ଦେଶ ବିଦେଶ

ପାଖା ପାଖି 3000 ବେସାହାରା ଝିଅ ମାନଙ୍କର ବିବାହ କରାଇ ସାରିଲେଣି ଏହି ହୀରା ବ୍ୟବସାୟୀ, ଝିଅ ମାନଙ୍କ ପାଇଁ ବାପା ଠୁ ବି ଅଧିକ ଏହି ବ୍ୟକ୍ତି – ଜାଣନ୍ତୁ ତାଙ୍କ ବିଷୟରେ ଓ ଗୋଟିଏ ଶେୟାର କରନ୍ତୁ

ଭାରତରେ ଏମିତି ବହୁତ ଲୋକ ଅଛନ୍ତି ଯିଏକି ଝିଅ ଜନ୍ମ ହେଲେ ଖୁସି ହୁଅନ୍ତି ନାହିଁ, କିନ୍ତୁ ବର୍ତ୍ତମାନ ଯୁଗ ବଦଳୁଛି କିନ୍ତୁ ବଦଳିବା ଲୋକଙ୍କ ସଂଖ୍ୟା କମ ଅଟେ । ଏହା ଏଥିପାଇଁ କି ଝିଅ ମାନଙ୍କର ବାହଘର ସମୟରେ ଯୌତୁକ ଟଙ୍କା ବହୁତ ଅଧିକ ହୋଇଥାଏ । ଯାହାକୁ କିଛି ପିତା ହସି ହସି ଏବଂ କିଛି କିଛି ପିତା କାନ୍ଦି କାନ୍ଦି ଏହି ଦାୟିତ୍ଵକୁ ବହନ କରିଥାନ୍ତି ।

କିନ୍ତୁ କିଛି ଝିଅମାନଙ୍କର ଭଗବାନ ହୋଇ ଆସିଛନ୍ତି ସୁରତର ଜଣେ ହୀରା ବ୍ୟବସାୟୀ । ପାଖାପାଖି ୩୦୦୦ ବେସାହାରା ଝିଅମାନଙ୍କର ବାହାଘର କରିସାରିଛନ୍ତି ଏହି ହିରା କାରୋବାରି, ସେ ବହୁତ ବେସାହାରା ଝିଅମାନଙ୍କୁ ସାହାର୍ଯ୍ୟ କରିଛନ୍ତି ।

ପାଖାପାଖି ୩୦୦୦ ବେସାହାରା ଝିଅ ମାନଙ୍କର ବାହାଘର କରିସାରିଛନ୍ତି ଏହି ହୀରା କାରୋବାରି

୨୩ ଡିସେମ୍ବରରେ  ୨୬୧ ମହିଳାଙ୍କର ବାହାଘର କରିଥିବା ଏହି ହୀରା କାରୋବାରି ମହେଶଭାଇ ସବାଣୀ ଅଟନ୍ତି । ସେହି ବାହାଘରରେ ୬ ମୁସ୍ଲିମ ଏବଂ ତିନି ଜଣ ଇସାଇ ଧର୍ମର ଝିଅମାନେ ବି ସାମିଲ ଅଛନ୍ତି । ବିବାହ ସମାରୋହ ପିପି ସବାଣୀ ବିଦ୍ୟା ସ୍କୁଲର ସାମନାରେ ରଘୁବୀର ବାଡିରେ ହୋଇଥିଲା । ମହେଶଭାଇ ଏହି କାମ ଗତ ୯ ବର୍ଷ ହେବ କରି ଆସୁଛନ୍ତି ।

ଯେଉଁଥିରେ ସେ ୨୮୬୬ ବେସେହାରା ଝିଅମାନଙ୍କର କନ୍ୟା ଦାନ କରିସାରିଛନ୍ତି । ବର୍ତ୍ତମାନ ୨୩୧ ବାହାଘର କରିବା ପରେ ଏହି ବର୍ଷ ବାହାଘରର ସଂଖ୍ୟା ୩୧୨୪ ହୋଇଯାଇଛି । ସେ ନିଜର ସବୁ ଧନକୁ ଏହି କାମରେ ଲଗାଉଛନ୍ତି ଏବଂ ପୂଣ୍ୟ କରୁଛନ୍ତି । ହୀରା କାରୋବାରି ମହେଶଭାଇ କହିଲେ କି , “କେବଳ ବାହାଘର ପରେ ମୋର ଦାୟୁତ୍ଵ ଶେଷ ହୁଏନାହିଁ ଏହି ଝିଅମାନଙ୍କର ଭବିଷ୍ୟତ କେମିତି ଭଲ ରହିବ, ତାଙ୍କର ସବୁ ଦରକାରି ଜିନିଷ, ସେମାନଙ୍କ ପିଲାମାନଙ୍କର ଜନ୍ମ, ଶିକ୍ଷା, ଚିକିତ୍ସା ଏବଂ ଜରୁରୀ ଜିନିଷ ପାଇଁ ମୁଁ ଆର୍ଥିକ ସାହାର୍ଯ୍ୟ ମଧ୍ୟ କରିଥାଏ ।

“ ଝିଅର ଯଦି ଛୋଟ ଭଉଣୀ ବି ଥାଏ ମୁଁ ତାହାର ବି ଦାୟୁତ୍ଵ ନେଇ ଥାଏ ଏବଂ ମୁଁ ଚେଷ୍ଟା କରେକି ସବୁ ସରକାରୀ ଯୋଜନାର ଲାଭ ତାଙ୍କୁ ମିଳୁ ଏବଂ ଜ୍ଵାଇଁଙ୍କୁ ଭଲ ଚାକିରି ମିଳୁ । ଏହା ସହିତ ମହେଶ ଭାଇ ଝିଅମାନଙ୍କର ସାହାର୍ଯ୍ୟ କରି ଏକ ଉଦାହରଣ ବନାଉଛନ୍ତି କି ଝିଅ ମାନେ ବୋଝ ନୁହନ୍ତି ।

ଏହିଥର ଯେଉଁ ସାମୁହିକ ବିବାହ ହେଲା ତାହାର ନାମ “ଲାଡଲି” ରଖା ଯାଇଅଛି । ଏହି ନାମ କୁ ଅଳିଆ ଗଦାରୁ ମିଳିଥିବା ଏକ ଝିଅର ନାମ ଉପରେ ରଖାଯାଇଛି । ସେ ଝିଅ ମାନଙ୍କୁ ‘Adopt’ କରିବା ପାଇଁ ଲାଇସେନ୍ସ ମଧ୍ୟ ବାହାରକାରୀ ଛନ୍ତି, ଯାହା ସାହାଯ୍ୟରେ ସେ କୌଣସି ବି ଅନଥ ଝିଅକୁ ଆଡପ୍ଟ କରି ତାର ଭବିଷ୍ୟତ ଗଢିପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button