ନୀତି

ଘରୁ ନକାରାତ୍ମକ ପ୍ରଭାବ ଦୂର କରିବା ପାଇଁ ଆପଣାନ୍ତୁ ଏହିସବୁ ଟିପ୍ସ, ଜାଣନ୍ତୁ କ’ଣ କହୁଛି ବାସ୍ତୁଶାସ୍ତ୍ର

ବାସ୍ତୁ ଶାସ୍ତ୍ର ଘର ଏବଂ ଘରର ବସ୍ତୁକୁ ସଠିକ୍ ଦିଗରେ ରଖିବା ପାଇଁ ଦିଗ ଗଣନା କରିଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଭିନ୍ନ ଭିନ୍ନ ଦିଗ ଅଲଗା ଅଲଗା ବସ୍ତୁ ଏବଂ କାର୍ଯ୍ଯ ପାଇଁ ବିଭିନ୍ନ ପ୍ରକାର ଫଳ ପ୍ରଦାନ କରିଥାଏ। ପ୍ରତ୍ଯେକ ଦିଗରୁ ଏକ ଶକ୍ତି ଆସିଥାଏ, ଯାହା ଘରର ନକ୍ସା ଏବଂ ଘରେ ଥିବା ଜିନିଷପତ୍ର ଦ୍ବାରା ପ୍ରଭାବିତ ହୋଇଥାଏ। କୁହାଯାଇଥାଏ ବାସ୍ତୁ କାରଣରୁ ଘରେ ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ପଡିଥାଏ। ବିଶେଷ ରୂପେ ଘରୁ ନକାରାତ୍ମକ ଶକ୍ତି ବାହାର କରିବା ଅତ୍ଯନ୍ତ ଆବଶ୍ଯକ। ନଚେତ୍ ଘରର ସମସ୍ତ ଲୋକ ପ୍ରତିକୂଳ ରୂପେ ଏହାଦ୍ବାର ପ୍ରଭାବିତ ହୋଇଥାନ୍ତି। ତେବେ ଆସନ୍ତୁ ଜାଣିବା ଘରୁ ନକାରାତ୍ମକ ଶକ୍ତି ଦୂର କରିବେ କିପରି?

negative-ଘରେ ନିଶ୍ଚିନ୍ତ ରୂପେ ତୁଳସୀ ଗଛ ଲଗାନ୍ତୁ। ମାନ୍ଯତା ରହିଛି ତୁଳସୀ ଗଛ ମୂଳେ ଜଳ ଦେବା ଏବଂ ସଂଧ୍ଯାରେ ଦୀପ ଲଗାଇବା ଦ୍ବାରା ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। କାରଣ ତୁଳସୀ ଗଛ ଘରେ ରହିବା ଦ୍ବାରା ସକାରାତ୍ମକ ପ୍ରଭାବ ପଡିଥାଏ।

-ମଙ୍ଗଳବାର ଏବଂ ଶନିବାର ଦିନ ପାଣିରେ ଲୁଣ ପକାଇ ସେହି ପାଣିରେ ପୁରା ଘର ପୋଛା ଲଗାନ୍ତୁ। ଏପରି କରିବା ଦ୍ବାରା ଘରୁ ନକାରାତ୍ମକ ପ୍ରଭାବ ଦୂର ହୋଇଥାଏ।

negetivity-ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ କୌଣସି ବି ଦେବୀ-ଦେବତାଙ୍କର ଅଧିକ ମୂର୍ତ୍ତି ରଖିବା ଅନୁଚିତ। ଗୋଟିଏ ଠାକୁରଙ୍କର ଗୋଟିଏ ପ୍ରତିମା ଘରେ ରଖିବା ଉଚିତ। ଏଥିସହ ଘରେ କେବେ ବି ଭଗବାନଙ୍କର ବହୁତ ବଡ ପ୍ରତିମା ଲଗାନ୍ତୁ ନାହିଁ। ଛୋଟ ପ୍ରତିମା ରଖି ପୂଜା କରନ୍ତୁ।

-ଘରେ ୱିଂଡ ଚାଇମ ନିଶ୍ଚିନ୍ତ ଲଗାନ୍ତୁ। ଏହା ଘରର କବାଟ ପାଖରେ ଲଗାଇବା ଉଚିତ। କୁହାଯାଇଥାଏ ଘରକୁ କେହି ଆସିବା ଏବଂ ଯିବା ବେଳେ ୱିଂଡ ଚାଇମ ହଲିବା ସହ ଶଦ୍ଦ କରିଥାଏ, ଯାହାଦ୍ବାରା ଘରୁ ନକାରାତ୍ମକତା ଦୂର ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button