କ୍ରୀଡା

Ball Hit On Umpire Face : DPL ରେ ଅମ୍ପାୟରଙ୍କ ମୁହଁରେ ବାଜିଲା ବଲ୍, ଆଇସିୟୁରେ ଭର୍ତ୍ତି

ମ୍ୟାଚ ସମୟରେ ଅମ୍ପାୟରଙ୍କ ମୁହଁରେ ବଲ୍ ବାଜିବା ଯୋଗୁଁ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଦିଲ୍ଲୀ ପ୍ରିମିୟର ଲିଗର ଇଷ୍ଟ ଦିଲ୍ଲୀ ରାଇଡର୍ସ ଏବଂ ନୂଆ ଦିଲ୍ଲୀ ଟାଇଗର୍ସ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ହୋଇଛି । ଏହି ମ୍ୟାଚରେ ଅମ୍ପାୟର ଧର୍ମେଶ ଭାରଦ୍ବାଜଙ୍କୁ ଆଘାତ ଲାଗିଛି । ତାଙ୍କୁ ବଲ୍ ବାଜିବାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଭିଡିଓରେ ଦେଖିବାକୁ ମିଳିଛି କି, ଅମ୍ପାୟର ବଲ୍ ବାଜିବାରୁ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ତାଙ୍କ ହାତରେ ସମୟ ବହୁତ କମ୍ ଥିବାରୁ ବଲ୍ ସିଧାସଳଖ ମୁହଁରେ ବାଜିଛି । ରନ ଚେଜ୍ ସମୟରେ ୧୮ ଓଭରରେ ବ୍ୟାଟର ସ୍ପିନର ମୀନାଙ୍କ ବଲକୁ ଷ୍ଟ୍ରେଟ୍ ସଟ୍ ମାରୁଥିଲେ । ଏହି ସମୟରେ ବଲ୍ ସିଧାସଳଖ ଯାଇ ଅମ୍ପାୟରଙ୍କ ମୁହଁରେ ବାଜିଥିଲା । ଅମ୍ପାୟରଙ୍କୁ ବଲ୍ ବାଜିବା ନେଇ୍ ବ୍ୟାଟର ଚିନ୍ତିତ ହୋଇପଡିଛନ୍ତି । ତାଙ୍କ ମୁହଁରେ ଜୋରରେ ଆଘାତ ଲାଗିବା ଯୋଗୁଁ ତାଙ୍କୁ ଆଇସିୟୁରେ ଭତ୍ତିର୍ କରାଯାଇଛି । ତେବେ ଦିଲ୍ଲୀ ପ୍ରିମିୟର ଲିଗ ତରଫରୁ ଅମ୍ପାୟରକୁ ନେଇ ଏବେ ବି କୌଣସି ଅଫିସିଆଲ ସୂଚନା ସେୟାର କରାଯାଇନାହିଁ ।

ଏହି ମ୍ୟାଚରେ ଇଷ୍ଟ ଦିଲ୍ଲା ରାଇଡର୍ସ ନ୍ୟୁ ଦିଲ୍ଲୀ ଟାଇଗର୍ସକୁ ୩୬ ରନରେ ହରାଇଛି । କିନ୍ତୁ ମ୍ୟାଚ୍ ଜିତିବା ଉତ୍ସବ ଅମ୍ପାୟରଙ୍କ ଆଘାତ ଲାଗିବା ଯୋଗୁଁ ଫିକା ପଡିଛି । ରାଇଡର୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୯୨/୭ ରନ୍ କରିଥିଲା । ଯାହାକୁ ଲକ୍ଷ୍ୟ କରି ଟାଇଗର୍ସ ୧୫୬ ରନରେ ଅଲଆଉଟ୍ ହୋଇଯାଇଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button