ଜୀବନଶୈଳୀ

କାନ୍ଦି କାନ୍ଦି ମା’ର ଅବସ୍ଥା ଖରାପ, ପିଲାଙ୍କୁ ପାଠ ପଢ଼ାଇ ନିଜେ ସିଭିଲ ସର୍ଭିସ୍ ପାଇଁ ପ୍ରସ୍ତୁତ ହେଉଥିଲେ ସାର୍, ହେଲେ ପିକନିକ ନେଇଗଲା ଜୀବନ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଏକ ପରିବାରର ବଡ ପୁଅ ବହୁତ ପରିଶ୍ରମ କରି ପାଠପଢି ଶିକ୍ଷକ ଚାକିରି ଟିଏ ପାଇଥିଲେ । ଆଗକୁ ତାଙ୍କର ଆହୁରୀ ବଡ ସ୍ଵପ୍ନ ରହିଥିଲା । ଭୁବନେଶ୍ବରରେ ରହି ସିଭିଲ ସର୍ଭିସ ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ ସେ, ଏହିଭଳି ଗୋଟିଏ ପୁଅ କୁ ପାଇ ସାରା ଗାଁ ମଧ୍ୟ ଗର୍ବ ଅନୁଭବ କରୁଥିଲା । କିନ୍ତୁ ଦଇବ ଏହା କ’ଣ କରିଲା ?  ବଡଦିନ ଛୁଟିରେ ଗାଁ କୁ ବୁଲି ଆସିଥିଲେ ସରୋଜ ।

ଗ୍ରାମରେ ତାଙ୍କ ପରିଚୟ ଥିଲା ସରୋଜ ସାର । ସେଠାରେ ସେ ଅନେକ ପିଲାଙ୍କୁ ପାଠ ପଢାଇ ଆସିଥିଲେ । ବହୁତ ଦିନ ପରେ ଗାଁ କୁ ଆସିଥିବାରୁ ପିଲାମାନେ ସାର ଙ୍କୁ ଡ଼ାକିଥିଲେ ସାଙ୍ଗ ହୋଇ ପିକନିକ କରିବାକୁ । କିନ୍ତୁ ସେ କେଉଁ ସମୟରେ ଘରୁ ଗୋଡ କାଢିଥିଲେ ଯେ ସେ ପିକନିକ ତ ଗଲେ କିନ୍ତୁ ଆଉ ଜୀବନ ସହିତ ଘରକୁ ଫେରି ପାରି ନଥିଲେ ସରୋଜ । ଜଣେ ଛାତ୍ର ଙ୍କୁ ବଞ୍ଚାଇବା କୁ ଯାଇ ବୁଡିଗଲେ ସରୋଜ ।

ଛାତ୍ର କୁ ବଞ୍ଚାଇ ଦେଲେ କିନ୍ତୁ ନିଜେ ପାଣି ସୁ-ଅରେ ଛ-ନ୍ଦି ହୋଇଗଲେ । ସରୋଜ ଙ୍କ ଘର ପରିସ୍ଥିତି ଥିକ ନଥିଲା ଏବଂ ସେ ଆଗକୁ ଘରର ପରିସ୍ଥିତି ସୁଧାରି ଦେବେ ବୋଲି ପ୍ରତିଶୃତି ଦେଇଥିଲେ । କାରଣ ଘରର ବଡ ପୁଅ ଥିଲେ ସରୋଜ ଏଣୁ ତାଙ୍କ ମୁଣ୍ଡରେ ଦାଇତ୍ଵ ଅନେକ ଥିଲା । ସାନ ପୁଅ ଜଣଙ୍କ ବିକଳାଙ୍ଗ ବର୍ତ୍ତମାନ ଏହି ପରିବାର କରିବେ କ’ଣ ? ସମସ୍ତେ ପୁଅ କୁ ଝୁରୁଛନ୍ତି ।

ମା’ ଙ୍କର କାନ୍ଦି କାନ୍ଦି ଅବସ୍ଥା ରହୁନାହିଁ, କି ଭାଗ୍ୟ ନେଇ ଆସିଥିଲା ପୁଅ ମୁଣ୍ଡରେ ହାତ ଦେଇ ଚିନ୍ତା କରୁଛନ୍ତି । ସରୋଜ ଙ୍କ ବୟସ ମାତ୍ର 23 ବର୍ଷ । ବାପା ଙ୍କୁ କହିଲେ ବାପା ଟିକିଏ ଛାଡି ଆସିବ ଚାଲ, ସରୋଜ ଙ୍କ ବାପା ଖାଉଥିବା ବେଳେ ଅଧାଖାଇବା ରୁ ଉଠି ପୁଅ କୁ ଛାଡିବାକୁ ଯାଇଥିଲେ ।

ସରୋଜ କହିଥିଲେ ଯେ ରାତି ପାହିବା ପୂର୍ବରୁ ସେ ଫେରି ଆସିଥିବେ । କିନ୍ତୁ ଘର ଲୋକ ଖବର ପାଇଲେ ସକାଳେ ଯେ ତାଙ୍କ ରୋଜଗାରିଆ ପୁଅ ସରୋଜ ଆଉ ଏ ଦୁନିଆରେ ନାହାଁନ୍ତି । ସବୁଦିନ ଲାଗି ଆଖିବୁଝି ଅଫେରା ରାଇଜକୁ ଚାଲିଯାଇଛନ୍ତି

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button