ଜୀବନଶୈଳୀ

କେଶ ଓ ତ୍ୱଚାର ଚମକ ବଢ଼ାଇବାରେ ସାହାଯ୍ୟ କରେ ଲାଉ ରସ, ଜାଣନ୍ତୁ ଏହାର ୫ଟି ବଡ଼ ଫାଇଦା

ଅଧିକାଂଶ ଲୋକ ଲାଉ ଜୁସ୍‌ ପିଇବାକୁ ଆଦୌ ପସନ୍ଦ କରିନଥାନ୍ତି। କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ। ଲାଉ ପାଟିକୁ ପିତା ଲାଗୁନଥିଲେ ମଧ୍ୟ ଏହାର ସ୍ୱାଦ କିଛି ଲୋକଙ୍କୁ ପସନ୍ଦ ଆସିନଥାଏ। ତେଣୁ ସେମାନେ ଏହାକୁ ଖାଇନଥାନ୍ତି। କିନ୍ତୁ ଡାକ୍ତରଙ୍କ କହିବାନୁସାରେ ଲାଉରେ ଥିବା ପୋଷକ ତତ୍ତ୍ୱ ମୋଟାପଣ କମ୍‌ କରିବାରେ ସାହାଯ୍ୟ କରେ। କେବଳ ଏତିକି ନୁହେଁ ଏହା କେଶ ଓ ତ୍ୱଚା ପାଇଁ ମଧ୍ୟ ବେଶ୍‌ ଉପକାରୀ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଲାଉ ଜୁସ୍‌ ପିଇବାର ଫାଇଦା ସମ୍ପର୍କରେ…

bottle gourd

  • ତ୍ୱଚାର ଲୋଚାକୋଚାପଣ ଦୂର କରିବାରେ ଲାଉ ଜୁସ୍‌ ସାହାଯ୍ୟ କରେ। ଏହା ମୃତ କୋଷିକାକୁ ବାହାର କରି ଦେବା ସହ ଦୁର୍ବଳ କୋଷିକାକୁ ସବଳ କରିଥାଏ। ଫଳରେ ତ୍ୱଚାରେ ଚମକ ଆସେ।
  • ଲାଉରେ ଭିଟାମିନ୍‌, ମିନେରାଲ ଓ ଆଣ୍ଟିଅକ୍ସିଡେଣ୍ଟ ଗୁଣ ଭରି ରହିଥାଏ। ଏହା ତ୍ୱଚାକୁ ପ୍ରାକୃତିକ ଚମକ ଦେଇଥାଏ। ଏଣୁ ପ୍ରତିଦିନ ଲାଉ ଜୁସ୍‌ ପିଇବାକୁ ଡାକ୍ତର ପରାମର୍ଶ ଦିଅନ୍ତି।
  • ଆଖି ପାଇଁ ମଧ୍ୟ ଏହା ବେଶ୍‌ ଦରକାରୀ ହୋଇଥାଏ। ଆଖି ବିନ୍ଧୁଥିଲେ ପତାରେ ଲାଉକୁ କାଟି ୧୦-୧୫ ମିନିଟ୍‌ ରଖନ୍ତୁ। ଆରାମ ଲାଗିବ।
  • କେଶ ଝଡ଼ୁଥିଲେ ଓ ଧଳା ହୋଇଯାଇଥିଲେ ଲାଉ ରସକୁ ମୁଣ୍ଡରେ ଲଗାନ୍ତୁ। ସବୁ ସମସ୍ୟା ଦୂର ହେବ।
  • ତ୍ୱଚାର ଦାଗ ଦୂର କରିବା ପାଇଁ ଲାଉ ଜୁସ୍‌ ସେବନ କରନ୍ତୁ। ତେଲ ଅଂଶ ଦୂର ହେବା ସହ ଦାଗ ବି ଚାଲିଯିବ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button