ସ୍ୱାସ୍ଥ୍ୟ

ମିନିଟରେ ପ୍ରସ୍ତୁତ କରନ୍ତୁ କଦଳୀର ଚଟପଟା ଚିପ୍ସ, ଜାଣନ୍ତୁ ଏହାର ସହଜ ଓ ସରଳ ପ୍ରସ୍ତୁତି

କଦଳୀର ଚିପ୍ସ ଆପଣ ବହୁତ ଖାଇଥିବେ ଏବଂ ଏହା ଆପଣଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହାକୁ ଆପଣ ଘରେ ମିନିଟ ମଧ୍ୟରେ ପ୍ରସ୍ତୁତ କରିପାରିବେ। କେବଳ ଏତିକି ନୁହେଁ ଏହାକୁ ପ୍ରସ୍ତୁତ କରି ଭବିଷ୍ଯତ ପାଇଁ ରଖି ମଧ୍ୟ ପାରିବେ ଏବଂ ଯେତେବେଳେ ବି ଆପଣଙ୍କୁ ଚା’ର ଚୁସକି ସହିତ କିଛି ଖାଇବାକୁ ମନ ହେବ ତେବେ ଆପଣ ଏହାର ମଜା ନେଇପାରିବେ। ତେବେ ଆସନ୍ତୁ ଜାଣିବା କେମିତି ଘରେ କଦଳୀ ଚିପ୍ସକୁ ପ୍ରସ୍ତୁତ କରି ଆପଣ ଏହାର ମଜା ନେଇପାରିବେ।

କଦଳୀ ଚିପ୍ସ ପ୍ରସ୍ତୁତ କରିବା ପାଇଁ ସାମଗ୍ରୀ :

banana

-କଞ୍ଚା କଦଳୀ

-ବାଦାମ ତେଲ

-ବିଟ ଲୁଣ

-କଳା ମରୀଚ

ପ୍ରସ୍ତୁତି ପ୍ରଣାଳୀ :

ସର୍ବପ୍ରଥମେ କଞ୍ଚା କଦଳୀର ଚୋପା ଛାଲି ଦିଅନ୍ତୁ। ଏବେ ବରଫ ପାଣିରେ ବିଟଲୁଣ ମିଶାନ୍ତୁ ଏବଂ ସେଥିରେ କଦଳୀକୁ ୧୦-୧୨ ମିନିଟ ପାଇଁ ଭିଜାଇ ରଖି ଦିଅନ୍ତୁ।

Banana and Banana Chipsଏହା ପରେ କଦଳୀକୁ ଚିପ୍ସ ସାଇଜରେ କାଟି ଦିଅନ୍ତୁ । କଦଳୀକୁ କାଟିବା ପରେ କୌଣସି ସଫା କପଡାରେ ୧୦ ମିନିଟ ପାଇଁ ଖେଳାଇ ରଖି ଦିଅନ୍ତୁ। ଯେପରି ସେଥିରେ ଥିବା ପାଣି ଭଲ ଭାବେ ସୁଖିଯିବ।

fryବର୍ତ୍ତମାନ କଡାରେ ତେଲ ପକାନ୍ତୁ ଏବଂ ଯେତେବେଳେ ତେଲ ଗରମ ହୋଇଯିବ ସେଥିରେ କଦଳୀର ଖଣ୍ଡକୁ ପକାଇ ହଳଦିଆ ହେବା ପର୍ଯ୍ଯନ୍ତ ଛାଣନ୍ତୁ। ଏହା ଛାଣି ହୋଇଗଲା ପରେ ଏହାକୁ କାଢ଼ି ବିଟଲୁଣ ଏବଂ କଳା ମରୀଚ ମିଶାନ୍ତୁ। ଏବେ ଆପଣଙ୍କର କଦଳୀ ଚିପ୍ସ ପ୍ରସ୍ତୁତ ହୋଇଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button