ବିଚାର

ଅଭାବରେ ରହୁ ଥିଲେ କଣ କରିବେ ? ଏହା ସହିତ ଆହୁରି ପଢନ୍ତୁ 20 + Anuchinta

୧.ଘର ର ଡାହାଣ ପାଖରେ ତୁଳସୀ ଚଉରା ରଖିବା ଉଚିତ ଏବଂ ଘରୁ ବାହାରିଲା ବେଳେ ତୁଳସୀ ମୂଳର ମାଟି ମୁଣ୍ଡରେ ମାରିଲେ ଶୁଭ ହୋଇଥାଏ ।୨.ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହେଉଥିଲେ ପାଣି ପିଇବା ସମୟରେ ବସିକି ପିଅନ୍ତୁ ଏବଂ ଦିନକୁ ପଞ୍ଚାଗୋଟି ଲବଙ୍ଗ ଚୋବାଇ କରି ଖାନ୍ତୁ । ୩.ବ୍ରଣ ଦାଗ ଲିଭାଇବାକୁ ହେଲେ ଡାଲଚିନି ସହିତ ଅଳ୍ପ ମହୁ ମିଶାଇ କରିକି ଦାଗରେ ମାରିଲେ ଦାଗ ଭଲ ହୋଇଯିବ ।

୪.ଆଖି ତଳ କଲା ଦାଗ ଲିଭାଇବା ପାଇଁ ଲେମ୍ବୁରସ ସହିତ ବିଲାତି ରସ ମିଶାଇ କଳାଦାଗରେ ଲଗାନ୍ତୁ । ୫.ସୂର୍ଯ୍ୟସ୍ତ ପରେ କେବେ ହେଲେ କ୍ଷୀର କିମ୍ବା ଦହି ବାହାର ଲୋକଙ୍କୁ ଦିଅନ୍ତୁ ନାହିଁ କାରଣ ଏହା ଅମଙ୍ଗଳ ହୋଇଥାଏ । ୬. ବିବାହିତ ସ୍ତ୍ରୀ ଲୋକ ମାନେ ରାତିରେ ଚୁଟି ଖୋଲା କରିକି ସୁଅନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ ।

୭.ପୂଜାରେ ଯାଆଁଳା କଦଳୀ ଭୋଗ କଲେ ବହୁତ ଶୁଭ ହୋଇଥାଏ ଏବଂ ଶିବଙ୍କ ମୁଣ୍ଡରେ ଚଢାଇଲେ ବହୁତ ମଙ୍ଗଳ ହୋଇଥାଏ ।

୮.ଠାକୁର ପୂଜା କାଲାବେଳେ ତଳେ,ପିଢ଼ା କିମ୍ୱା ପଥର ଉପରେ ବସିକି ପୂଜା କରନ୍ତୁ ନାହିଁ ,ଆସନ ରେ ବସିକି ପୂଜା କରନ୍ତୁ ।

୯.ଘରର ପାଣି ଟ୍ୟାପରୁ ପାଣି ଟପ ଟପ ପଡୁଥିଲେ ଅଶୁଭ ହୋଇଥାଏ ତୁରନ୍ତ ମରାମତି କରନ୍ତୁ ।

୧୦.ଟଙ୍କା ରଖୁଥିବା ଆଲମାରିର ମୁହଁ ଦକ୍ଷିଣ ଦିଗକୁ ରଖନ୍ତୁ ନାହିଁ ଅନ୍ୟ ଦିଗକୁ ରଖିଲେ ଶୁଭ ହୋଇଥାଏ ।

୧୧.ଗଣେଶ ପୂଜା ଦିନ ଆକାଶ ରେ ଚନ୍ଦ୍ର ଦର୍ଶନ କରନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ ।

୧୨.ଗଣେଶ ପୂଜା ଦିନ କିଛି ଅଳେଇଚ ଆଣିକି ସ୍ନାନ କଲେ ପିଲାଙ୍କ ବୁଦ୍ଧି ବଢିଥାଏ ।

୧୩.ଶନି ଦେବଙ୍କ ମୂର୍ତି ଘରେ ରଖି ପୂଜା କରନ୍ତୁ ନାହିଁ ଏହା ମନ୍ଦିର ରେ ପୂଜା କଲେ ମଙ୍ଗଳ ହୋଇଥାଏ ।

୧୪.ଘରେ ଠିଆ ହୋଇଥିବା ଲକ୍ଷ୍ମୀ ଠାକୁରଙ୍କ ଫୋଟୋ ରଖନ୍ତୁ ନାହିଁ ବସିଥିବା ଫୋଟୋ ରଖିଲେ ଭଲ ହୋଇଥାଏ ।

୧୫.ଘରେ ଅଚଳ ଘଣ୍ଟା ରଖନ୍ତୁ ନାହିଁ କିମ୍ବା ଦକ୍ଷିଣ ଦିଗରେ ଘଣ୍ଟା ଲଗାନ୍ତୁ ନାହିଁ ।

୧୬.ଠାକୁର ଘରେ ଶ୍ରୀ ଯନ୍ତ୍ର ଏବଂ ଲାଲ୍ କପଡା ଦ୍ୱାରା ଘୋରା ହୋଇଥିବା ନଡ଼ିଆ ରଖିଲେ ଶୁଭ ହୋଇଥାଏ ।

