ଧର୍ମ

’ଓମ୍’ ଉଚ୍ଚାରଣ କରିବା ଦ୍ବାରା ମିଳିଥାଏ ଏହି ୫ ସ୍ବାସ୍ଥ୍ୟଗତ ଫାଇଦା

ହିନ୍ଦୁ ଧର୍ମରେ ଜୀବନର ଉତ୍ପତ୍ତିର ଆଧାର ଭାବରେ ଧରାଯାଏ ‘ଓମ୍’ ଧ୍ବନିକୁ। ଗ୍ରନ୍ଥ ଅନୁଯାୟୀ ଯେତେବେଳେ ପୃଥିବୀରେ କୌଣସି ଜୀବ ସ୍ରୁଷ୍ଟି ହୋଇନଥିଲେ, ସେତେବେଳେ ବ୍ରହ୍ମାଣ୍ଡରେ ଏକ ନାଦ ଉତ୍ପନ୍ନ ହେଲା। ଯେଉଁଥିରେ ଜୀବଙ୍କର ଉତ୍ପତ୍ତି ହେଲା। ଏହି ନାଦ ଥିଲା ‘ଓମ୍’ । ଏହା ଭଗବାନ ଶିବଙ୍କର ରୂପ ମନ୍ତ୍ର  ବୋଲି କୁହାଯାଏ ।

ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଓମ୍ ଜପ ହିଁ ପର୍ଯ୍ଯାପ୍ତ ବୋଲି ଗ୍ରନ୍ଥରେ କୁହାଯାଇଛି। ଓମ୍ ଏକ ଶବ୍ଦ ନୁହେଁ, ଏହା ଏକ ମନ୍ତ୍ର ଯାହାକୁ ମୁନି-ଋଷିମାନେ ଧ୍ୟାନ ଏବଂ ସ୍ବାସ୍ଥ୍ୟ ଲାଭ ପାଇଁ କରିଥାନ୍ତି। ଓମ୍ ଶବ୍ଦ ‘ଅ ଉ ଏବଂ ମ’କୁ ମିଶ୍ରଣରେ ସ୍ରୁଷ୍ଟି ହୋଇଛି। ଏହାକୁ ନିଶ୍ବାସ ନେବା ଏବଂ ଛାଡ଼ିବା ସମୟରେ ଦୀର୍ଘ ସ୍ବରରେ ଉଚ୍ଚାରଣ କରିବା ଆବଶ୍ୟକ।

ଏହାକୁ ଅତି କମରେ ୧୦ ରୁ ୧୧ ଥର ଉଚ୍ଚାରଣ କରିବା ଉଚିତ। ଏହା ଦ୍ବାରା ପୂରା ଶରୀରରେ ଏକ ବିଶେଷ କମ୍ପନ ହୋଇଥାଏ ଯାହା ଆମ ଶରୀରର ନାଡିକୁ ଖୋଲିଥାଏ। ଓମ୍ ଉଚ୍ଚାରଣ ଦ୍ବାରା ଆମ ଶରୀର ଓ ମନ ଉପରେ ବହୁତ ଭଲ ପ୍ରଭାବ ପଡିଥାଏ। ବିଶ୍ବାସ ହେଉ ନି ତ ? ମନକୁ ଶାନ୍ତ କରି ଏକାଗ୍ରତାର ସହ ଥରେ ପରୀକ୍ଷାମୂଳକ ଭାବେ କରି ଦେଖନ୍ତୁ ତ, କିଭଳି ଫଳ ମିଳୁଛି ?

omm

ଓମକୁ ପ୍ରତ୍ୟେକ ଦିନ ଜପ କରିବା ଦ୍ବାରା ମିଳିଥାଏ ଏହି ଫାଇଦା :

-ଓମ୍ ଉଚ୍ଚାରଣ କରିବା ଦ୍ବାରା ଗଳାରେ କମ୍ପନ ହୋଇଥାଏ। ଯାହା ଦ୍ବାରା ଥାଇରଏଡ ନିୟନ୍ତ୍ରଣରେ ରହିଥାଏ।

-ଏହି ଶବ୍ଦ ଚିନ୍ତା ଏବଂ ଥକାପଣକୁ ଦୂର କରିଥାଏ। ଏହା ଶରୀରରେ ଥିବା ବିଷାକ୍ତ ତତ୍ତ୍ବକୁ ବାହାର କରିଥାଏ।

-ଓମରୁ ହଜମ କ୍ରିୟା ସୁଧୁରିବା ସହିତ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ।

-ଏହାକୁ ଉଚ୍ଚାରଣ କରିବା ଦ୍ବାରା ଚେହେରାରେ ଚମକ ସହ ସ୍ମରଣ ଶକ୍ତି ମଧ୍ୟ ବଢ଼ିଥାଏ।

-ନିଦ ନ ଆସିବା ଏବଂ ମାନସିକ ରୋଗ ଭଳି ସମସ୍ୟା ଠାରୁ ମଧ୍ୟ ଆରାମ ଦେଇଥାଏ ଓମ୍ ଉଚ୍ଚାରଣ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button