ରାଜନୀତି

ଯୁବତୀଙ୍କୁ ‘ଗଟର ଜେନେରେସନ୍’ କହିଲେ କଙ୍ଗନା, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢ଼ିଲା ବିବାଦ

Kangana Ranaut: ଭାଜପା ସାଂସଦ ଓ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ପୁଣିଥରେ ନିଜ ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ଆସିଛନ୍ତି। ସୋସିଆଲ ମିଡିଆରେ କରିଥିବା ଏକ ପୋଷ୍ଟରେ ସେ ନୂଆ ପିଢ଼ିର କିଛି ଭାରତୀୟ ମହିଳାଙ୍କୁ ‘ଗଟର ଜେନେରେସନ୍’ ବୋଲି ସମ୍ବୋଧନ କରିଥିବା ସହ ସ୍ୱାଧୀନତାର ଭୁଲ ବ୍ୟାଖ୍ୟା କରୁଥିବା ଅଭିଯୋଗ ଆଣିଛନ୍ତି। ତାଙ୍କ ଏହି ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ତୀବ୍ର ଚର୍ଚ୍ଚା ଓ ପ୍ରତିକ୍ରିୟା ଦେଖିବାକୁ ମିଳିଛି।

କଙ୍ଗନା ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଲେଖିଛନ୍ତି ଯେ, କିଛି ଯୁବତୀ ସ୍ୱାଧୀନ ଏବଂ କ୍ୟାରିୟରମୁଖୀ ମହିଳାଙ୍କ ଜୀବନଶୈଳୀକୁ ଅନୁକରଣ କରୁଛନ୍ତି, କିନ୍ତୁ ସେହି ସ୍ୱାଧୀନତା ସହ ଜଡ଼ିତ ଦାୟିତ୍ୱକୁ ଗ୍ରହଣ କରିବାକୁ ଚାହୁଁନାହାନ୍ତି। ତାଙ୍କ ମତରେ, ପ୍ରକୃତ ସ୍ୱାଧୀନ ମହିଳା ନିଜ ନିଷ୍ପତ୍ତିର ସମ୍ପୂର୍ଣ୍ଣ ଦାୟିତ୍ୱ ନିଜେ ବହନ କରନ୍ତି ଏବଂ ପରିବାର ଉପରେ ଭାର ପକାନ୍ତି ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button