ଦେଶ ବିଦେଶ

ଗରମ ଦିନେ ଉଜ୍ଜ୍ୱଳ ତ୍ବଚା ପାଇଁ ବ୍ୟବହାର କରନ୍ତୁ କଦଳୀ ଏବଂ ତରଭୁଜର ଫେଶପ୍ୟାକ

ଖରାଦିନେ ସବୁଠାରୁ ଅଧିକ ପ୍ରଭାବ ତ୍ବଚା ଉପରେ ପଡ଼ିଥାଏ। ଅତ୍ୟଧିକ ଖରା ଯୋଗୁ ଏହାର ସିଧା ପ୍ରଭାବ ତ୍ବଚା ଉପରେ ପଡିବା ଦ୍ବାରା ତ୍ବଚା ଜନିତ ଅନେକ ସମସ୍ୟା ଦେଖାଯାଇଥାଏ। ଗରମ ଦିନେ ଅଧିକାଂଶ ସମୟ ତ୍ବଚା କୁଣ୍ଡେଇ ହେବା ସହ ପୋଡା ମଧ୍ୟ ହୋଇଥାଏ। ଏହି କାରଣରୁ ତ୍ବଚାର ଚମକ ମଧ୍ୟ କମିଯାଇଥାଏ। ଯଦି ଆପଣ ନିଜ ତ୍ବଚାରେ ଚମକ ଦେିଖିବାକୁ ଚାହୁଁଛନ୍ତି ତେବେ କଦଳୀ ଏବଂ ତରଭୁଜରେ ଫେଶପ୍ୟାକ ପ୍ରସ୍ତୁତ କରି ବ୍ୟବହାର କରନ୍ତୁ। ଏହି ଫେଶପ୍ୟାକ ତ୍ବଚାକୁ ଥଣ୍ଡା ରଖିବା ସହ ଜଳପୋଡା ମଧ୍ୟ କମ କରିବାରେ ସାହାଯ୍ୟ କରିଥାଏ। ଏଥିସହ ତ୍ବଚାରୁ ମୃତ କୋଷିକା ଗୁଡିକୁ ବାହାର କରି ସୌନ୍ଦର୍ଯ୍ୟ ବଢାଇଥାଏ।

ଫେଶପ୍ୟାକ ପ୍ରସ୍ତୁତ କରିବାର ପ୍ରଣାଳୀ

face pack-କଦଳୀ ଏବଂ ତରଭୁଜର ଫେଶପ୍ୟାକ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଦୁଇଟି ଯାକ ଜିନିଷକୁ ଭଲଭାବେ ମିଶ୍ରଣ କରିବା ଆବଶ୍ୟକ। ଏହାପରେ ଏହି ମିଶ୍ରଣକୁ ତ୍ବଚାରେ ଲଗାଇ କିଛି ସମୟ ରଖିବା ପରେ ହାଲୁଚକା ଭାବେ ମସାଜ କରି ଧୋଇ ଦିଅନ୍ତୁ। ଏହା ପରେ ତ୍ବଚାକୁ ଭଲଭାବେ ପୋଛି ମଶ୍ଚରାଇଜର ଲଗାନ୍ତୁ। ଏପରି କରିବା ଦ୍ବାରା ତ୍ବଚା କୋମଳ ହେବା ସହ ସୌନ୍ଦର୍ଯ୍ୟ ମଧ୍ୟ ହୋଇଥାଏ।

ତ୍ବଚା ପାଇଁ ଲାଭକାରୀ କଦଳୀ

bananaକଦଳୀରେ ପୋଟାସିୟମ, ଭିଟାମିନ ସି, ଏ, ଫସଫରସ, କ୍ୟାଲସିୟମ ଏବଂ କାର୍ବୋହାଇଡ୍ରେଡ ରହିଥାଏ, ଯାହା ତ୍ବଚା ଖୁବ୍ ଲାଭକାରୀ ହୋଇଥାଏ। କଦଳୀ ତ୍ବଚାକୁ କୋମଳ ରଖିବା ସହ ମଶ୍ଚରାଇଜର ଭଳି କାମ କରିଥାଏ। ଏହା ବ୍ୟତୀତ ଏଥିରେ ପ୍ରସ୍ତୁତ ପ୍ୟାକ ତ୍ବଚାର ଶୁଷ୍କତା ଦୂର କରିଥାଏ।

ଉପକାରୀ ତରଭୁଜ

Watermelon-Face-packତ୍ବଚା ପାଇଁ ତରଭୁଜ ଖୁବ ଉପକାରୀ ହୋଇଥାଏ। ତରଭୁଜରେ ଲାଇକୋପିନ ନାମକ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ, ଯାହା ତ୍ବଚାକୁ ଉଚିତ ପରିମାଣର ପୋଷଣ ପ୍ରଦାନ କରିଥାଏ। ଏହା ଦ୍ବାରା ତ୍ବଚା ଜନୀତ ଅନେକ ସମସ୍ୟା ଦୂର ହୋଇଯାଇଥାଏ। ଏହା ବ୍ୟତୀତ ତ୍ବଚାର ସୌନ୍ଦର୍ଯ୍ୟ ପାଇଁ ତରଭୁଜ ଲାଭକାରୀ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button