ଦେଶ ବିଦେଶ

ଏହା ହେଉଛି ଦୁନିଆର ସବୁଠୁ ତାକତବର ମିସାଇଲ, ଦୁନିଆର ଯେକୌଣସି ଯାଗାକୁ କରି ପାରିବ ଆକ୍ରମଣ, ଏହାକୁ ଅଟକାଇବା ଅସମ୍ଭବ

ବର୍ତ୍ତମାନ ସମୟରେ ସେହି ଦେଶ ସବୁଠୁ ବେଶୀ ଶକ୍ତିଶାଳୀ ହୋଇଥାଏ, ଯାହା ପାଖରେ ସବୁଠୁ ବେଶି ହତିଆର ଅଛି । ଆଜିକା ଯୁଗରେ ଏମିତି ଏମତି ହତିଆର ଆସି ଗଲାଣି, ଯାହା ବିଷୟରେ ଆପଣ କଳ୍ପନା ବି କରି ପାରିବେ ନାହିଁ । ଦୁନିଆର ଦୁଇଟି ଦେଶ ଆମେରିକା ଏବଂ ରୁଷ ହତିଆର ମାମଲାରେ ସବୁଠୁ ଆଗରେ ଅଛି ।

ବର୍ତ୍ତମାନ କିଛି ସମୟ ପୂର୍ବରୁ ରୁଷ କହିଛି କି ତାହା ପାଖରେ ଦୁନିଆର ଯେ କୌଣସି ଜାଗାକୁ ଲକ୍ଷ୍ୟ କରିବା ପାଇଁ ମିସାଇଲ ଅଛି ।

ମିସାଇଲ ଆଗରେ କିଛି ନୁହେଁ ନାଟୋର ଶକ୍ତି :

ବର୍ତ୍ତମାନ ହିଁ ରୁଷ ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଫେଡରଲ ଅସେଂବଲୀ କୁ ଶେଷ ହେବା ସମୟରେ କହିଛନ୍ତି କି ରୁଷ ଏକ ଏମିତି ମିସାଇଲ ତିଆରି କରିଛି ଯାହା ଆଗରେ ଦୁନିଆର କୌଣସି ହତିଆର ସାମନା କରି ପାରିବ ନାହିଁ । ଏହି ମିସାଇଲ ଆଗରେ ନାଟୋର କୌଣସି ଶକ୍ତି ବି କିଛି ନୁହେଁ ।

ସେ କହିଛନ୍ତି କି ଏଥିରେ ନ୍ଯୂକ୍ଲିଯର କ୍ଷମତା ଅଛି ଏବଂ ଏହାକୁ ୟୁରୋପ ଏବଂ ଏସିୟା ରେ ଥିବା ଆମେରିକାର କୌଣସି ଶିଲ୍ଡ ଅଟକାଇ ପାରିବ ନାହିଁ ।

ଦୁନିୟା ର ସବୁଠୁ ଶକ୍ତିଶାଳୀ ମିସାଇଲ

ଭ୍ଲାଦିମିର ପୁଟିନ ନିଜର ସମ୍ବୋଧନ ସମୟରେ କହିଛନ୍ତି କି ବର୍ତ୍ତମାନ ରୁଷ ସବୁଠୁ ବଡ ନ୍ୟୁକ୍ଲିୟର କ୍ଷମତା ଥିବା ଦେଶ ଅଟେ । ଏହି ମିସାଇଲ କମ ଉଚତ୍ତା ରେ ବି ଉଡି ପାରିବ । ଏଥିରେ ଗୋଳାବାରୁଦ ନେବାର ମଧ୍ୟ କ୍ଷମତା ଅଛି । ଏହାକୁ ଦୁନିଆର ଯେକୌଣସି ଜାଗାରେ ପହଞ୍ଚାଇ ହେବ । ଏହା କୌଣସି ରେଡାରରେ ଦେଖାଯାଇ ପାରିବ ନାହିଁ ।

ରୁଷ ର ଡ୍ରୋନ ଦ୍ଵାରା ନ୍ୟୁକିଲିୟର ଅସ୍ତ୍ର ଚଳାଇବାର କ୍ଷମତା :

ଏହି ମିସାଇଲ ଏବଂ ଏୟର ଡିଫେଂସ ର ଭବିଷ୍ୟତ ଅଟେ । ଏହା ସହିତ ପୁଟିନ ଆଉ ଏକ ମିସାଇଲ ର ପ୍ରଦର୍ଶନ କରିଛନ୍ତି । ପୁଟିନ ଏହା ବି କହିଛନ୍ତି କି ସବମରିନ ଦ୍ଵାରା ଲଞ୍ଚ କରାଯାଉଥିବା ମିସାଇଲ ରୁ ନ୍ୟୁକିଲିୟର ହମଲା ସହଜରେ କାରାଯାଇ ପାରିବ । ପୁତିନ ଏମିତି ଏକ ଡ୍ରୋନ ତିଆରି କରିଛନ୍ତି କି ତାହାକୁ ସବମରିନ ଦ୍ଵାରା ବି ଛଡା ଯାଇ ପାରିବ । ରୁଷ ଦ୍ଵାରା ତିଆରି କରା ଯାଇଥିବା ଏହି ଡ୍ରୋନ ଦ୍ଵାରା ନ୍ୟୁକିଲିୟର ହମଲା କରିବାର କ୍ଷମତା ଅଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button