ନୀତି

ଚଳିତ ବର୍ଷ ପୁଷ୍ୟ ନକ୍ଷତ୍ରର ରହିଛି ଶୁଭ ସଂଯୋଗ, ଶନିଙ୍କ ବକ୍ର ଦୃଷ୍ଟିରୁ ରକ୍ଷା ପାଇଁ ଆପଣାନ୍ତୁ ଏହିସବୁ ଉପାୟ

ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୀପାବଳି ଏବଂ ଧନତେରାସର ଠିକ୍‌ ପୂର୍ବରୁ ପୁଷ୍ୟ ନକ୍ଷତ୍ରର ଶୁଭ ସଂଯୋଗ ରହିଛି। ଚଳିତ ବର୍ଷ ଶନିବାର ଦିନ ଶନି ପୁଷ୍ୟ ଯୋଗ ରହିଛି, ଯାହା ଅତ୍ୟନ୍ତ ଶୁଭ ସଂଯୋଗ। କାରଣ ଶନିବାର ଏବଂ ପୁଷ୍ୟ ନକ୍ଷତ୍ରର ସଂଯୋଗ ଶୁଭ ବୋଲି କୁହାଯାଇଥାଏ। ତେବେ ଆସନ୍ତୁ ଜାଣିବା ଏହି ଦିନ କ’ଣ କରିବା ଉଚିତ।

-ପୁଷ୍ୟ ନକ୍ଷତ୍ର ସମସ୍ତ ୨୭ଟି ନକ୍ଷତ୍ର ମଧ୍ୟରୁ ବଳବାନ। ଏହି ନକ୍ଷତ୍ର ଶୁଭ କାର୍ଯ୍ୟ ପାଇଁ ସବୁଠାରୁ ଉତ୍ତମ ହୋଇଥାଏ।

-ଶନିବାର ଦିନ ପୁଷ୍ୟ ନକ୍ଷତ୍ର ଯୋଗ ରହିଥିବାରୁ, ଯେଉଁ ଲୋକଙ୍କ ଉପରେ ଶନିଙ୍କ ବକ୍ର ଦୃଷ୍ଟି ରହିଥାଏ ସେମାନେ ଏହି ୫ଟି ଉପାୟ ଆପଣାଇପାରିବେ।

-ପୁଷ୍ୟ ଯୋଗରେ ଶନି ମନ୍ଦିରକୁ ଯାଇ ଶନିଙ୍କ ପ୍ରତିମା ଉପରେ ସୋରିଷ ତେଲ ଅର୍ପଣ କରନ୍ତୁ।

pushya nakhyatra-ଶନି ପୁଷ୍ୟ ଯୋଗରେ ଅଶ୍ୱତ୍ଥ ଗଛ ତଳେ ସୋରିଷ ତେଲର ଦୀପ ଲଗାନ୍ତୁ। ଏପରି କରିବା ଦ୍ୱାରା ଶନିଙ୍କ ଖରାପ ଦୃଷ୍ଟିର ପ୍ରଭାବ ଶୁଭରେ ପରିବର୍ତ୍ତନ ହୋଇଥାଏ।

-ଶନିବାର ପୁଷ୍ୟ ନକ୍ଷତ୍ରରେ ଗରିବ ଲୋକଙ୍କୁ ଭୋଜନ କରାଇବା ସହ କମ୍ବଳ, ଜୋତା-ଚପଲ, ତେଲ ଏବଂ କଳା ଛତା ଦାନ କରନ୍ତୁ।

-ଶନି ପୁଷ୍ୟର ଶୁଭ ଯୋଗରେ ନିଜ ପୂଜାଘରେ ଶନିଯନ୍ତ୍ର ସ୍ଥାପନା କରନ୍ତୁ। ଏପରି କରିବା ଦ୍ୱାରା ଶନି ଦୋଷ ଦୂର ହୋଇଥାଏ।

-ଏସବୁ ବ୍ୟତୀତ ଶନିବାର ଦିନ କଳା କପଡାରେ କଳା ରାଶି ବାନ୍ଧି ଗରିବଙ୍କୁ ଦାନ କରନ୍ତୁ। ଏପରି କରିବା ଦ୍ୱାରା ଶନି ଦୋଷ ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button