ସ୍ୱାସ୍ଥ୍ୟ

ମଣିଷ ବ୍ରେନ ଉପରେ ଗଭୀର ପ୍ରଭାବ ପକାଉଛି ମାରାତ୍ମକ କରୋନା ଭାଇରସ, ଏମିତି ଏକ ଚାଞ୍ଚଲ୍ୟକର ଖୁଲାସା କଲେ ବୈଜ୍ଞାନିକ

ଜର ହେବା, ଶୁଖିଲା କାଶ, ଗଳା ଖସଖସ, ଥକାପଣ, ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା କରୋନା ଭାଇରସ ଆକ୍ରାନ୍ତଙ୍କ ପ୍ରମୁଖ ଲକ୍ଷଣ । କିନ୍ତୁ କିନ୍ତୁ କୋଭିଡ ଆକ୍ରାନ୍ତଙ୍କ ମସ୍ତିସ୍କ ଉପରେ ବି ଏକ ପ୍ରକାର ପ୍ରଭାବ ପଡୁଥିବା ଲକ୍ଷ କରାଯାଇଛି । ନିକଟରେ ରୋଗୀଙ୍କ ଠାରେ କନଫ୍ୟୁଜନ, ଗନ୍ଧ ବାସ୍ନା ବାରି ନପାରିବା, ବ୍ୟବହାରରେ ପରିବର୍ତ୍ତନ ଆସିବା ପରି କିଛି ନ୍ୟୁରୋଲୋଜିକାଲ ଲକ୍ଷଣ ମାନ ଦେଖାଯାଉଥିବା ଲକ୍ଷ କରାଯାଇଛି । ଏହା ମଧ୍ୟ ଦେଖାଯାଇଛିକି, କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅନେକ ରୋଗୀଙ୍କ ମାନସିକ ଅବସ୍ଥାରେ ବି ଗଭୀର ପ୍ରଭାବ ପଡୁଛି । ଷ୍ଟ୍ରୋକ, ବ୍ରେନ ହାମରେଜ, ସ୍ମରଣ ଶକ୍ତି ହ୍ରାସ ପରି ଅନେକ ମାରାତ୍ମକ ପ୍ରଭାବ କରୋନା ଆକ୍ରାନ୍ତଙ୍କ ଠାରେ ଦେଖିବାକୁ ମିଳିଛି । କେଉଁ କାରଣ ଯୋଗୁଁ ଏହି ଭାଇରସ ମସ୍ତିସ୍କ ଉପରେ ପ୍ରଭାବ ପକାଉଛି ସେନେଇ ବୈଜ୍ଞାନିକ ମାନେ ଗବେଷଣା ଆରମ୍ଭ କରିଦେଇଛନ୍ତି ।

brain

ପ୍ରତିଷ୍ଠିତ ଗବେଷକ ରବର୍ଟ ଷ୍ଟିଭନ “ଜନ ହପକିନସ ବିଶ୍ୱବିଦ୍ୟାଳୟ” ଦ୍ୱାରା ଛପା ଯାଇଥିବା ନିଜର ଏକ ଆର୍ଟିକଲରେ ଏଯାବତ ମିଳିପାରିଥିବା ବୈଜ୍ଞାନିକ ମାନଙ୍କ ବିଭିନ୍ନ ସିଦ୍ଧାନ୍ତ ଗୁଡିକୁ ଉଲ୍ଲେଖ କରିଛନ୍ତି । ରିପୋର୍ଟ ଅନୁଯାୟୀ, କେତେକ କରୋନା ଆକ୍ରାନ୍ତଙ୍କ ଠାରେ “କମନ ପେରିଫେରାଲ ନର୍ଭସ” ସିଷ୍ଟମ ସହ ଜଡିତ ସମସ୍ୟା ଦେଖାଦେଉଥିବା ନେଇ ଡାକ୍ତର ମାନେ ମତ ରଖିଛନ୍ତି । ଯାହାକି ପାରାଲିସିସ ଓ ଶ୍ୱାସକ୍ରିୟାରେ ବାଧା ଉପୁଜିବାର ଅନ୍ୟତମ ପ୍ରମୁଖ କାରଣ ଅଟେ । ଆଉ ଏକ ବିଜ୍ଞାନ ପତ୍ରିକା “ଲିଡିଙ୍ଗ ସାଇନ୍ସ ଜର୍ନାଲ”ରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, କରୋନା କାରଣରୁ ବ୍ୟାପିଥିବା ସାର୍ସ ଓ ମାର୍ସ ଆକ୍ରାନ୍ତଙ୍କ ଠାରେ ବି ସମାନ ଲକ୍ଷଣ ମାନ ଦେଖାଦେଉଛି ।

ରିପୋର୍ଟ ଅନୁଯାୟୀ, ଯଦି ଭାଇରସ ବ୍ରେନ ବା ମସ୍ତିସ୍କ ମଧ୍ୟକୁ ପ୍ରବେଶରେ ସକ୍ଷମ ହୁଏ ତେବେ ଶରୀର ପ୍ରତି ବିପଦ ଅନେକ ମାତ୍ରାରେ ବଢିଯାଏ । ଅନ୍ୟପକ୍ଷରେ, ନୋଭେଲ କରୋନା ଭାଇରସ ସହିତ ଲଢ଼ିବା ଫଳରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ମଧ୍ୟ ଗଭୀର ପ୍ରଭାବ ପଡିଥାଏ । କୋଭିଡ ଆକ୍ରାନ୍ତଙ୍କୁ ଲଗାତାର ଜ୍ୱର ହେବା ଦ୍ୱାରା ଶରୀରରେ ଅକ୍ସିଜେନ ପରିମାଣ କମିଯାଏ । ଯାହାକି “ବ୍ରେନ ଡ଼ିସଫଙ୍କସନର” ଅନ୍ୟତମ ପ୍ରମୁଖ କାରଣ । ଖାଲି ସେତିକି ନୁହେଁ ସାଧାରଣ ଲୋକଙ୍କ ଅପେକ୍ଷା ଆକ୍ରାନ୍ତଙ୍କର ବ୍ଲଡ଼ କ୍ଳଟିଙ୍ଗ ସମ୍ଭାବନା ଆଶଙ୍କା ଅଧିକ ଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button