ଦେଶ ବିଦେଶ

ପୁରୁଣାରୁ ପୁରୁଣା ଘା’ ଦାଗ ବି ହୋଇଯିବ ଗାଏବ, ଟ୍ରାଏ କରନ୍ତୁ ଏହି ଘରୋଇ ଉପଚାର

ପିଲାବେଳେ କିଛି ଖଣ୍ଡିଆଖାବରା ହେଲେ ତାହାର ଦାଗ ବଡ଼ ହେଲା ପରେ ବି ରହିଯାଏ। ବେଳେବେଳେ ଏହି ଦାଗ ବହୁତ ଖରାପ ଦିଶେ। ମୁହଁରେ ଯଦି କିଛି ଦାଗ ଥାଏ ତେବେ ତାହା ମୁହଁକୁ ଅସୁନ୍ଦର କରିଦିଏ। ଏହାର ପ୍ରଭାବ ପର୍ସନାଲିଟି ଉପରେ ବି ପଡ଼େ। ଖାସ୍‌ କରି ଯଦି ଏହି ଦାଗ ବେକ ଆଖପାଖ କିମ୍ବା ଗାଲରେ ଥାଏ। ତେବେ ସମସ୍ତଙ୍କ ପ୍ରଥମ ନଜର ଏହି ଦାଗ ଉପରେ ପଡ଼େ। ଫଳରେ ସାମ୍ନା ଲୋକର ମନୋଭାବ ଆପଣଙ୍କୁ ନେଇ ପରିବର୍ତ୍ତନ ହୋଇପାରେ। ଆପଣଙ୍କର ଯଦି ସେଭଳି କିଛି ଦାଗ ଅଛି ଓ ଅନ୍ୟମାନଙ୍କ ସାମ୍ନାରେ ଲଜ୍ଜିତ ହେଉଛନ୍ତି ତେବେ ଆଉ ଚିନ୍ତା କରନ୍ତୁ ନାହିଁ। ଆମେ ଆଜି ଆପଣଙ୍କୁ କେତେକ ଘରୋଇ ଉପଚାର କହିବୁ ଯାହା ବ୍ୟବହାର କରି ଆପଣ ପୁରୁଣାରୁ ପୁରୁଣା ଖଣ୍ଡିଆ ଦାଗକୁ ବି ଦୂର କରିପାରିବେ…

ଲେମ୍ବୁ:

ଲେମ୍ବୁ ନ୍ୟାଚୁରାଲ ବ୍ଲିଚ୍‌ ଭଳି କାମ କରିଥାଏ। ଖଣ୍ଡିଆ ଦାଗକୁ ଦୂର କରିବା ପାଇଁ ଆପଣ ସେହି ସ୍ଥାନରେ ଲେମ୍ବୁ ରସ ଲଗାନ୍ତୁ। କିଛି ଦିନ ଭିତରେ ପରିବର୍ତ୍ତନ ଲକ୍ଷ୍ୟ କରିପାରିବେ।

lemon-honey

ମହୁ:

ଘା’ ଦାଗ ଦୂର କରିବା ପାଇଁ ଆପଣ ମହୁ ବି ଲଗାଇପାରିବେ। ମହୁରେ ବେକିଂ ସୋଡ଼ା ମିଶାଇ ଦାଗ ଜାଗାରେ ଲଗାନ୍ତୁ। କିଛି ସମୟ ପରେ ଗରମ ପାଣିରେ ଧୋଇ ଦିଅନ୍ତୁ। କିଛି ଦିନ ଏଭଳି କରିବା ଦ୍ୱାରା ଦାଗ ଦୂର ହେବ।

ପିଆଜ ରସ:

ଯେକୌଣସି ଦାଗକୁ ଲିଭାଇବା ପାଇଁ ପିଆଜ ରସ ହେଉଛି ସବୁଠୁ ଭଲ ବିକଳ୍ପ। କିଛି ଦିନ ପିଆଜ ରସ ଲଗାଇବା ପରେ ଦାଗ ଝାପ୍‌ସା ହୋଇ ଧୀରେ ଧୀରେ ଲିଭିଯିବ।

ଅଁଳା:

ଅଁଳା ବ୍ୟବହାର କରି ମଧ୍ୟ ଆପଣ ଦାଗ ଦୂର କରିପାରିବେ। ଅଁଳାକୁ ପେଷ୍ଟ କରି ଦାଗ ଜାଗାରେ ଲଗାନ୍ତୁ। ଦାଗ ଦୂର ହେବ।

ଟି ଟ୍ରି ଅଏଲ: 

ଖଣ୍ଡିଆ ଖାବରା ଦାଗ ଦୂର କରିବା ପାଇଁ ଟି ଟ୍ରି ଅଏଲ ବ୍ୟବହାର କରନ୍ତୁ। ଟି ଟ୍ରି ଅଏଲରେ ଅଳ୍ପ ଉଷୁମ ପାଣି ମିଶାଇ ଦାଗ ଜାଗାରେ ଘଷନ୍ତୁ। ଦାଗ ଲିଭିଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button