ନୀତି

ଅର୍ଥ ରୋଜଗାର କରିବା ପରେ ନିଶ୍ଚିତ କରନ୍ତୁ ଏହି ଦୁଇଟି କାମ, ନଚେତ ନଷ୍ଟ ହୋଇଯିବ ଧନ

ଯେଉଁ ଲୋକ ନିଜ ଜୀବନ ଯାକ ପଇସା ରୋଜଗାର କରିପାରେ ଲାଗିପଡେ, ତାର ଧନ ନଷ୍ଟ ହୋଇଯିବାର ସମ୍ଭାବନା ଅଧିକ ଥାଏ। କାରଣ ସେହି ବ୍ୟକ୍ତିର ମୃତ୍ୟୁ ପରେ ତା’ ସଞ୍ଚିତ ଧନରେ ଅନ୍ୟ ଲୋକ ଉପଭୋଗ କରନ୍ତି। ତେଣୁ ଧନର ସଂଚୟ ସେତିକି କରନ୍ତୁ, ଯେତିକି ଦରକାର। ନଚେତ ଏମିତି ଆପଣଙକ ସଂଚିତ ଧନ ଆଉ କିଏ ଉପଭୋଗ କରିବ। ଆଚାର୍ଯ୍ୟ ବିଷ୍ଣୁ ଶର୍ମା ଦ୍ୱାରା ରଚିତ ପଞ୍ଚତନ୍ତ୍ରରେ ଧନର ୨ଟି ଗତି ବିଷୟରେ କୁହାଯାଇଛି…

ଦାନ : ସବୁବେଳେ ମନେ ରଖିଥାନ୍ତୁ, ପଇସା ରୋଜଗାର କରିବାର ପ୍ରଥମ ଗତି ହେଉଛି, ଦାନ କରିବା। ଅର୍ଥାତ୍‌ ଆପଣ ଯେଉଁ ଅର୍ଥ ରୋଜଗାର କରୁଛନ୍ତି, ତାର କିଛି ମାତ୍ରା କାହାକୁ ନିଶ୍ଚିତ ଦାନ କରନ୍ତୁ। ପୁରାଣରେ ଦାନରୁ ପ୍ରାପ୍ତ ହେଉଥିବା ପୁଣ୍ୟ ବିଷୟରେ ମଧ୍ୟ କୁହାଯାଇଛି। ଶାସ୍ତ୍ର ଅନୁସାରେ, ଦାନ କରିବା ଦ୍ୱାରା ବ୍ୟକ୍ତିଙ୍କୁ ସୁଫଳ ମିଳିଥାଏ। କିନ୍ତୁ ମନେ ରଖନ୍ତୁ, ଦାନ ଦେବା ବେଳେ କେବେ ବି ଗର୍ବ କରନ୍ତୁ ନାହିଁ।

dana

ଭୋଗ : ସେହିପରି ଧନର ଦ୍ୱିତୀୟ ଗତି ହେଉଛି ଭୋଗ। ଅର୍ଥାତ୍‌ ଯେଉଁ ପଇସା ଆପଣ ରୋଜଗାର କରୁଛନ୍ତି, ତା’ର କିଛି ମାତ୍ରା ନିଜ ପରିବାର ଏବଂ ନିଜ ବନ୍ଧୁ, ନିଜ ପାଇଁ ଖର୍ଚ୍ଚ କରନ୍ତୁ। ଯେତିକି ଦାନ କରିବା ଉଚିତ ସେତିକି ଭୋଗ କରିବା ମଧ୍ୟ ଉଚିତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button