ସହଜରେ ଉପାୟରେ ଦୂର କରନ୍ତୁ ବେକର କଳାପଣ, ଜାଣନ୍ତୁ କିପରି କରିବେ ବ୍ୟବହାର

ପ୍ରାୟତଃ ଯୁବତୀମାନେ ନିଜ ମୁହଁରେ ଅଧିକ ଧ୍ୟାନ ଦିଅନ୍ତି । କିନ୍ତୁ ଏହା ଚକ୍କରରେ ବେକର ସୁନ୍ଦରତା ପ୍ରତି ଧ୍ୟାନ ଦେବାକୁ ଭୁଲିଯାଆନ୍ତି। ଏପରି ବେକକୁ ଅଣଦେଖା କରିବା ଦ୍ୱାରା ବେକରେ କଳାପଣ ସମସ୍ୟା ବଢିଯାଏ। ଯୁବତୀମାନେ ଗାଧୋଇବା ସମୟରେ ବେକରେ ସାବୁନ ଲଗାଇ ରଗଡି କରି ସଫା କରନ୍ତି। ଫଳରେ ବେକ ଲାଲ ପଡିବା ସହ ଖଣ୍ଡିଆ ମଧ୍ୟ ହୋଇଯାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି କେବେ ଉପାୟ ବିଷୟରେ ଜଣାଇବୁ, ଯାହା ଆପଣଙ୍କ ଏପରି ସମସ୍ୟା ଦୂର କରିବ। ଆସନ୍ତୁ ଜାଣିବା କ’ଣ ସବୁ ଏହି ଉପାୟ..

ଆଳୁ ଏବଂ ଲେମ୍ବୁ ରସ : ଚିନି ବ୍ୟତୀତ ଆଳୁ ଏବଂ ଲେମ୍ବୁ ରସ ମଧ୍ୟ ବେକର କଳାପଣ ଦୂର କରିବାରେ ବେଶ୍ ସହାୟକ ହୋଇଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ଦାଗ ଦୂର କରିଥାଏ। ପ୍ରତିଦିନ ସକାଳେ ଗାଧୋଇବା ପୂର୍ବରୁ ୧ ଚାମଚ ଆଳୁ ରସ ଏବଂ ଚାମଚ ଲେମ୍ବୁ ରସ ମିଶାଇ ବେକରେ ଲଗାନ୍ତୁ। ୧୦ରୁ ୧୫ ମିନିଟ୍ ରଖିବା ପରେ ଗାଧୋଇପଡନ୍ତୁ। ୧ ସପ୍ତାହ ଏହାକୁ ଲଗାଇବା ପରେ ବେକରୁ କଳାଦାଗ ଦୂର ହୋଇଥାଏ।

ଚିନି : ବେକଳ କଳାପଣ ଦୂର କରିବା ପାଇଁ ସବୁଠାରୁ ସହଜ ଉପାୟ ଚିନି ବ୍ୟବହାର କରିବା। ଏଥିପାଇଁ ବେକକୁ ଅଳ୍ପ ପାଣିରେ ଓଦା କରିଦିଅନ୍ତୁ। ଏହାପରେ ୧-୨ ଟେବୁଲସ୍ପୁନ ଚିନି ନେଇ ସ୍କ୍ରବ ଭଳି ବେକରେ ରଗଡଠନ୍ତୁ। ୧୦ରୁ ୧୫ ମିନିଟ ରଗଡିବା ପରେ ଏହାକୁ ପାଣିରେ ଧୋଇଦିଅନ୍ତୁ।
ଚିନି ପାଣି : ଦୁଇ ଟେବୁଲସ୍ପୁନ ଚିନିକୁ ଅଳ୍ପ ପାଣିରେ ଫୁଟାଇ ଦିଅନ୍ତୁ। ଏହାକୁ ଥଣ୍ଡା ହେବା ପରେ ମିଶ୍ରଣକୁ ନେଇ ହାଲକା ହାତରେ ବେକରେ ମସାଜ କରନ୍ତୁ। ଅଳ୍ପ ସମୟ ପାଇଁ ଏହାକୁ ରଖିବାକୁ ଦିଅନ୍ତୁ। ଏପରି କରିବା ଦ୍ୱାରା ବେକ ସଫା ହେବା ସହିତ ମୁଲାୟମ, ଉଜ୍ୱଳ ଦେଖାଯିବ।



