ନୀତି

ଚାଣକ୍ୟ ନୀତି : ଏମାନେ ହିଁ ବ୍ୟକ୍ତିର ପ୍ରକୃତ ବନ୍ଧୁ, ଯିଏ ମରିବା ପର୍ଯ୍ୟନ୍ତ ରୁହନ୍ତି ସାଙ୍ଗରେ

ବନ୍ଧୁ, ଏପରି ଏକ ଶବ୍ଦ, ଯାହା କିଛି ବି ନବୁଝି ବିଚାରି ଆପଣଙ୍କ ଯେକୌଣସି ପରିସ୍ଥିତିରେ ମଧ୍ୟ ଆପଣଙ୍କ ସାଥିରେ ରହିଥାଏ। ପ୍ରକୃତ ବନ୍ଧୁ କେବେ ବି ଦେଖିନି ଭଲ ମନ୍ଦ। ସାଙ୍ଗର ସାହାଯ୍ୟ କିମ୍ବା ଅସୁବିଧାରେ ଆଗ ଆସି ଠିଆ ହୁଏ ପ୍ରକୃତ ବନ୍ଧୁ। ବନ୍ଧୁ ଯଦି ଭଲ ହେବେ କଠିନରୁ କଠିନ ପରିସ୍ଥିତିରେ ମଧ୍ୟ ଆମେ ସମାଧାନ ବାହାର କରିବାରେ ସଫଳ ହୋଇଥାଉ। ଭଲ ମିତ୍ର ମିଳିବା ଅତ୍ୟନ୍ତ କଷ୍ଟ ଯିଏ ସୁଖ କିମ୍ବା ଦୁଃଖ ସମୟରେ ବିନା କୌଣସି ଫାଇଦାରେ ସାଥିରେ ଥାଆନ୍ତି। କିନ୍ତୁ ଆଚାର୍ଯ୍ୟ ଚାଣକ୍ୟ କିଛି ଏପରି ମିତ୍ରଙ୍କ ବିଷୟରେ କହିଛନ୍ତି ଯିଏ ମନୁଷ୍ୟ ମରିବା ଯାଏଁ ତା’ ସାଥିରେ ଥାଆନ୍ତି। ତେବେ କିଏ ସେହି ବନ୍ଧୁ ଆସନ୍ତୁ ଜାଣିବା ତାଙ୍କ ବିଷୟରେ…

– ବିଦ୍ୟା ମିତ୍ରଂ ପ୍ରବାସେଷୁ ଭାର୍ଯ୍ୟା ମିତ୍ର ଗୃହେଷୁ ଚ।
ବ୍ୟାଧିତସ୍ୟୋଷଧଂ ମିତ୍ର ଧର୍ମୋ ମିତ୍ରଂ ମୃତସ୍ୟ।।

– ଚାଣକ୍ୟ ନୀତିର ଏହି ଶ୍ଲୋକରେ ଆଚାର୍ଯ୍ୟ ସର୍ବପ୍ରଥମେ ବିଦ୍ୟାକୁ ପ୍ରକୃତ ମିତ୍ର କହିଛନ୍ତି। ଚାଣକ୍ୟଙ୍କ କହିବା ଅନୁସାରେ ଘରୁ ବାହାରେ ରହୁଥିବା ବ୍ୟକ୍ତିଙ୍କ ପାଇଁ ଶିକ୍ଷା କିମ୍ବା ବିଦ୍ୟାଠୁ ବଡ଼ କୌଣସି ମିତ୍ର ନାହାନ୍ତି। ଜ୍ଞାନ ସଙ୍କଟ ସମୟରେ ବାହାରେ ରହୁଥିବା ବ୍ୟକ୍ତିଙ୍କୁ ସବୁବେଳେ ରକ୍ଷା କରିଥାଏ।

friend

– ଚାଣକ୍ୟଙ୍କ ମୁତାବକ ସ୍ତ୍ରୀ ସ୍ବାମୀଙ୍କର ସବୁଠୁ ଭଲ ମିତ୍ର ହୋଇଥାଏ। ସ୍ତ୍ରୀ ଭଲ ହେଲେ ବ୍ୟକ୍ତି ଏବଂ ପରିବାରକୁ ସମାଜରେ ମାନ-ସମ୍ମାନ ପ୍ରାପ୍ତି ହୋଇଥାଏ। ସ୍ତ୍ରୀ ସ୍ୱାମୀଙ୍କୁ ସମସ୍ତ ପ୍ରକାର ସମସ୍ୟାରୁ ଦୂରେଇ ରଖିଥାଏ।

– ଔଷଧକୁ ଚାଣକ୍ୟ ତୃତୀୟ ସବୁଠୁ ଭଲ ମିତ୍ର ବୋଲି କହିଛନ୍ତି। ସେ କହିଛନ୍ତି ଯେ, ରୋଗ ହେଲେ ଔଷଧ ବ୍ୟକ୍ତିଙ୍କୁ ସୁସ୍ଥ କରିଥାଏ ଏବଂ ରୋଗ ସମୟରେ ଔଷଧ ହିଁ ସାହାଯ୍ୟ କରିଥାଏ। ଏଥିପାଇଁ ଔଷଧ ମନୁଷ୍ୟର ପରମ ମିତ୍ର ହୋଇଥାଏ।

– ଚାଣକ୍ୟ ଧର୍ମକୁ ମନୁଷ୍ୟର ସବୁଠୁ ବଡ଼ ମିତ୍ର ବୋଲି କହିଛନ୍ତି। ସେ କହିଛନ୍ତି ଯେ ମନୁଷ୍ୟ ଯେତେ ଦିନ ଜୀବିତ ଥାଏ , ଯେତିକି ପୁଣ୍ୟ କର୍ମ କରିଥାଏ, ମନୁଷ୍ୟ ମରିଯିବା ପରେ ସେହି କର୍ମ ତା’ ସାଥିରେ ଯାଇଥାଏ। ମନୁଷ୍ୟ ଯେପରି କର୍ମ କରିଥାଏ, ତାକୁ ସମାଜ ସେହିପରି ମନେ ପକାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button