ସ୍ୱାସ୍ଥ୍ୟ

ଯଦି ଆପଣଙ୍କର ବି ରହୁଛି ଗ୍ୟାସ ସମସ୍ୟା ତେବେ ଏହିସବୁ ପରିବାଠୁ ଦୁରେଇ ରୁହନ୍ତୁ

କିଛି ଲୋକଙ୍କ ଠାରେ ଅଧିକାଂଶ ଗ୍ୟାସ, ପେଟରେ ଫୁଲିବା ଭଳି ସମସ୍ୟା ଦେଖାଦେଇଥାଏ। ଏହି ସମସ୍ୟା ସାଧାରଣତଃ ସେତେବେଳେ ଦେଖାଯାଏ ଯେତେବେଳେ ଆମର ହଜମ ପ୍ରକ୍ରିୟା ସଠିକ୍ ଭାବରେ କାର୍ଯ୍ୟ କରିବାକୁ ସକ୍ଷମ ହୋଇନଥାଏ । ଅତ୍ୟଧିକ ଜଙ୍କଫୁଡ ଖାଇବା ଦ୍ୱାରା ମଧ୍ୟ ଏହି ସମସ୍ୟା ହୋଇଥାଏ କିନ୍ତୁ ବେଳେବେଳେ ଏହି ଜଙ୍କଫୁଡ କିମ୍ବା ଫାଷ୍ଟଫୁଡ ନଖାଇ ମଧ୍ୟ ପେଟରେ ଗ୍ୟାସ୍ ଏବଂ ପେଟ ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେଇଥାଏ । ଯେତେବେଳେ ଆମର ହଜମ ପ୍ରକ୍ରିୟା କିଛି ଜିନିଷକୁ ସଠିକ୍ ଭାବରେ ହଜମ କରିପାରେ ନାହିଁ ସେତେବେଳେ ଏଭଳି ସମସ୍ୟା ଦେଖାଦିଏ । ଯଦି ଆପଣଙ୍କର ସବୁବେଳେ ଗ୍ୟାସ୍ ସମସ୍ୟା ରହୁଛି ତେବେ କିଛି ପନିପରିବା ଠାରୁ ଆପଣଙ୍କୁ ଦୂରେଇ ରହିବା ଉଚିତ୍ । ତେବେ ଆସନ୍ତୁ ଜାଣିବା କଣ ସେହି ପନିପରିବା ଯାହା ଗ୍ୟାସ୍ ସମସ୍ୟାକୁ ବଢ଼ାଇଥାଏ ।

राजमा और छोले जैसी सब्जियां पेट में गैस को बढ़ा सकती हैं(प्रतीकात्मक तस्वीर)

ଅଧିକାଂଶ ଲୋକ ରାଜମା ଏବଂ ରାଇସକୁ ବହୁତ ପସନ୍ଦ କରନ୍ତି । ରାଜମା ଏବଂ ରାଇସ କିଛି ଘରେ ଅଧିକାଂଶ ସମୟ ରୋଷେଇ କରାଯାଇଥାଏ କିନ୍ତୁ ଗ୍ୟାସ ସମସ୍ୟା ଥିବା ଲୋକମାନେ ରାଜମା ରାଇସର ମାତ୍ରା କମାଇବା ଉଚିତ୍ । ସେହିଭଳି ଛୋଲେ ମଧ୍ୟ ଅଧିକ ଖାଇବା ଦ୍ୱାରା ପେଟରେ ଗ୍ୟାସ୍ ଏବଂ ପେଟ ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେଇ ପାରେ । ତେଣୁ ଗ୍ୟାସ୍ ସମସ୍ୟା ଥିବା ବ୍ୟକ୍ତିମାନେ କିଡନୀ ରାଜମା କିମ୍ବା ଛୋଲେ କମ ପରିମାଣର ଖାଇବା ଉଚିତ୍ ।

कटहल- सांकेतिक तस्वीर

ଜ୍ୟାକଫ୍ରୁଟ୍ ବା ପଣସ । ପଣସ କିମ୍ବା ଏହାର ତରକାରୀ ବହୁତ ସ୍ୱାଦିଷ୍ଟ ହୋଇଥାଏ ଏବଂ ଏଥିରେ ପୋଷକ ତତ୍ତ୍ୱ ମଧ୍ୟ ରହିଥାଏ କିନ୍ତୁ ଗ୍ୟାସ୍ ସମସ୍ୟା ଥିବା ଲୋକଙ୍କ ପାଇଁ ଏହି ପରିବା ସମସ୍ୟା ବଢାଇପାରେ । ତେଣୁ ଯେଉଁମାନଙ୍କର ଗ୍ୟାସ ସମସ୍ୟା ରହିଛି, ସେମାନେ ପଣସ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । କାରଣ ପଣସ ପେଟରେ ଗ୍ୟାସ ସୃଷ୍ଟି କରିଥାଏ ।

(प्रतीकात्मक तस्वीर)

ଅନେକ ଲୋକ ପୁରୀ ସହିତ ନଚେତ ଡାଲମାରେ ସାରୁ ଖାଇଥାନ୍ତି କିନ୍ତୁ ଗ୍ୟାସ୍ ଥିବା ଲୋକମାନେ ଏହାକୁ ଏଡ଼ାଇବା ଉଚିତ୍ । ଏହି ପରିବା ଆପଣଙ୍କ ପେଟରେ କୋଷ୍ଠକାଠିନ୍ୟ ବଢ଼ାଇଥାଏ । ଗ୍ୟାସ୍ ସମସ୍ୟା ଥିବା ଲୋକମାନେ ଖୁବ ପରିମାଣରେ ସାରୁ ଖାଇବା ଉଚିତ ।

ବିଶେଷ ସୂଚନା : ଯଦି ଆପଣ ଅନ୍ୟ କୌଣସି ରୋଗରେ ପୀଡିତ ତେବେ ଦୟାକରି ଆପଣଙ୍କର ଡାକ୍ତରଙ୍କ ସହିତ ପରାମର୍ଶ କରି ଏସବୁ ତ୍ୟାଗ କରିବା ଉଚିତ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button