କ୍ରୀଡା

Hockey World Cup: ହକି ବିଶ୍ୱକପ୍‌ରେ ଆଜି ଭାରତର ପ୍ରଥମ ଲଢ଼େଇ, ୱେଲ୍ସକୁ ଭେଟିବ ଟିମ୍ ଇଣ୍ଡିଆ

ଆଜିଠୁ ବିଶ୍ୱକପ୍ ମହାସମର । ବେଲଜିୟମ ଓ ନେଦରଲାଣ୍ଡ୍ସରେ ଆରମ୍ଭ ହେଉଛି FIH ହକି ବିଶ୍ୱକପ୍ ୨୦୨୬। ଅଗଷ୍ଟ ୩୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ବିଶ୍ୱ ହକିର ସବୁଠାରୁ ବଡ଼ ମଞ୍ଚରେ ଭାରତୀୟ ପୁରୁଷ ଦଳ ଉପରେ ଏଥର ବିଶେଷ ନଜର । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ ୨୦ ଜଣିଆ ଭାରତୀୟ ଦଳ ମଇଦାନକୁ ଓହ୍ଲାଇବ। ଭାରତ Pool-Dରେ ଇଂଲଣ୍ଡ, ପାକିସ୍ତାନ ଓ ୱେଲ୍ସ ସହ ରହିଛି। ଆଜି ୱେଲ୍ସ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ। ଏହାପରେ ୧୭ ଅଗଷ୍ଟରେ ଇଂଲଣ୍ଡ ଏବଂ ୧୯ ଅଗଷ୍ଟରେ ପାକିସ୍ତାନ ସହ ମୁକାବିଲା ହେବ। ୩ଟି ଯାକ ମ୍ୟାଚ୍ ନେଦରଲାଣ୍ଡ୍ସରେ ଖେଳାଯିବ।

ପୂର୍ବ ରେକର୍ଡ ଦେଖିଲେ ୱେଲ୍ସ ଓ ପାକିସ୍ତାନ ବିପକ୍ଷରେ ଭାରତ ଆଗରେ ଥିବାବେଳେ ଇଂଲଣ୍ଡ ମ୍ୟାଚ୍ ଗ୍ରୁପର ନିର୍ଣ୍ଣାୟକ ଲଢ଼େଇ ହୋଇପାରେ। ତେଣୁ ପ୍ରଥମ ମ୍ୟାଚରୁ ପୂରା ପଏଣ୍ଟ ସହ ଅଭିଯାନ ଆରମ୍ଭ କରିବା ଭାରତ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ଦଳରେ ଅଭିଜ୍ଞତା ଓ ଯୁବଶକ୍ତିର ଭଲ ସମନ୍ୱୟ ରହିଥିବାରୁ ଏଥର ଜିତିବାର ଆଶା ଅଧିକ ରହିଛି। ଅଧିନାୟକ ହରମନପ୍ରୀତ ସିଂହଙ୍କ ଡ୍ରାଗ ଫ୍ଲିକ ଓ ପ୍ୟାନେଲଟି କର୍ନର କନଭରସନ୍ ଭାରତର ସବୁଠାରୁ ବଡ଼ ଅସ୍ତ୍ର। ଅଭିଜ୍ଞ ମନପ୍ରୀତ ସିଂହଙ୍କ ଉପସ୍ଥିତି ମିଡଫିଲ୍ଡକୁ ଶକ୍ତି ଦେବ। ନିକଟରେ Pro Leagueର ୟୁରୋପୀୟ ପର୍ଯ୍ୟାୟରେ ଭାରତ ବିଶ୍ୱ ଚାମ୍ପିଅନ୍ ଜର୍ମାନୀ ଓ ଅଲିମ୍ପିକ୍ ଚାମ୍ପିଅନ୍ ନେଦରଲାଣ୍ଡ୍ସକୁ ହରାଇଥିବାରୁ ବଡ଼ ଦଳକୁ ମାତ୍ ଦେବାର କ୍ଷମତା ଦଳ ପାଖରେ ଅଛି ବୋଲି ପ୍ରମାଣିତ ହୋଇଛି।

ଭାରତ ପାଇଁ ସବୁଠାରୁ ବଡ଼ ପ୍ରଶ୍ନ ହେବ କନସିଟେନ୍ସି। ଭାରତର set-piece ନିର୍ଭରତା ଓ defenceକୁ ମୁଖ୍ୟ ଚ୍ୟାଲେଞ୍ଜ ଭାବେ ମଧ୍ୟ ଚିହ୍ନଟ କରାଯାଇଛି।ଏଥର ଫର୍ମାଟ୍ ବି ଅଲଗା । ୨୦୨୬ ବିଶ୍ୱକପରେ ପାରମ୍ପରିକ quarter-final ନାହିଁ। ପ୍ରଥମ ପର୍ଯ୍ୟାୟ ପରେ ନୂଆ pool ବ୍ୟବସ୍ଥାରେ ଦ୍ୱିତୀୟ ପର୍ଯ୍ୟାୟ ଖେଳାଯିବ ଏବଂ ସେଠାରୁ ଶ୍ରେଷ୍ଠ ଦଳ ସିଧାସଳଖ semi-finalକୁ ଯିବେ। ଭାରତ ଶେଷଥର ୧୯୭୫ରେ ପୁରୁଷ ହକି ବିଶ୍ୱକପ୍ ଜିତିଥିଲା। ଅର୍ଥାତ୍ ବିଶ୍ୱକପ୍ ଟ୍ରଫି ପାଇଁ ଅପେକ୍ଷା ଏବେ ୫୧ ବର୍ଷରେ ପହଞ୍ଚିଛି। ଏଥର ଭାରତକୁ ସିଧାସଳଖ title favourite କୁହାଯାଇ ନପାରେ, କିନ୍ତୁ semi-final ଓ podium ପାଇଁ ଲଢ଼ିବାର କ୍ଷମତା ନିଶ୍ଚିତ ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button