ରାଶିଫଳ

Budh Gochar: ମଘା ନକ୍ଷତ୍ରରେ ବୁଧଙ୍କ ପ୍ରବେଶ, ୪ ରାଶି ପାଇଁ ବଢ଼ିପାରେ ଚିନ୍ତା ଓ ଆର୍ଥିକ ସମସ୍ୟା

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ଅଗଷ୍ଟ ୨୨ ତାରିଖରେ ଗ୍ରହମାନଙ୍କ ରାଜକୁମାର ବୁଧ ମଘା ନକ୍ଷତ୍ରରେ ପ୍ରବେଶ କରିବେ । ସେ ଅଗଷ୍ଟ ୨୯ ତାରିଖ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ । ଜ୍ୟୋତିଷ ଶାସ୍ତ୍ରରେ ମଘା ନକ୍ଷତ୍ରକୁ ଶୁଭ ବୋଲି ମନେ କରାଯାଏ । କିନ୍ତୁ ବୁଧଙ୍କ ଏହି ପରିବର୍ତ୍ତନ କିଛି ରାଶି ପାଇଁ ମାନସିକ ଚିନ୍ତା, ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱ ଏବଂ ଟଙ୍କା-ପଇସାରେ ଉତ୍ଥାନ-ପତନ ଆଣିପାରେ । ତେଣୁ ଏହି ସମୟରେ ଏହି ରାଶିର ଲୋକମାନେ ସାବଧାନ ରହିବା ଆବଶ୍ୟକ ।

କର୍କଟ ରାଶି:

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ ଯୋଗୁଁ କର୍କଟ ରାଶିର ଲୋକମାନେ କଥା କହିବା ସମୟରେ ସଂଯମ ରଖନ୍ତୁ । ନଚେତ୍ ଅଫିସ୍ କିମ୍ବା ପରିବାରରେ ଝଗଡ଼ା ହୋଇପାରେ । ଟଙ୍କା ଦେଣନେଣ କିମ୍ବା ନୂଆ ନିବେଶ କରିବାରେ ତରବରିଆ ହୁଅନ୍ତୁ ନାହିଁ । ଧନ କ୍ଷତି ହେବାର ସମ୍ଭାବନା ରହିଛି । ମନରେ ଚିନ୍ତା କିମ୍ବା ଦ୍ୱନ୍ଦ୍ୱ ମଧ୍ୟ ରହିପାରେ ।

ସିଂହ ରାଶି:

ଏହି ସମୟରେ ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ, ଯାହା ଫଳରେ ବଜେଟ୍ ବିଗିଡ଼ିପାରେ । ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ । ବିଶେଷକରି ପେଟ ଓ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ହୋଇପାରେ । ବ୍ୟବସାୟରେ କାହାକୁ ଆଖି ବୁଜି ବିଶ୍ୱାସ କରନ୍ତୁ ନାହିଁ ।

ଧନୁ ରାଶି:

ଏହି ସମୟରେ ଲୁଚିଥିବା ଶତ୍ରୁଙ୍କଠାରୁ ସାବଧାନ ରୁହନ୍ତୁ । କାର୍ଯ୍ୟକ୍ଷେତ୍ରରେ ଆପଣ କହିଥିବା କଥାର ଭୁଲ ଅର୍ଥ ନିଆଯାଇପାରେ । ତେଣୁ କଥା କହିବା ସମୟରେ ସତର୍କ ରୁହନ୍ତୁ । ହଠାତ୍ ଯାତ୍ରା କରିବାକୁ ପଡ଼ିପାରେ, ଯାହା ଫଳରେ ଶାରୀରିକ ଥକାପଣ ସହ ଅଧିକ ଖର୍ଚ୍ଚ ହୋଇପାରେ ।

ମୀନ ରାଶି:

ଏହି ସମୟରେ ବଡ଼ ଧରଣର ଆର୍ଥିକ କିମ୍ବା ବ୍ୟବସାୟିକ ନିଷ୍ପତ୍ତି ନେବାରୁ ଦୂରେଇ ରୁହନ୍ତୁ । ବ୍ୟକ୍ତିଗତ ସମ୍ପର୍କରେ ଭୁଲ ବୁଝାମଣା ହୋଇପାରେ, ତେଣୁ ପରସ୍ପର ମଧ୍ୟରେ ସ୍ପଷ୍ଟ ଭାବେ କଥା ହୁଅନ୍ତୁ । ଛାତ୍ରଛାତ୍ରୀଙ୍କୁ ପାଠପଢ଼ାରେ ମନୋଯୋଗ ଦେବାରେ କିଛି ସମସ୍ୟା ହୋଇପାରେ ।

ଅଶୁଭ ପ୍ରଭାବରୁ ବଞ୍ଚିବାର ଉପାୟ:

  • ପ୍ରତିଦିନ ଭଗବାନ ଗଣେଶଙ୍କ ପୂଜା କରନ୍ତୁ ଏବଂ ଦୂବ ଅର୍ପଣ କରନ୍ତୁ ।
  • ବୁଧବାର ଦିନ ସବୁଜ ପୋଷାକ, ମୁଗ ଡାଲି କିମ୍ବା ସବୁଜ ପନିପରିବା ଦାନ କରନ୍ତୁ ।
  • ନିୟମିତ ଭାବେ ‘ଓଁ ବୁଧାୟ ନମଃ’ ମନ୍ତ୍ର ଜପ କରନ୍ତୁ ।
  • କୌଣସି ଗୁରୁତ୍ୱପୂର୍ଣ୍ଣ କାଗଜରେ ଦସ୍ତଖତ କରିବା ପୂର୍ବରୁ ତାହାକୁ ଭଲ ଭାବେ ପଢ଼ି ନିଅନ୍ତୁ ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button