ରାଜନୀତି

ଭୋଟର ତାଲିକାରୁ ପ୍ରକାଶ ରାଜଙ୍କ ନାଁ ବାଦ୍

ଭୋଟର ତାଲିକାରୁ କଟିଲା ଅଭିନେତାଙ୍କ ନାଁ। କର୍ଣ୍ଣାଟକରେ ଏସଆଇଆର ପରେ ଭୋଟର ତାଲିକାରୁ କଟିଯାଇଛି ପ୍ରକାଶ ରାଜଙ୍କ ନାଁ। ବେଙ୍ଗାଲୁରୁରେ ଜନ୍ମ ହୋଇଛନ୍ତି ସେ। ଏଠାରେ ପଢ଼ିଥିବା, ବଢ଼ିଥିବା ତଥା ଲୋକସଭା ନିର୍ବାଚନ ବି ଲଢିଥିବା ପ୍ରକାଶଙ୍କ ଭୋଟର ତାଲିକାରୁ ନାଁ କଟିବା ପରେ ସେ ଏହାକୁ ନାଇସ୍ ଜୋକ୍ ବୋଲି କହି ସୋସିଆଲ ମିଡିଆରେ ଭିଡ଼ିଓ ପୋଷ୍ଟ କରିଛନ୍ତି। ମଜାକ୍ ଭଲ। ଏବେ ଖେଳ ଆରମ୍ଭ ହେବ ବୋଲି କହିଛନ୍ତି ପ୍ରକାଶ। ଏସଆଇଆର ପ୍ରକ୍ରିୟାରେ ଯେଉଁ ୬୫ଲକ୍ଷ ଭୋଟର ତାଲିକା ବାଦ୍ ପଡ଼ିଛନ୍ତି, ସେଥିରେ ସେ ବି ଯୋଡ଼ି ହୋଇଗଲେ ବୋଲି କଟାକ୍ଷ କରିଛନ୍ତି ପ୍ରକାଶ। ଇନଷ୍ଟାଗ୍ରାମରେ ୬୧ ବର୍ଷୀୟ ଅଭିନେତା ପ୍ରକାଶ ରାଜ୍ ପୁରା ବ୍ୟବସ୍ଥାକୁ ନେଇ ତାତ୍ସଲ୍ୟ କରିଛନ୍ତି। ବେଙ୍ଗାଲୁରୁ ସେଣ୍ଟ୍ରାଲ୍ ନିର୍ବାଚନ କ୍ଷେତ୍ରରୁ ୨୦୧୯ ଲୋକସଭା ନିର୍ବାଚନରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିଲେ। ଅଭିନେତା ପ୍ରକାଶ ରାଜ ଦୀର୍ଘଦିନ ଧରି କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତିକୁ ନେଇ ଖୋଲାଖୋଲି ମତ ରଖିଆସୁଛନ୍ତି। ତାଙ୍କର ଅନେକ ମନ୍ତବ୍ୟକୁ ନେଇ ବିବାଦ ମଧ୍ୟ ସୃଷ୍ଟି ହୋଇଛି। ୨୦୨୬ ମେ’ରେ ପ୍ରକାଶ ରାଜ ‘କକ୍ରୋଚ୍ ଜନତା ପାର୍ଟି’ ବା CJP ଅଭିଯାନକୁ ସମର୍ଥନ କରିଥିଲେ। ଏହି ଅଭିଯାନ ମାଧ୍ୟମରେ ବିଜେପି ନେତୃତ୍ୱାଧୀନ ସରକାରକୁ ବ୍ୟଙ୍ଗ ବିଦ୍ରୂପ କରିଥିଲେ। ବିଶେଷକରି NEET ପରୀକ୍ଷା ଏବଂ ଶିକ୍ଷା ବ୍ୟବସ୍ଥାକୁ ନେଇ ସରକାରଙ୍କ ଉପରେ ଆଲୋଚନା ହୋଇଥିଲା। ଜୁଲାଇ ୨୦୨୬ରେ CJP ଅଭିଯାନକୁ ନେଇ ମତ ରଖି ପ୍ରକାଶ ରାଜ କହିଥିଲେ ଯେ ବିଜେପି କିମ୍ୱା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶ୍ନ କରିବା ଅର୍ଥ ହିନ୍ଦୁ ଧର୍ମକୁ ପ୍ରଶ୍ନ କରିବା ନୁହେଁ। ତାଙ୍କ ମତରେ, ମୋଦି ଜଣେ ନିର୍ବାଚିତ ଜନପ୍ରତିନିଧି। ତେଣୁ ସରକାରଙ୍କ ନୀତି ଓ ନିଷ୍ପତ୍ତିକୁ ନେଇ ପ୍ରଶ୍ନ କରିବା ନାଗରିକଙ୍କ ଗଣତାନ୍ତ୍ରିକ ଅଧିକାର। ମଣିପୁର ପରିସ୍ଥିତି ଏବଂ ମହିଳା କୁସ୍ତିଯୋଦ୍ଧାଙ୍କ ସମ୍ପର୍କିତ ପ୍ରସଙ୍ଗ ଉଠାଇ ମଧ୍ୟ ସେ ସରକାରଙ୍କୁ ପ୍ରଶ୍ନ କରିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button