ମନୋରଞ୍ଜନ

ଆଜି ସନ୍ଧ୍ୟାରେ ଘରେ ବନାନ୍ତୁ ଆଳୁ ସୁଜି ଚିଲ୍ଲା, ଖାଇବାକୁ ବହୁତ ସ୍ୱାଦିଷ୍ଟ

ପ୍ରତିଦିନ ସନ୍ଧ୍ୟାରେ ଘରେ ସ୍ନାକ୍ସ ପ୍ରସ୍ତୁତ କରିବା ପାଇଁ ପ୍ରତ୍ୟେକ ଗୃହିଣୀ ଚିନ୍ତାରେ ରହିଥାନ୍ତି। ସବୁ ଦିନ କିପରି ଭିନ୍ନ ଭିନ୍ନ ସ୍ନାକ୍ସ କରି ପରିବାର ଲୋକଙ୍କୁ ଦେବେ ତାହା ଭାବିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡେ। ତେବେ ଆସନ୍ତୁ ଜାଣିବା.. କିପରି ପ୍ରସ୍ତୁତ କରିବା ଆଳୁ ସୁଜି ଚିଲ୍ଲା।

ଆବଶ୍ୟକ ସାମଗ୍ରୀ: ସିଝା ଅଳୁ, ସୁଜି, ବେସନ, ଛୋଟ ଛୋଟ କଟା ହୋଇଥିବା ଟମାଟୋ, କଞ୍ଚାଲଙ୍କା, ଜୁଆଣି, ଜିରା, କଳାଜିରା, ହଳଦୀ, ହେଙ୍ଗୁ, ଗରମ ମସଲା, ଲୁଣ ସ୍ୱାଦନୁସାରେ, ଧନିଆପତ୍ର, ତେଲ।

aloo chila

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ସିଝା ଆଳୁକୁ ଭଲଭାବେ ଚକଟି ଦିଅନ୍ତୁ। ଆଳୁରେ ସୁଜି, ବେସନ, ହଳଦୀ, କଳାଜିରା, ଲଙ୍କା, ହେଙ୍ଗୁ ଗରମ ମସଲା, ପାଣି ଢାଳି ଏକ ଘୋଳ ତିଆରି କରନ୍ତୁ। ଏହି ଆଣକୁ ପତଳା କରନ୍ତୁ ନାହିଁ। ଏବେ ଟମାଟର ଏବଂ ଧନିଆପତ୍ର, ଲୁଣ ମିଶାଇ ଦିଅନ୍ତୁ। ଏବେ ମିଡିୟମ ଆଞ୍ଚରେ ତାଓ୍ଵା ଗରମ କରି ସେଥିରେ ଘୋଳକୁ ପକାଇ ପିଠା ଭଳି ପ୍ରସ୍ତୁତ କରିଦିଅନ୍ତୁ। ଏହାକୁ ଭଲ ଭାବେ ଦୁଇ ପାଖ ସେକି ଦିଅନ୍ତୁ। ଏବେ ଏଥିରେ ସସ୍‌ ଲଗାଇ ଗରମ ଗରମ ଖାଇପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button