କ୍ରୀଡା

Bangladesh Premier league Suspend : ବାଂଲାଦେଶ କ୍ରିକେଟ ବୋର୍ଡର ବଡ଼ ନିଷ୍ପତ୍ତି, ବାଂଲାଦେଶ ପ୍ରିମିୟର ଲିଗ୍ ହେଲା ସସପେଣ୍ଡ

ବାଂଲାଦେଶ କ୍ରିକେଟ ବୋର୍ଡ (BCB) ର ବଡ଼ ନିଷ୍ପତ୍ତି । ବାଂଲାଦେଶ ପ୍ରିମିଅର ଲିଗକୁ ସସପେଣ୍ଡ କରାଯାଇଛି। ଦେଶର ସବୁଠାରୁ ବଡ଼ କ୍ରିକେଟ ଲିଗ୍ ବିପିଏଲର ଆୟୋଜନ କରିବ ନାହିଁ । ବୋର୍ଡର ଅଧ୍ୟକ୍ଷ ତମିମ ଇକବାଲ କହିଛନ୍ତି, ଲିଗ୍ ଭିନ୍ନ ରୂପରେ ବ୍ୟବସ୍ଥିତ ଭାବେ ପୁଣି କରାଯିବ । ତେବେ ବୋର୍ଡର ଏଭଳି ନିଷ୍ପତ୍ତି ପଛରେ ବିତ୍ତୀୟ କ୍ଷତି ମୁଖ୍ୟ କାରଣ ବୋଲି କୁହାଯାଉଛି ।

ବାଂଲାଦେଶ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ତମିମ ଇକବାଲ୍ କହିଛନ୍ତି, ଚଳିତବର୍ଷ ବିପିଏଲ୍ ର ଆୟୋଜନ ହେବ ନାହିଁ । ଗତ ୨ ବର୍ଷ ଭିତରେ ବୋର୍ଡ ବିପିଏଲ୍ ଯୋଗୁଁ ୩.୩ ମିଲିଅନ ଡଲାର କ୍ଷତି ସହିଛି । ଏହି କ୍ଷତି ପାଖାପାଖି ୩୧.୫ କୋଟି ଟଙ୍କା ହେବ ।

ସେ ଆହୁରି ମଧ୍ୟ କହିଛନ୍ତି, ବିପିଏଲ୍ ଭଲ ଟୁର୍ଣ୍ଣାମେଣ୍ଟ । ଆଉ ଏହାକୁ ଲୋକମାନେ ଖୁବ୍ ଭଲପାଇବା ମଧ୍ୟ ଦେଇଛନ୍ତି । ଏହାର ଆୟୋଜନ ଠିକ୍ ଭାବେ ହେଲେ ଲୋକଙ୍କ ଉତ୍ସାହ ଅଧିକ ବଢିଯିବ । ଫ୍ରାଞ୍ଚାଇଜ କ୍ରିକେଟରୁ ବୋର୍ଡକୁ ଫାଇଦା ମିଳିବା ଉଚିତ, କ୍ଷତି ନୁହେଁ । ତେଣୁ ଏଥିପାଇଁ ସମସ୍ୟାର ସମାଧାନ ନ ବାହାରିଛି, ଯାଏଁ କ୍ଷତିରେ ଚାଲିଥିବା ଟୁର୍ଣ୍ଣାମେଣ୍ଟକୁ ସସପେଣ୍ଡ କରିବା କିଛି ଭୁଲ୍ ନୁହେଁ । ବର୍ତ୍ତମାନ ବିପିଏଲ୍ ବିବାଦରେ ରହିଛି । ଚଳିତବର୍ଷ ମଇରେ ବାଂଲାଦେଶ କ୍ରିକେଟ ବୋର୍ଡର ଜଣେ ଖେଳାଳି ଏବଂ ଟିମ୍ ଅଫିସିଆଲ୍ସକୁ ଆଣ୍ଟି କରପସନ୍ ୟୁନିଟ୍ ସଟ୍ଟାବାଜୀ ସମ୍ମିଳନୀରେ ସାମିଲ ଥିବାରୁ ସସପେଣ୍ଡ କରାଯାଇଥିଲା।

ବାଂଲାଦେଶ ପ୍ରିମିୟର ଲିଗ୍ ୨୦୧୨ରେ ଆରମ୍ଭ ହୋଇଥିଲା । ଗତ ୧୫ ବର୍ଷରେ ବିପିଏଲ୍ର ୧୨ ସିଜିନ ଖେଳାଯାଇଛି । ୨୦୧୪ରେ ରାଜନୈତିକ ସଙ୍କଟ ମଧ୍ୟରେ ୨୦୨୦ ଏବଂ ୨୦୨୧ରେ କୋଭିଡ ମହାମାରୀ ଯୋଗୁଁ ବିପିଏଲର ଆୟୋଜନ ହୋଇନଥିଲା । ବିପିଏଲର ସବୁଠାରୁ ସଫଳ ଟିମ୍ କୋମିଲା ଭିକ୍ଟୋରିୟନ୍ସ ରହିଛି । ଏହି ଟିମ୍ ମୋଟ୍ ୪ ଥର ଟାଇଟଲ ଜିତିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button