ଜୀବନଶୈଳୀ

ସକାଳୁ ସକାଳୁ ଏହି ଦିଗର ଝରକା କବାଟ ନିଶ୍ଚୟ ଖୋଲନ୍ତୁ, ଦୂର ହେବ ଜୀବନର ସବୁ ଦୁଃଖ

ବାସ୍ତୁ ସମସ୍ୟା ଥିଲେ ହେବା କାର୍ଯ୍ୟ ବି ହୁଏନି। ଏଣୁ ଘରର ବାସ୍ତୁ ଦୋଷ ଦୂର କରିବାକୁ ବିସ୍ତୁବିତ୍‌ମାନେ ପରାମର୍ଶ ଦେଇଥାନ୍ତି। ଯଦି ଘରେ ପଜିଟିଭ ଉର୍ଜା କମ୍‌ ହୋଇଯାଇଛି, ତେବେ ମଧ୍ୟ ଘରେ ବିଶୃଙ୍ଖଳା ଦେଖାଦିଏ। ଅଧିକାଂଶ ଲୋକ ଏନେଇ ଜାଣିପାରନ୍ତି ନାହିଁ। ପଜିଟିଭ୍‌ ଏନର୍ଜି କମ୍‌ ଥିଲେ ପରିବାରର ସଦସ୍ୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥାଏ। ଫଳରେ ପରିବାର ମଧ୍ୟରେ ଏକତା ରହେ ନାହିଁ।

ଏଭଳି ସମସ୍ୟା ଦେଖାଯିବାର କାରଣ ହେଉଛି ଘରର ପୂର୍ବ ଦିଗରେ ଥିବା ଅବ୍ୟବସ୍ଥା। ଘରର ପୂର୍ବ ଦିଗରେ ସମସ୍ୟା ଥିଲେ ତାହାର ପ୍ରଭାବ ପରିବାର ଉପରେ ପଡ଼େ। ବାସ୍ତୁଶାସ୍ତ୍ର ଅନୁସାରେ ପୂର୍ବ ଦିଗକୁ ଉର୍ଜାର ଦିଗ ବୋଲି ମଧ୍ୟ କୁହାଯାଏ। କାରଣ ଏହି ଦିଗରେ ସୂର୍ଯ୍ୟୋଦୟ ହୋଇଥାଏ। ସୂର୍ଯ୍ୟଙ୍କ ଆଗମନରେ ଚାରିଆଡ଼େ ଆଲୋକ ବିଚ୍ଛୁରିତ ହୋଇପଡ଼ିଥାଏ। ଏହି ସମୟରେ ପୂର୍ବ ଦିଗକୁ ଅନ୍ଧାର କଲେ କିମ୍ବା ନିବୁଜ ରଖିଲେ ବିଭିନ୍ନ ସମସ୍ୟା ଦେଖାଦିଏ। ଏହା ଦ୍ୱାରା ପରିବାରରେ ବିଭିନ୍ନ ବାଧାବିଘ୍ନ ଦେଖାଯାଏ।

ଏଣୁ ସକାଳେ ଘରର ପୂର୍ବଦିଗକୁ ଆଲୋକିତ କରିବା ଉଚିତ। ଏଥିପାଇଁ ସୂର୍ଯ୍ୟୋଦୟ ବେଳେ ପୂର୍ବ ଦିଗର ଝରକା କବାଟ ଖୋଲି ଦିଅନ୍ତୁ। ଦେଖିବେ ସବୁ ସମସ୍ୟା ଦୂର ହେବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button