ମନୋରଞ୍ଜନ

ନନଭେଜରେ ଏମିତି ଷ୍ଟାଇଲରେ ଅଣ୍ଡା ଭୁଜିଆ, ସ୍ୱାଦ ଏକଦମ୍‌ ୟୁନିକ

କେବେକେବେ ଆମେ ଏକା ଭଳି ଖାଦ୍ୟ ଖାଇ ବୋର୍‌ ହୋଇଯାନ୍ତି। ଏମିତିରେ କିଛି ନୂଆ ସ୍ୱାଦ ଚାଖିବାକୁ ବହୁତ ଇଚ୍ଛା ହୋଇଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କୁ ଏକ ବଢ଼ିଆ ରେସିପି ନେଇ ଆସିଛୁ। ଆମେ ଆପଣଙ୍କୁ ଆଜି ଏକ ନୂଆ ଷ୍ଟାଇଲର ଅଣ୍ଡା ଭୁଜିଆ ନେଇ ଆସିଛୁ। ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକୀୟ ସାମଗ୍ରୀ

୨ଟି ଅଣ୍ଡା, ୧/୨ ବଡ ଚାମଚ ତେଲ, ୧/୪ ଛୋଟ ଚାମଚ ହଳଦି ପାଉଡର, ଏକ ମିଡିୟମ୍‌ ସାଇଜ୍‌ କଟା ପିଆଜ, ଏକ ମିଡିୟମ ସାଇଜ୍‌ କଟା ଟମାଟୋ, କିଛି ଧନିଆ ପତ୍ର, ଲୁଣ ସ୍ୱାଦାନୁସାରେ।

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ତେଲ ଗରମ କରନ୍ତୁ। ଏହାପରେ ସେଥିରେ ପିଆଜ ଏବଂ କଞ୍ଚା ଲଙ୍କା ଏବଂ ଅଣ୍ଡାକୁ ପକାଇ ଭଲଭାବେ ଫେଣ୍ଟି ଦିଅନ୍ତୁ। ଏବେ ସେଥିରେ ହଳଦୀ ପାଉଡର ପକାନ୍ତୁ ଏବଂ କିଛି ସମୟ ପାଇଁ ଫ୍ରାଏ କରନ୍ତୁ । ସବୁକୁ ଭଲଭାବେ ମିଶାଇ ଦିଅନ୍ତୁ। ଏହାପରେ ଏବେ ଏଥିରେ ଲୁଣ ଏବଂ ଟମାଟୋ ପକାଇ କିଛି ସମୟ ଫ୍ରାଏ କରନ୍ତୁ। ଯେତେବେଳେ ଏହା ଫ୍ରାଏ ହୋଇଯିବ ଏଥିରେ ଧନିଆ ପତ୍ର ପକାଇ ଦିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button