ରାଶିଫଳ

Samsaptak Yog: ଆଜି ମୁହାଁମୁହିଁ ହେବେ ଶନିଦେବ ଏବଂ ଶୁକ୍ର, ଏହି ୫ଟି ରାଶି ଉପରେ ପଡିପାରେ ଭାରୀ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନେ ପରସ୍ପର ସହିତ ଆମ୍ନା-ସାମ୍ନା ହେବାକୁ ସମସପ୍ତକ ଯୋଗ ବୋଲି ବିବେଚନା କରାଯାଏ । ଯେତେବେଳେ ଦୁଇଟି ଗ୍ରହ ପରସ୍ପରଠାରୁ ସପ୍ତମ ଘରେ ଥାଆନ୍ତି, ସେମାନେ ପରସ୍ପର ଉପରେ ସେମାନଙ୍କର ସପ୍ତମ ପୂର୍ଣ୍ଣ ଦୃଷ୍ଟି ପକାନ୍ତି ।  ଆଜି ନ୍ୟାୟଦେବତା ଶନିଦେବ ଏବଂ ଭୌତିକ ସୁଖ ସୁବିଧାର କାରକ ଶୁକ୍ରଦେବ ଏକାଠି ହୋଇ ସମସପ୍ତକ ଯୋଗ ସୃଷ୍ଟି କରୁଛନ୍ତି ।

ଜ୍ୟୋତିଷ ଦୃଷ୍ଟିକୋଣରୁ  ଶନି ଏବଂ ଶୁକ୍ରଙ୍କ ମଧ୍ୟରେ ମିତ୍ରତା ଭାବ ଥାଏ ବୋଲି ବିବେଚନା କରାଯାଏ । କିନ୍ତୁ ଉଭୟଙ୍କ ସ୍ବଭାବ ଏବଂ ଦୃଷ୍ଟିର ପ୍ରଭାବ ବିପରୀତ ହୋଇଥାଏ । ଏହି ସମସପ୍ତକ ଦୃଷ୍ଟି ଯୋଗର କାରଣ କିଛି ରାଶିଙ୍କ ଜୀବନରେ ଧନ ହାନି, ମାନସିକ ଚାପ ଏବଂ ତିକ୍ତ ସମ୍ପର୍କ ସୃଷ୍ଟି କରିପାରେ । ତେବେ ଏହି ସମୟରେ କେଉଁ ୫ଟି ରାଶି ସତର୍କ ରହିବା ଆବଶ୍ୟକ ଆସନ୍ତୁ ଜାଣିବା ।

ମେଷ ରାଶି: ମେଷ ରାଶିର ବ୍ୟକ୍ତିଙ୍କ ପରିବାରରେ ଏବଂ ବ୍ୟକ୍ତିଗତ ଜୀବନରେ ଅନେକ ସମସ୍ୟା ସାମ୍ନା କରିବାକୁ ପଡ଼ିପାରେ । ପରିବାର ସଦସ୍ୟ କିମ୍ବା ଭାଇ- ଭଉଣୀଙ୍କ ସହିତ ସମ୍ପର୍କ ଖରାପ ହୋଇପାରେ । ବଡ଼ ଆର୍ଥିକ କିମ୍ବା କ୍ୟାରିଅର ନେଇ କୌଣସି ନିଷ୍ପତ୍ତି ଶୀଘ୍ର ନିଅନ୍ତୁ ନାହିଁ । ତେଣୁ ବୁଝି ବିଚାରି ଆଗକୁ ବଢନ୍ତୁ ।

କର୍କଟ ରାଶି: ଏହି ସମସପ୍ତକ ଯୋଗ କର୍କଟ ରାଶିର ଲୋକଙ୍କ କାମ କ୍ଷେତ୍ରରେ ଏବଂ ମାନସିକ ଶାନ୍ତିରେ ବାଧା ସୃଷ୍ଟି କରିପାରେ । ଚାକିରି କିମ୍ବା ବ୍ୟବସାୟରେ କ୍ଷେତ୍ରରେ କାମଗୁଡିକ ଶେଷ ସମୟରେ ଅଟକି ଯାଇପାରେ । ସହକର୍ମୀ କିମ୍ବା ଅଧିକାରୀଙ୍କ ସହିତ ବିବାଦ ହୋଇପାରେ । ତେଣୁ ନିଜ ବାଣୀ ଉପରେ ସଞ୍ଜମତା ରକ୍ଷା କରନ୍ତୁ । କୌଣସି ବି ସ୍ଥାନରେ ଯୁକ୍ତିତର୍କ କରନ୍ତୁ ନାହିଁ ।

