା ଏବଂ ଅଧିକ ସମୟ ପର୍ଯ୍ଯନ୍ତ ବସି କାମ କରିବା। ଏନେଇ ଆଜି ଆମେ ଆପଣଙ୍କୁ ଅଣ୍ଟା ଯନ୍ତ୍ରଣା ଦୂର କରିବା ପାଇଁ କିଛି ଘରୋଇ ଉପାୟ ବିଷୟରେ କହିବୁ, ଯାହାକୁ ଆପଣାଇବା ଦ୍ବାରା ଆପଣ ଏହି ସମସ୍ଯାରୁ ମୁକ୍ତି ପାଇପାରିବେ। ତେବେ ଆସନ୍ତୁ ଜାଣିବା ଅଣ୍ଟା ଯନ୍ତ୍ରଣା ସମସ୍ଯାରୁ ମୁକ୍ତି ପାଇବା ପାଇଁ ଡାଏଟ୍ ରେ କେଉଁ ଜିନିଷ ସାମିଲ କରିବା ଉଚିତ।

back pain1-ଅଦାରେ ଅନେକ ପ୍ରକାର ଔଷଧୀୟ ଗୁଣ ରହିଥାଏ। ଏହିକାରଣରୁ ଅଣ୍ଟାରେ ଯନ୍ତ୍ରଣା ଭୋଗୁଥିବା ଲୋକମାନେ ଖାଦ୍ଯରେ ନିଶ୍ଚିନ୍ତ ରୂପେ ଅଦା ସାମିଲ କରିବା ଉଚିତ। ଏଥିପାଇଁ ଆପଣ ଅଦାରେ କାଢା ପ୍ରସ୍ତୁତ କରି ସେବନ କରିବା ଉଚିତ। ଏହା ସ୍ବାସ୍ଥ୍ଯ ପାଇଁ ଅତ୍ଯନ୍ତ ଲାଭକାରୀ ହୋଇଥାଏ।

back pain2-ଅଣ୍ଟା ଯନ୍ତ୍ରଣା ଥିବା ବ୍ଯକ୍ତିମାନେ ଖାଦ୍ଯରେ ସୈନ୍ଧବ ଲବଣ ସାମିଲ କରିବା ଉଚିତ। ସୈନ୍ଧବ ଲବଣ ସ୍ବାସ୍ଥ୍ଯ ପାଇଁ ଲାଭକାରୀ ହୋଇଥାଏ। ଅଣ୍ଟା ଯନ୍ତ୍ରଣା ସମସ୍ଯା ଭୋଗୁଥିବା ବ୍ଯକ୍ତିମାନେ ପାଣିରେ ସୈନ୍ଧବ ଲବଣ ପକାଇ ସେକ ମଧ୍ଯ ନେଇପାରିବେ। ଏପରି କରିବା ଦ୍ବାରା ତୁରନ୍ତ ଆରାମ ମିଳିଥାଏ।

-ଏକ ଗ୍ଲାସ କ୍ଷୀରରେ ଏକ ଚାମଚ ମେଥି ପାଉଡର ଏବଂ ଏକ ଚାମଚ ମହୁ ମିଶାଇ ସେବନ କରିବା ଉଚିତ। ଏହି ମିଶ୍ରଣକୁ ସେବନ କରିବା ଦ୍ବାରା ଅଣ୍ଟା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।

back pain-ହଳଦୀ ସ୍ବାସ୍ଥ୍ଯ ପାଇଁ ରାମବାଣ ସଦୃଶ୍ୟ। ଅଣ୍ଟା ଯନ୍ତ୍ରଣା ଭୋଗୁଥିବା ଲୋକମାନେ ହଳଦୀ କ୍ଷୀର ପିଇବା ଉଚିତ। କାରଣ ଏହା ସ୍ବାସ୍ଥ୍ଯ ପାଇଁ ଅତ୍ଯନ୍ତ ଲାଭକାରୀ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button