ନୀତି

ବୁଦ୍ଧିମାନ ହେବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ୪ଟି ନିୟମ, ସବୁଠାରେ ନିଶ୍ଚୟ ମିଳିବ ସଫଳତା

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଏବଂ ବିଚାର ହୁଏତ କଠୋର ଲାଗିପାରେ। କିନ୍ତୁ କଠୋରତା ହିଁ ଜୀବନର ସତ୍ୟତା। ସାଧାରଣତଃ ଲୋକେ ବ୍ୟସ୍ତବହୁଳ ଜୀବନରେ ଏହି ବିଚାରକୁ ଅଣଦେଖା କରିଥାନ୍ତି । କିନ୍ତୁ ଚାଣକ୍ୟଙ୍କ ଏହି ବିଚାର ଜୀବନର ପ୍ରତ୍ୟେକ ସ୍ତରରେ ଆପଣଙ୍କ ସାହାଯ୍ୟ କରିଥାଏ। ଆଚାର୍ଯ୍ୟ ଚାଣକ୍ୟଙ୍କ ଏସବୁ ବିଚାର ମଧ୍ୟରୁ ଆଜି ଆମେ ଏକ ବିଚାରର ବିଶ୍ଲେଷଣ କରିବୁ। ତେବେ ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତ୍ୱ ।

ବୁଦ୍ଧିମାନ ହେବାର ଉପାୟ

chanakya1-ଆଚାର୍ଯ୍ୟ ଚାଣକ୍ୟ ବିଚାର ଅନୁଯାୟୀ, ବୁଦ୍ଧିମାନ ହେବା ପାଇଁ ଆପଣଙ୍କ ପାଖରେ ଏହି ୪ଟି ଜିନିଷ ରହିବା ନିହାତି ଆବଶ୍ୟକ। ତାହା ହେଉଛି ପଢିବା, ଅଧିକ ଭାବିବା, କମ କହିବା ଏବଂ ଅଧିକ ଶୁଣିବା। ଯେଉଁ ବ୍ୟକ୍ତିଙ୍କ ପାଖରେ ଏହି ୪ଟି ଜିନିଷ ରହଥାଏ ସେହି ବ୍ୟକ୍ତି ବୁଦ୍ଧିମାନ ହୋଇଥାନ୍ତି। ଅନେକ ଥର ଜୀବନରେ ଏଭଳି ସମୟ ଆସିଥାଏ ଯେତେବେଳେ ମଣିଷକୁ ନିଜ ବୁଦ୍ଧିର ପରିଚୟ ଦେବାକୁ ପଡିଥାଏ। ସେହିଭଳି ଯେତେବେଳେ କୌଣସି ବ୍ୟକ୍ତି ସମସ୍ୟାରୁ ମୁକୁଳିବା ପାଇଁ ଚାହିଁଥାନ୍ତି । ସେତେବେଳେ ସେମାନେ ଅଧିକ ସମୟ ଭାବି ଚିନ୍ତି ସମସ୍ୟାରୁ ବାହାରି ପାରିଥାନ୍ତି।

-ଦ୍ୱିତୀୟଟି ହେଉଛି କମ୍‌ କହିବା। ମନୁଷ୍ୟ ସର୍ବଦା କମ୍‌ କହିବା ଉଚିତ। କିଛି ମଣିଷ ସବୁବେଳେ ଆବଶ୍ୟକତା ଠାରୁ ଅଧିକ କହିଥାନ୍ତି। ପ୍ରାୟତଃ ଯେଉଁ ଲୋକମାନେ ଅଧିକ କହିଥାନ୍ତି ସେମାନେ ଅନେକ ଲୋକଙ୍କ କଥାକୁ ଅଣଦେଖା କରିଥାନ୍ତି। ଅନେକ ଥର ଏଭଳି ଲୋକମାନେ ସାମ୍ନା ଲୋକର କଥାକୁ ମଧ୍ୟ ଖଣ୍ଡନ କରିଥାନ୍ତି। ଏହିକାରଣରୁ ମନୁଷ୍ୟ କମ କହିବା ଜରୁରୀ।

chanakya-ତୃତୀୟଟି ହେଉଛି ପଢିବା। ମନୁଷ୍ୟ ସର୍ବଦା ନିଜର ଜ୍ଞାନକୁ ବଢାଇବା ପାଇଁଁ ବହି ପଢିବା ପାଇଁ ପସନ୍ଦ କରିଥାନ୍ତି। କିନ୍ତୁ ଆଚାର୍ଯ୍ୟଙ୍କ କହିବାନୁଯାୟୀ, ଅଳ୍ପ ହେଉ ପଛେ ମଣିଷ ନିହାତି ପଠନ ପ୍ରକ୍ରିୟା ଜାରି ରଖିବା ଉଚିତ। ଏପରି କରିବା ଦ୍ୱାରା ସେ ସବୁ କିଛି ବୁଝିପାରିଥାନ୍ତି।

-ଶେଷ ବିଚାରଟି ହେଉଛି, ଅଧିକ ଶୁଣିବା। ମଣିଷ ସର୍ବଦା ଅନ୍ୟର କଥା ଶୁଣି ଜ୍ଞାନ ଅର୍ଜିନ କରିବା ଉଚିତ। ଏପରି କରୁଥିବା ମଣିଷ ନିଜ ଭିତରର ଜ୍ଞାନକୁ ଆହୁରି ବଢାଇପାରିବେ। ଏହି କାରଣରୁ ଆପଣ ଅନ୍ୟର କଥା ସବୁବେଳେ ଧ୍ୟାନରେ ଶୁଣିବା ସହ ସେହି କଥାକୁ ନିଜ ଭିତରେ କରିବାକୁ ଚେଷ୍ଟା କରନ୍ତୁ।

ଯଦି ଆପଣ ଉପରୋକ୍ତ ଏହି ୪ଟି ଜିନିଷକୁ ଭଲଭାବେ ଅନୁସରଣ କରିବେ ତେବେ ଆପଣ ନିଶ୍ଚୟ ବୁଦ୍ଧିମାନ ହୋଇପାରିବେ। ଏହିସବୁ ବିଚାର କେବଳ ଆପଣଙ୍କୁ ବୁଦ୍ଧିମାନ କରିବ, ତାହା ନୁହେଁ ବରଂ ଆପଣଙ୍କୁ ଏକ ଭଲ ମଣିଷ କରି ଗଢ଼ି ତୋଳିବାରେ ସାହାଯ୍ୟକାରୀ ହେବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button