ଜୀବନଶୈଳୀ

ପୁସ୍ତକ ସହିତ ରହିଛି ବାସ୍ତୁର ସଂଯୋଗ, ଏହି ଦିଗରେ ବହି ଥାକ ରହିବା ଦ୍ୱାରା ମିଳିବ ଲାଭ

ଆମ ଜୀବନରେ ଜ୍ଞାନ ଏପରି ଏକ ଭଣ୍ଡାର, ଯାହା କେବେ ବି ସରିନଥାଏ। ଏହି ଜ୍ଞାନକୁ ଅର୍ଜନ କରିବା ପାଇଁ ଆମ୍ଭେ ବହି ଉପରେ ନିର୍ଭର କରିଥାଉ। ଯାହା ଆମର ମାର୍ଗଦର୍ଶନ କରାଇଥାଏ। ଏଥିପାଇଁ ଘରେ ପୁସ୍ତକ ବା ବହି ଥାକ କେଉଁ ସ୍ଥାନରେ ହେବା ଆବଶ୍ୟକ ତାହା ଜାଣିବା ବହୁତ ଜରୁରୀ ହୋଇଥାଏ। ବାସ୍ତୁ ଅନୁସାରେ ବହି ରଖିବା ପାଇଁ ଏକ ଦିଗ ନିର୍ଦ୍ଧାରିତ କରାଯାଇଛି। ତେବେ ଆସନ୍ତୁ ଜାଣିବା କେଉଁ ଦିଗରେ ବହି ରଖିବାଉଚିତ ହୋଇଥାଏ।

– ପାଠପଢାରେ ଭଲ ରେଜଲ୍ଟ ଆଣିବା ପାଇଁ ଘରେ ଏମିତି ସ୍ଥାନରେ ଟେବୁଲ ରଖନ୍ତୁ, ଯାହାଦ୍ୱାରା ପାଠପଢୁଥିବା ପିଲାଟି ପୂର୍ବ ଦିଗକୁ ମୁହଁ କରି ପାଠପଢିବ। ପଢିବା ସମୟରେ ପିଲାର ପିଠି କବାଟ ପଟକୁ ହେବା ଉଚିତ ନୁହେଁ।

– ପଢା ରୁମରେ ବହିସବୁ ଖୋଲା ର‍୍ୟାକ୍‌ରେ ରଖିବା ଉଚିତ ନୁହେଁ। ଏମିତରେ ଘରେ ନାକରାତ୍ମକ ଶକ୍ତି ଉତ୍ପନ୍ନ ହୁଏ। ର‍୍ୟାକରେ ସବୁବେଳେ କବାଟ ଲଗାଇବା ଉଚିତ।

book self

– ପଢାଘର ଐଶ୍ୱାନ ଏବଂ ପୂର୍ବ କିମ୍ବା ମଧ୍ୟ, ଉତ୍ତର , ପଶ୍ଚିମ କୋଣରେ ହେବା ଉଚିତ।

– ବହି ଥାକ ସବୁବେଳେ ଡାନିଂ ରୁମରେ ରଖିବା ଭଲ। କେବେ ବି ବେଡରୁମ୍‌ରେ ବହି ଥାକ ନ ରଖିବା ଉଚିତ। ଏହା ଆପଣଙ୍କ ବୈବାହିକ ସମ୍ପର୍କରେ ନକାରାତ୍ମକ ପ୍ରଭାବ ପକାଇଥାଏ।

– ଷ୍ଟଡି ଟେବୁଲରେ ସବୁବେଳେ ଆମଥରେଷ୍ଟ ରକ୍‌ ବା ପଥର ନିଶ୍ଚିତ ରଖନ୍ତୁ।

– ଯେଉଁଠି ବହି ରଖୁଛନ୍ତି, ସେହି ସ୍ଥାନକୁ ସବୁବେଳେ ସଫା ରଖନ୍ତୁ। ଏଥିରେ ଯଦି ଧୂଳିମଳି ରହିଥାଏ , ତେବେ ଏହା ପଢାରେ ଅବରୋଧ ଉତ୍ପନ୍ନ କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button