ବ୍ୟବସାୟ

Petrol Diesel Price: ଭୁବନେଶ୍ୱର ପେଟ୍ରୋଲ ଓ ଡିଜେଲ ଦରରେ ସାମାନ୍ୟ ବୃଦ୍ଧି, ଜାଣି ନିଅନ୍ତୁ ଆଜିର ମୂଲ୍ୟ

ଆଜି ପେଟ୍ରୋଲ ଓ ଡିଜେଲ ଦରରେ ସାମାନ୍ୟ ବୃଦ୍ଧି ହୋଇଛି । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୧୧୦.୪୯ ଟଙ୍କା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୧୦୦.୬୮ ପଇସା ରହିଛି । ସେହିପରି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୨ ଟଙ୍କା ୧୨ ପଇସା ଓ ଡିଜେଲ ଦର ୯୫ ଟଙ୍କା ୨୦ ପଇସା ହୋଇଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୨ ଟଙ୍କା ୪୦ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୯୭.୮୩ ଟଙ୍କା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୧୧୩. ୫୧ ଟଙ୍କା ଥିବାବେଳେ ଡିଜେଲ ଦର ୯୯ ଟଙ୍କା ୮୨ ପଇସା ରହିଛି ।

ଚେନ୍ନାଇରେ ପେଟ୍ରୋଲ ଦର ୧୦୭ ଟଙ୍କା ୭୭ ପଇସା ଥିବା ବେଳେ ଡିଜେଲ ଦାମ ୯୯ ଟଙ୍କା୭୧ ପଇସା ରହିଛି । ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ । ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button