ଚାଣକ୍ୟ ନୀତି: ଏହିସବୁ ଜିନିଷରେ କରନ୍ତୁ ନାହିଁ ସଂକୋଚ, ହେବେ ମାଲାମାଲା, ମିଳିବ ସଫଳତା

ମଣିଷ ଜୀବନକୁ ସୁଗମ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଗ୍ରନ୍ଥରେ ବିଭିନ୍ନ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ନୀତିରେ ଆଚାର୍ଯ୍ୟ ଏପରି କେତେକ ଜିନିଷ ବିଷୟରେ ବର୍ଣ୍ଣନା କରାଯାଇଛି, ଯେଉଁଥିରେ ସଂକୋଚ କଲେ ମନୁଷ୍ୟ ଜୀବନରେ ବିଫଳ ହୋଇଥାଏ। ତେଣୁ ବ୍ୟକ୍ତି ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ ସଂକେଚ କରିବା ଉଚିତ ନୁହେଁ।
ଚାଣକ୍ୟ ନୀତି ମୁତାବକ, ଜ୍ଞାନ ମାମଲାରେ କେବେ ବି ବ୍ୟକ୍ତିଙ୍କୁ ଲାଜ କରିବା ଉଚିତ ନୁହେଁ। ଆଚାର୍ଯ୍ୟଙ୍କ ମୁତାବକ, ଯଦି କୌଣସି ବ୍ୟକ୍ତିଙ୍କ କଥା ଆପଣ ବୁଝିପାରନ୍ତି ନାହିଁ ତେବେ ତୁରନ୍ତ ତାଙ୍କପଚରି ନିଜର ଭ୍ରମ ଦୂର କରିନିଅନ୍ତୁ। ଏହାସହିତ ପରୀକ୍ଷାରେ ସଫଳ ହେବା ପାଇଁ ଏମିତି ଜିନିଷରେ କେବେ ବି ଲଜ୍ଜିତ ହୁଅନ୍ତୁ ନାହିଁ।

ସେହିପରି ଭୋଜନ କରିବା ମାମଲାରେ ବ୍ୟକ୍ତି କେବେ ବି ଲଜିତ ହେବା ଉଚିତ ନୁହେଁ। ଭୋକିଲା ରହିଲେ ଦେହ ଖରାପ ହୋଇଯାଏ। ତେଣୁ ଯଦି ଆପଣଙ୍କୁ ଭୋକ ଲାଗୁଛି ତେବେ ଲାଜ ନ କରି ଖାଇବା ମାଗିଦିଅନ୍ତୁ। ଅଧିକାଂଶ ଲୋକ ଲାଜ ଲାଗିବା କାରଣରୁ ଭୋକରେ ରୁହନ୍ତି।
କାମ ଏବଂ କାରବାର ମାମଲାରେ କେବେ ବି ସଂକୋଚ କରିବା ଉଚିତ ନୁହେଁ। ଲାଜ ଯୋଗୁଁ ଅନେକ ବ୍ୟକ୍ତି ଆଗକୁ ବଢିପାରନ୍ତି ନାହିଁ। ଯଦି ଆପଣ କୌଣସି କାର୍ଯ୍ୟରେ ସଫଳତା ପାଇବାକୁ ଚାହୁଁଛନ୍ତି, ତେବେ ଲାଜ ତ୍ୟାଗ କରି ଭ୍ରମ ଦୂର କରିବା ଉଚିତ।



