ଦେଶ ବିଦେଶ

ଏକଦମ୍‌ ନୂଆ ଷ୍ଟାଇଲରେ ପ୍ରସ୍ତୁତ କରନ୍ତୁ କଦଳୀ କଟଲେଟ୍‌, ଟେଷ୍ଟରେ ପୂରା ଜବରଦସ୍ତ

ଘରେ ଟିଫିନରେ ସବୁବେଳେ ଗୋଟେ ପ୍ରକାର ଖାଇ ଖାଇ ବୋର ହୋଇଯାନ୍ତି ପରିବାର ଲୋକେ। ଯଦି ଆପଣ ପରିବାର ଲୋକଙ୍କୁ କିଛି ନୂଆ ବନାଇ ଖୁଆଇବାକୁ ଚାହୁଁଥିଲେ ତାହେଲେ ଆଜି ଆମେ ଆପଣଙ୍କୁ ଏକଦମ୍‌ ନୂଆ ଷ୍ଟାଇଲ ନୂଆ ସ୍ୱାଦର ବାନାନା କଟଲେଟ ରେସିପି। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକୀୟ ସାମଗ୍ରୀ

କଞ୍ଚା କଦଳୀ, ଗ୍ରୀନ ମଟର, ମଇଦା, ଭଜା ଜୀରା, କଞ୍ଚା ଲଙ୍କା, ଲାଲ ଲଙ୍କା ପାଉଡର, କଳା ଲୁଣ, ବ୍ରେଡ ଗୁଣ୍ଡ, ତେଲ(ଛାଣିବା ପାଇଁ), ଲୁଣ-ସ୍ୱାଦାନୁସାରେ।

ପ୍ରସ୍ତୁତି ପ୍ରଣାଳୀ

ବାନାନା କଟଲେଟ ପ୍ରସ୍ତୁତ କରିବା ପାଁ ସର୍ବପ୍ରଥମେ ଏକ ବଡ ପାତ୍ରରେ କଦଳୀ, ମଟର ଏବଂ ମଇଦା ପକାଇ ଭଲ ଭାବେ ମିକ୍ସ କରନ୍ତୁ। ଏହାପରେ ଅନ୍ୟ ସମସ୍ତ ସାମଗ୍ରୀକୁ ଏଥିରେ ମିଶାଇ ଭଲଭାବେ ମିକ୍ସ କରନ୍ତୁ। ଏବେ ଏହି ମିଶ୍ରଣରେ ଛୋଟ ଛୋଟ ଗୋଲା ଆକାର କରିଦିଅନ୍ତୁ। ଏହାପରେ ଏହାକୁ ହାତ ସାହାଯ୍ୟରେ ଚେପଟା କରି ବ୍ରେଡ ଚୂରାରେ ଭଲଭାବେ ମିଶାଇ ଦିଅନ୍ତୁ। ଏବେ କଡେଇରେ ତେଲ ଗରମ କରନ୍ତୁ। ଏହାପରେ କଟଲେଟକୁ ଧୀମା ଆଞ୍ଚରେ ଛାଣନ୍ତୁ। ଏହା ଭଲଭାବେ ଛାଣି ହୋଇଗଲା ପରେ ପ୍ଲେଟକୁ ବାହାର କରିଦିଅନ୍ତୁ। ଏହାକୁ ଗରମା ଗରମ ଟମାଟୋ ସସ୍‌ ସହିତ କିମ୍ବା ଚଟଣୀ ସହିତ ସର୍ଭ କରିପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button