ମୁଣ୍ଡବ୍ୟଥା ଏବଂ ମାଇଗ୍ରେନ ଦୂର କରିବ ଅଳେଇଚ, ଏମିତି କରନ୍ତୁ ବ୍ୟବହାର

ଆଜିକାଲି ଅନିୟମିତ ଜୀବନଶୈଳୀ ଏବଂ ଖାଦ୍ୟପେୟ ଯୋଗୁଁ ଆପଣଙ୍କ ଜୀବନ ଉପରେ ବେଶ ପ୍ରଭାବ ପଡିଥାଏ। ଏଥିପାଇଁ ଅନେକଙ୍କୁ ନିଦ ହେଉନଥିବେ ବେଳେ ଆଉ କାହାର ମାଇଗ୍ରେନ ଭଳି ଲକ୍ଷଣ ଦେଖାଯାଏ। ଏହାଛଡା ମୁଣ୍ଡବ୍ୟଥାର ଅନେକ କାରଣ ରହିଥାଏ ଯେପରିକି ଅଧିକ ସମୟ ଯାଏଁ ଶୋଇବା କିମ୍ବା କମ୍ ସମୟ ଶୋଇଲେ, ନିଦ ପୂରା ନହେବା କାରଣରୁ ମୁଣ୍ଡବ୍ୟଥା ହୋଇଥାଏ। ବେଳେବେଳେ ନିଦ ମଝିରେ ମଝିରେ ଭାଙ୍ଗିଗଲେ ମଧ୍ୟ ମୁଣ୍ଡବ୍ୟଥା ହୋଇଥାଏ। କିନ୍ତୁ ଏମିତି କିଛି ଘରୋଇ ଉପାୟ ରହିଛି, ଯାହାକୁ ବ୍ୟବହାର କରିବା ଦ୍ୱାରା ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।
– ଅଳେଇଚକୁ ପେଶି ମସ୍ତିଷ୍କରେ ଲେପ ଦେଲେ ଏବଂ ମଞ୍ଜିକୁ ପେଶି ଶୁଙ୍ଘିଲେ ମୁଣ୍ଡବ୍ୟଥାରୁ ମୁକ୍ତି ମିଳିଥାଏ।
– ପାଣି ସହ ଲାଲ ଅଳେଇଚର ଚୋପାକୁ ଘଷି ମୁଣ୍ଡରେ ଲେପ ଦେଲେ ମୁଣ୍ଡବ୍ୟଥା ଭଲ ହୋଇଥାଏ।

– ଗୋଟିଏ ବଡ଼ ଅଳେଇଚ, ୨ଟି ଛୋଟ ଅଳେଇଚ ଏବଂ ଅଦା ଗ୍ରାମ୍ କର୍ପୁରକୁ ଗୋଲାପ ଜଳରେ ମିଶାଇ ଲେପ ଭଳି ମୁଣ୍ଡରେ ଲଗାଇଲେ ମୁଣ୍ଡବ୍ୟଥା ଭଲ ହୋଇଯାଇଥାଏ।
– ପାଣି ସହ ଛୋଟ ଅଳେଇଚକୁ ପେଶି ମୁଣ୍ଡରେ ଲେପ ଦେଲେ ମୁଣ୍ଡବ୍ୟଥା ଭଲ ହୋଇଯାଇଥାଏ।
– ଛୋଟ ଅଳେଇଚକୁ ପେଶି ଶୁଙ୍ଘିବା ଦ୍ବାରା ମୁଣ୍ଡବ୍ୟଥା ଭଲ ହୋଇଯାଇଥାଏ।