୧୭.ତୁଳସୀ ପତ୍ର ତୋଳିଲା ବେଳେ ଏହି ମନ୍ତ୍ର ଜପ କରନ୍ତୁ -ମହାପ୍ରସାଦ ଜନନୀ ସର୍ବ ସୌଭାଗ୍ୟ ବଧିନି
ଆଧି ବ୍ୟାଧି ହରାଂ ନିତ୍ୟ ତୁଳସୀ ତଂ ନାମହସ୍ତତେ।

୧୮.ପୂର୍ବକୁ ମୁହଁ କରିକି ଭୋଜନ କଲେ ଏବଂ ଦକ୍ଷିଣକୁ ମୁହଁକରି ଶୟନ କଲେ ମଙ୍ଗଳ ହୋଇଥାଏ ।

୧୯.ଜଗନ୍ନାଥ ମନ୍ଦିରକୁ ତିନି ଥର ଏବଂ ଶିବ ମନ୍ଦିରକୁ ଅର୍ଦ୍ଧ ପରିକ୍ରମା କଲେ ମଙ୍ଗଳ ହୋଇଥାଏ ।

୨୦.ଘରେ ଅଶାନ୍ତି ଲାଗି ରହିଲେ ଶନିବାର ଦିନ ବଉଳ ଗଛକୁ ସାତ ଥର ପରିକ୍ରମା କରି ତାର ଚେରକୁ ଘରେ ରାଖନ୍ତୁ ।

୨୧.ଯଦି ମାଛ ଖାଉଛନ୍ତି ତାହେଲେ ମହୁରାଳି ମାଛ ଖାଆନ୍ତୁ ଏହି ମାଛ ଖାଇଲେ ଦେହ ପାଇଁ ଉପକାର ହୁଏ ।

୨୨.ନିଜଦେହର ଛାଇ ,ତୀର୍ଥ ସ୍ଥାନ ଓ ସ୍ମସାନରେ ପରିସ୍ରା କରିବା ଉଚିତ ନୁହେଁ ଏହା ଅମଙ୍ଗଳ ହୋଇଥାଏ ।

୨୩.ଗରୁଡ ଚିତ୍ର ଥିବା ଘଣ୍ଟି ଘରେ ରଖିଲେ ଅଗ୍ନି ଭୟ,ଚୋର ଭୟ ଏବଂ ବଜ୍ରଭୟ ଦୂର ହୋଇଥାଏ ।

୨୪.ଗୋଟିଏ ଦିନରେ ଯଦି ବୋହୁ ଶାଶୁ ଘରେ ଓ ବାପା ଘରେ ଭୋଜନ କରେ ତେବେ ଦୁର୍ଭାଗ୍ୟ ଆସେ ।

୨୫.ଧଳା ପାରାର ମୂର୍ତ୍ତି ଘରେ ଥିଲେ ମନରୁ ଖରାପ ଭାବନା ଦୂରେଇଯାଏ ଏବଂ ସଦଭାବନା ଆସେ ।

୨୬.ଘର ପାଖରେ କଇଁଆ ଗଛ ,ତାଳ ଗଛ ଓ ବାଉଁଶ ଗଛ ରଖନ୍ତୁ ନାହିଁ ଏହା ବିପଦ ଆଣିଥାଏ ।

୨୭.ଗୁରୁବାର ଓ ଶନିବାର ଦିନ ଲୁହା ଜିନିଷ ଘରୁ ବିକନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ ।

୨୫.ସୋମବାର ଦିନ ଧଳା ମନ୍ଦାର ଠାକୁରଙ୍କ ଉପରେ ଚଢାଇଲେ ତନ୍ତ୍ରମନ୍ତ୍ର କଟିଯାଏ ।

୨୬.ରବିବାର ଦିନ ଆମିଷ ଖାଆନ୍ତୁ ନାହିଁ ଏବଂ ଖିଅର ହୁଅନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ ।

୨୭.ଜର କିମ୍ବା କାଶ ହେଉଥିବା ଲୋକଙ୍କୁ କ୍ଷୀର ପିଇବାକୁ ଦିଅନ୍ତୁ ନାହିଁ ।

୨୮.ଅମାବାସ୍ୟା ,ପୂର୍ଣ୍ଣିମା, ଏବଂ ଏକାଦଶୀ ରେ ଦୂର ଯାତ୍ରା କରନ୍ତୁ ନାହିଁ ,ସୁଭ ଫଳ ମିଳିନଥାଏ ।

୨୯. ଘରେ ଅଭାବ ଲାଗି ରହୁଥିଲେ ଛୋଟ ପିତ୍ତଳ ଢାଳରେ କଏନ ଭର୍ତ୍ତି କରି ପଶ୍ଚିମ ପଟରେ ରଖନ୍ତୁ ମଙ୍ଗଳ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button