ସିଂହ ରାଶି: ଏହି ଯୋଗ ସିଂହ ରାଶିର ଲୋକଙ୍କ ସ୍ବାସ୍ଥ୍ୟ ଏବଂ ବୈବାହିକ ଜୀବନକୁ ପ୍ରଭାବିତ କରିପାରେ । ଭୁଲ ବୁଝାମଣା ପାଇଁ ଆପଣଙ୍କ ଜୀବନସାଥୀଙ୍କ ସହ ମତଭେଦ ବୃଦ୍ଧି ପାଇପାରେ । ମାନସିକ ଚାପ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ । ଗାଡି ଚଲାଇବା ସମୟରେ ବିଶେଷ ସତର୍କତା ଅବଲମ୍ବନ କରନ୍ତୁ ।

ବିଛା ରାଶି: ଏହି ମସୟରେ ବିଛା ରାଶିର ବ୍ୟକ୍ତିମାନେ ଆର୍ଥିକ ଦୃଷ୍ଟିରୁ ବହୁତ ସତର୍କ ରହିବା ଜରୁରୀ । ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ପାଇପାରେ ଏବଂ ଆପଣଙ୍କ ବଜେଟକୁ ବିପର୍ଯ୍ୟସ୍ତ କରିପାରେ । ଆର୍ଥିକ କାରବାରରେ ଠକେଇର ଆଶଙ୍କା ରହିଛି । ବଡ଼ ଋଣ କିମ୍ବା ନିବେଶଠାରୁ ଦୂରେଇ ରୁହନ୍ତୁ ।

ମକର ରାଶି: ମକର ରାଶିର ସ୍ବାମୀ ହେଲେ ଶନିଦେବ । କିନ୍ତୁ ଏହି ଯୋଗ କାରଣରୁ ସ୍ବାସ୍ଥ୍ୟ ଏବଂ ଆର୍ଥିକ ସମସ୍ୟା  ସୃଷ୍ଟି କରିପାରେ । ଦୀର୍ଘକାଳୀନ ଅସୁସ୍ଥତା କିମ୍ବା ଶାରୀରିକ ଥକ୍କାପଣ ଆପଣଙ୍କୁ ଅସୁବିଧାରେ ପକାଇପାରେ । ବ୍ୟବସାୟିକ ଅଂଶୀଦାରଙ୍କ ସହିତ ମତଭେଦ ସମ୍ଭବ । ତେଣୁ ସ୍ବାସ୍ଥ୍ୟ ଅବହେଳା କରିବାଠାରୁ ଦୂରେଇ ରୁହନ୍ତୁ । ତେବେ ଆସନ୍ତୁ କିପରି ଆପଣ ନକରାତ୍ମକ ପ୍ରଭାବରୁ ମୁକ୍ତି ପାଇବେ ସେ ସମ୍ପର୍କରେ ଉପାୟ ଜାଣିବା ।

ଶନିବାର ଦିନ ଓଁ ଶଂ ଶନିଶ୍ଚରାୟ ନମଃ ଏବଂ ଶୁକ୍ରବାରରେ ଓଁ ଶୁଂ ଶୁକ୍ରାୟ ନମଃ ଜପ କରନ୍ତୁ । ହନୁମାନ ଚାଳିଶା ପାଠ କରନ୍ତୁ । ଯାହା ଦ୍ବାରା ଗ୍ରହମାନଙ୍କର ପ୍ରତିକୂଳ ପ୍ରଭାବ ଦୂର ହେବ । ଗରିବ କିମ୍ବା ଅସହାୟ ଲୋକଙ୍କୁ କଳା ତିଲ, ଉରଦ ଡାଲି, କିମ୍ବା ଧଳା ପୋଷାକ ଏବଂ ମିଠା ଦାନ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button