ନୀତି

ଚାଣକ୍ୟ ନୀତି: ମଣିଷ ଜୀବନରେ ଦୁଃଖର ଏକମାତ୍ର କାରଣ ହେଉଛି ଏହି ଜିନିଷ, ବେଳେ ଥାଉ ଥାଉ ନିଜକୁ ସମ୍ଭାଳିବା ଉଚିତ

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଓ ବିଚାରର ବର୍ତ୍ତମାନ ସମୟରେ ବି ପ୍ରାସଙ୍ଗିକତା ରହିଛି। ଯେଉଁ ବ୍ୟକ୍ତି ଏହି ବିଚାରକୁ କାମରେ ଲଗାଏ ସେ ଖୁବ୍‌ କମ୍‌ ଦିନରେ ସଫଳତା ପାଏ। ତେବେ ଆଜି ଆସନ୍ତୁ ଜାଣିବା ଚାଣକ୍ୟଙ୍କ ସେଭଳି ଏକ ବିଚାର ବିଷୟରେ। ଏହା ହେଉଛି କେଉଁ ସବୁ କଥା ଜୀବନରେ ଦୁଃଖକୁ ନିମନ୍ତ୍ରଣ କରିଥାଏ।

ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ମଣିଷ ନିଜ କର୍ମ ଦ୍ୱାରା ହିଁ ଜୀବନରେ ଦୁଃଖକୁ ନିମନ୍ତ୍ରିତ କରିଥାଏ। ଏଣୁ ମଣିଷ ଜୀବନରେ କିଛି ଭଲ କରୁ କିମ୍ବା ଖରାପ ତାହାର ଫଳ ତାକୁ ନିଶ୍ଚୟ ଭୋଗିବାକୁ ପଡ଼ିଥାଏ। ମଣିଷ ଜୀବନରେ କିଛି ଜିନିଷ ସ୍ଥାୟୀ ନୁହେଁ। ଯେତେବେଳେ ଦୁଃଖ ଆସେ ସେତେବେଳେ ବ୍ୟକ୍ତି ଚିନ୍ତା କରେ ମୁଁ ଏମିତି କଣ କରିଥିଲି ଯେଉଁ କାରଣରୁ ମୋତେ ଦୁଃଖ ମିଳୁଛି। କିନ୍ତୁ ଖୁସିରେ ଥିବା ବେଳେ ସେ କାହିଁକି ଖୁସି ଅଛି ତାହା ଚିନ୍ତା କରେ ନାହିଁ।

chanakya

ଏଣୁ ଚାଣକ୍ୟ କୁହନ୍ତି ସବୁବେଳେ କର୍ମ କରିବା ପୂର୍ବରୁ ତାହାର ପରିଣାମ ସମ୍ପର୍କରେ ଜାଣି ରଖିବା ଉଚିତ। ସାଧାରଣତଃ ଲୋକମାନେ ସୁଖ ବେଳେ ଅହଙ୍କାରୀ ହୋଇଯାଆନ୍ତି। କିନ୍ତୁ ଏଭଳି କରିବାକୁ ଚାଣକ୍ୟ ମନା କରିଛନ୍ତି। ତାଙ୍କ ଅନୁସାରେ ସୁଖ ଓ ଦୁଃଖ ମୁଦ୍ରାର ଦୁଇଟି ପାର୍ଶ୍ୱ। କେବେ ସୁଖ ଆସିବ ଓ ତାହା କେଉଁ ମୁହୂର୍ତ୍ତରେ ଦୁଃଖରେ ପରିବର୍ତ୍ତିତ ହେବ ତାହା କେହି ଜାଣନ୍ତି ନାହିଁ। ଏଣୁ ସବୁ ମୁହୂର୍ତ୍ତରେ ସାଧାରଣ ରହିବାକୁ ଚାଣକ୍ୟ ପରାମର୍ଶ ଦିଅନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button